Modi Compare Railway Coach vs Toilet:୫୦ହଜାର ଆଧୁନିକ କୋଚ୍ ବନାମ ୫୦ହଜାର ଶୌଚାଳୟ
୨୦୧୪ ପର୍ଯ୍ୟନ୍ତ ଫାଇଲ୍ ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲକୁ ଘୁରୁଥିଲା, କାମ ଆଗକୁ ବଢ଼ୁନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହ ବ୍ୟଙ୍ଗ କରି କହିଥିଲେ ଯେ “ଫାଇଲଗୁଡ଼ିକ ମଧ୍ୟ ଏହି କରିଡୋର ପାଇବାକୁ ଭାଗ୍ୟଶାଳୀ ହୋଇପାରିଲେ ନାହିଁ”

ଆମେ ୫୦ହଜାର ଅତ୍ୟାଧୁନିକ ରେଳ କୋଚ୍ କଲୁ। ହେଲେ ସେମାନେ ତ ୫୦ହଜାର ଶୌଚାଳୟ ବି କରିପାରିଲେନି। କଂଗ୍ରେସକୁ ଏମିତି ଶବ୍ଦରେ ଆଟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହାକୁ ସେ ଭାରତୀୟ ରେଲୱେର ଆଧୁନିକୀକରଣର ଏକ ବଡ଼ ଉପଲବ୍ଧି ଭାବେ ଉପସ୍ଥାପନ କରିଛନ୍ତି। ଏହି ତୁଳନା ମାଧ୍ୟମରେ ସେ ବର୍ତ୍ତମାନ ସରକାର ଓ ପୂର୍ବତନ ସରକାରର ବିକାଶର ଗତିକୁ ତୁଳନା କରିଥିଲେ। ଗଲା ୧୨ ବର୍ଷର ବିକାଶର ଚିତ୍ର ଥୋଇଛନ୍ତି ମୋଦି। ଗୁଜରାଟର ବଡ଼ଦୋରାରେ ଯୁବବର୍ଗଙ୍କୁ ସମ୍ୱୋଧିତ କରି କଂଗ୍ରେସକୁ ଟାର୍ଗେଟ କରି ଏଭଳି କହିଛନ୍ତି ମୋଦି। ବଡ଼ଦୋରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୫ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ବେଳେ ଜନସଭାକୁ ସମ୍ୱୋଧିତ କରି ଏଭଳି କହିଛନ୍ତି। ଏହି ଅବସରରେ ମୋଦୀ ୨୮ଶହ କିଲୋମିଟର ଡେଡିକେଟେଡ୍ ଫ୍ରେଟ୍ କରିଡର ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହୋଇଥିବା କଥା ମଧ୍ୟ କହିଥିଲେ। ଏହା ଦ୍ୱାରା ମାଲବାହୀ ଟ୍ରେନ୍ ପାଇଁ ଅଲଗା ରେଳପଥ ମିଳିବା ସହିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ମଧ୍ୟ ସୁବିଧା ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବଡୋଦରାରେ ଡେଡିକେଟେଡ୍ ଫ୍ରେଟ୍ କରିଡୋର (DFC) ନେଇ ପୂର୍ବତନ କଂଗ୍ରେସ ସରକାରକୁ ଟାର୍ଗେଟ୍ କରିଛନ୍ତି। ମୋଦି କହିଥିଲେ ଯେ ଏହି ପ୍ରକଳ୍ପର ଚିନ୍ତାଧାରା ୨୦୦୪ରେ ଆସିଥିଲା ଏବଂ ୨୦୦୬ରେ ଏହା ପାଇଁ ଏକ ସ୍ୱତନ୍ତ୍ର କମ୍ପାନୀ ଗଠନ ହୋଇଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଫାଇଲ୍ ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲକୁ ଘୁରୁଥିଲା, କାମ ଆଗକୁ ବଢ଼ୁନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହ ବ୍ୟଙ୍ଗ କରି କହିଥିଲେ ଯେ “ଫାଇଲଗୁଡ଼ିକ ମଧ୍ୟ ଏହି କରିଡୋର ପାଇବାକୁ ଭାଗ୍ୟଶାଳୀ ହୋଇପାରିଲେ ନାହିଁ”। ସେଗୁଡ଼ିକ ଅଟକି ରହିଥିଲା ଏବଂ ଏପଟୁ ସେପଟୁ ଘୁରୁଥିଲା।
