ମଡେଲ ମୁସ୍କାନ ମର୍ଡର ମାମଲା- ଅଭିଯୁକ୍ତ ଇମରାନକୁ ଏନକାଉଣ୍ଟର
ଇମରାନକୁ ଗିରଫ କରିବାକୁ ପୁଲିସ ୧୫ରୁ ଅଧିକ ଟିମ ଗଠନ କରିଥିଲା। ଇମରାନ ଦେଢ଼ ବର୍ଷ ହେଲ ମୁସ୍କାନଙ୍କ ପିଛା କରୁଥିଲା। ମୁସ୍କାନଙ୍କୁ ସେ ଜିମରେ ଭେଟିଥିଲା। ଯେଉଁ ଜିମରେ ସେ ଟ୍ରେନର ଥିଲା।

ଦିଲ୍ଲୀର ତିଲକନଗରରେ ୨୧ ବର୍ଷୀୟା ମଡେଲ ମୁସ୍କାନଙ୍କ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଜିମ୍ ଟ୍ରେନର ଇମରାନକୁ ପୁଲିସ ଏନକାଉଣ୍ଟର କରିଛି। ଜିଲ୍ଲା ପୁଲିସର ସ୍ପେଶିଆଲ ଟାସ୍କଫୋର୍ସ ଟିମ୍ ଇମରାନକୁ ଏନକାଉଣ୍ଟର କରି ଗିରଫ କରିଛି। ହତ୍ୟା ପରେ ଇମରାନ ନିରନ୍ତର ନିଜର ଠିକଣା ବଦଳାଇଚାଲିଥିଲା। ଗିରଫଦାରିରୁ ବର୍ତ୍ତିବାକୁ ପ୍ରୟାସ କରୁଥିଲା। ପୁଲିସର କହିବା କଥା, ଇମରାନ କେଉଁଠି ଅଛି, ଗୁପ୍ତ ସୂଚନା ପାଇବା ପରେ ତାକୁ ଗିରଫ କରିବାକୁ ଯାଇଥିଲା ଟିମ୍। ହେଲେ ପୁଲିସକୁ ଦେଖି ସେ ଅଚାନକ ଫାୟାରିଂ କରିଥିଲା। ଏହା ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାକୁ କାବୁ କରାଯାଇଛି। ଇମରାନର ଦୁଇ ଗୋଡ଼କୁ ପୁଲିସ ଗୁଳି କରିଛି। ଇମରାନ ଏବେ ହସ୍ପିଟାଲରେ ଚିକିତ୍ସାଧୀନ। ଇମରାନକୁ ଗିରଫ କରିବାକୁ ପୁଲିସ ୧୫ରୁ ଅଧିକ ଟିମ ଗଠନ କରିଥିଲା। ଇମରାନ ଦେଢ଼ ବର୍ଷ ହେଲ ମୁସ୍କାନଙ୍କ ପିଛା କରୁଥିଲା। ମୁସ୍କାନଙ୍କୁ ସେ ଜିମରେ ଭେଟିଥିଲା। ଯେଉଁ ଜିମରେ ସେ ଟ୍ରେନର ଥିଲା। ମୁସ୍କାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୁକ୍ତ ଶିକ୍ଷା ବିଦ୍ୟାଳୟରେ ସେକେଣ୍ଡ ଇୟରର ଛାତ୍ରୀ ଥିଲେ। ସେ କଣ୍ଟେଣ୍ଟ କ୍ରିଏଟର ତଥା ମଡେଲ ଭାବେ ବି କାମ କରୁଥିଲେ। ମୁସ୍କାନଙ୍କ ବଡ଼ ଭଉଣୀ ବି ମଡେଲ୍। ୪ ଭାଇ ଭଉଣୀରେ ସବା ସାନ ଥିଲେ ମୁସ୍କାନ। ପଶ୍ଚିମ ଦିଲ୍ଲୀର ମଙ୍ଗଳା ହସ୍ପିଟାଲ ନିକଟସ୍ଥ ଭଡ଼ା ଘରେ ନିଜ ବାପା ମାଆ, ଭାଇ-ଭଉଣୀ ସହ ରହୁଥିଲେ। ଜିମର ଏକ କର୍ମଚାରୀଙ୍କ କହିବା କଥା, ଇମରାନ ଜିମରେ ପ୍ରାୟ ୩ ମାସ କାମ କରିଥିଲା। କିନ୍ତୁ କଷ୍ଟମରଙ୍କ ସହ ଦୁର୍ବ୍ୟବହାରରୁ ପ୍ରାୟ ୨ ମାସ ତଳେ ତାକୁ କାଢ଼ି ଦିଆଯାଇଥିଲା। ସେବେଠୁ ସେ ବେରୋଜଗାର ଥିଲା। ଜୁଲାଇ ୧୮ରେ ଇମରାନ ତାଙ୍କୁ ଯୌନଉତ୍ପୀଡ଼ନ କରୁଥିବାର ଆରୋପ ନେଇ ଥାନାରେ ଫେରାଦ୍ ହୋଇଥିଲେ ମୁସ୍କାନ। ହେଲେ କୌଣସି ବିଧିବଦ୍ଧ ଏତଲା ଦେଇନଥିଲେ। ନିଶାଗ୍ରସ୍ତ ଥିବାରୁ ଇମରାନକୁ ପୁଲିସ ନିଶାମୁକ୍ତି କେନ୍ଦ୍ର ପଠାଇଥିଲା। ନିଶାମୁକ୍ତି କେନ୍ଦ୍ରରେ ବି ନିଜର କ୍ଷତି କରିବାକୁ ପ୍ରୟାସ କରିବାରୁ ଜୁଲାଇ ୩୦ରେ ତାକୁ ସେଠାରୁ ରିଲିଜ୍ କରିଦିଆଗଲା। ସେଠାରୁ ଫେରିବା ପରେ ମୁସ୍କାନର ପିଛା କରିଥିଲା। ଆଉ କାହା ସହ କଥାବାର୍ତ୍ତା କଲେ ସେ ସହିପାରୁନଥିଲା। ମୁସ୍କାନକୁ ଏକତରଫା ଭଲ ପାଉଥିଲା। ଆଉ ଅଗଷ୍ଟ ୨୬ରେ ମୁସ୍କାନଙ୍କ ଘରେ ପଶି ଛୁରୀ ଭୁଷି ମାରିଦେଲା। ଯେତେବେଳେ ଘରେ କେହି ନଥିଲେ। ଦ୍ୱିତୀୟ ମହଲାରେ ଥିବା ଘରେ ଏକୁଟିଆ ଥିଲା ବେଳେ ମୁସ୍କାନକୁ ଛୁରୀ ଭୂଷି ହତ୍ୟା କରିଥିଲା ତାଙ୍କର ଜିମ୍ ଟ୍ରେନର ଇମରାନ। ଆଉ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ମୁସ୍କାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଲା ବେଳକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ ମୁସ୍କାନ। ହସ୍ପିଟାଲ ନେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୩ ଭଉଣୀରେ ସବୁଠୁ ସାନ ଥିଲେ ମୁସ୍କାନ। କୁହାଯାଉଛି, ଲମ୍ୱା ସମୟ ଧରି ମୁସ୍କାନର ପିଛା ଇମରାନ କରୁଥିଲା। ଆଉ ତା ସହ ବନ୍ଧୁତା କରିବାକୁ ଚାପ ପକାଉଥିଲା।
