Nana Patekar Wife:ବିନା ଛାଡ଼ପତ୍ରରେ ପତ୍ନୀଙ୍କଠୁ ୩୫ ବର୍ଷ ଧରି ଅଲଗା ଥିଲେ ନାନା!
ବିବାହରେ ମୋଟ୍ ୭୫୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏମାନଙ୍କ ଦୁଇଟି ପୁଅ ଦୁର୍ବାସା ଓ ମଲ୍ହାର। ତେବେ ବଡ଼ ପୁଅ ଦୁର୍ବାସା ଅଢ଼େଇ ବର୍ଷ ପରେ ବେମାରରେ ପଡ଼ି ମୃତ୍ୟୁବରଣ କରିଥିଲା। ପତ୍ନୀ ନୀଳକାନ୍ତି ପାଟେକର ବି ବେଶ୍ ପ୍ରତିଭାଶାଳୀ ଅଭିନେତ୍ରୀ। ସେ ନାସନାଲ ଆଓ୍ୱାର୍ଡ ଓ୍ୱିନର।

ନିଜର ଦମଦାର ଆକ୍ଟିଂ ଓ ସ୍କ୍ରିନରେ ଡାଇଲଗ ଡେଲିଭରିରେ ବେଶ୍ ନିଆରା ଥିଲେ ନାନା। ଆଜି ତାଙ୍କ ପରଲୋକରେ ସମସ୍ତେ ସ୍ତବ୍ଧ। ତେବେ ନିଜର ଫିଲ୍ମ କ୍ୟାରିଅରକୁ ତାଳ ଦେଇ ତାଙ୍କ ବ୍ୟକ୍ତିଗତ ଜୀବନ ବି ପ୍ରାୟ ଚର୍ଚ୍ଚାରେ ରହିଆସିଥିଲା। ଯଦିଓ ତାଙ୍କ ପରିବାର ସର୍ବଦା ଲାଇମଲାଇଟରୁ ଦୂରରେ ରହୁଥିଲେ, ସେଥିଲାଗି ଲୋକେ ଏତେ କଥା ଜାଣିପାରନ୍ତିନି। ହେଲେ ବିନା ଛାଡ଼ପତ୍ରରେ ପ୍ରାୟ ୩୫ ବର୍ଷ ଧରି ନିଜ ପତ୍ନୀ ନୀଳକାନ୍ତିଙ୍କଠୁ ଅଲଗା ରହୁଥିଲେ ନାନା। ନାନା ଓ ନୀଳକାନ୍ତିଙ୍କ ସହ ପ୍ରଥମ ଭେଟ ଥିଏଟରରେ ହୋଇଥିଲା। ଦୁହେଁ ମରାଠି ନାଟକ ଜାତ ନ ପୁଛୋ ସାଧୁ କି ନାଁରେ ହୋଇଥିବା ନାଟକରେ ଅଭିନୟ କରୁଥିଲେ। ସେତେବେଳେ ନୀଳକାନ୍ତି ବ୍ୟାଙ୍କରେ ଚାକିରୀ ବି କରୁଥିଲେ। ସେ ନାନାଙ୍କଠୁ ବହୁତ ଅଧିକ ରୋଜଗାର କରୁଥିଲେ। ନାନାଙ୍କୁ ଗୋଟିଏ ସୋରେ ମାତ୍ର ୫୦ ଟଙ୍କା ମିଳୁଥିଲା। ହେଲେ ବ୍ୟାଙ୍କ ଅଫିସର ଭାବେ ନୀଳକାନ୍ତିଙ୍କ ଦରମା ଥିଲା ମାସକୁ ୨୫ଶହ ଟଙ୍କା। ସାଙ୍ଗରେ କାମ କରୁ କରୁ ବନ୍ଧୁତା ଘନିଷ୍ଠ ହୋଇଥିଲା ଓ ପରେ ଏହା ଦାମ୍ପତ୍ୟ ଜୀବନକୁ ବଦଳିଥିଲା। ନାନାଙ୍କୁ ଆଗକୁ ବଢ଼ିବା ସହ ଆର୍ଥିକ ସହଯୋଗ ବି କରୁଥିଲେ ପତ୍ନୀ। ନାନା ଓ ନୀଳକାନ୍ତିଙ୍କ ବିବାହ ୧୯୭୮ରେ ହୋଇଥିଲା। ବିବାହରେ ମୋଟ୍ ୭୫୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏମାନଙ୍କ ଦୁଇଟି ପୁଅ ଦୁର୍ବାସା ଓ ମଲ୍ହାର। ତେବେ ବଡ଼ ପୁଅ ଦୁର୍ବାସା ଅଢ଼େଇ ବର୍ଷ ପରେ ବେମାରରେ ପଡ଼ି ମୃତ୍ୟୁବରଣ କରିଥିଲା। ପତ୍ନୀ ନୀଳକାନ୍ତି ପାଟେକର ବି ବେଶ୍ ପ୍ରତିଭାଶାଳୀ ଅଭିନେତ୍ରୀ। ସେ ନାସନାଲ ଆଓ୍ୱାର୍ଡ ଓ୍ୱିନର। ମରାଠି ସିନେମାରେ ତାଙ୍କର ବିଶେଷ ଅବଦାନ ଲାଗି ସେ ବେଶ୍ ପରିଚିତ। ନିଜର ସଫଳତା ଓ ଅଭିନୟ କୌଶଳ ସତ୍ତ୍ୱେ ନୀଳକାନ୍ତି ନିଜର ବୈବାହିକ ଜୀବନକୁ ପ୍ରାଥମିକତା ଦେଇ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିବାକୁ ଫୈସଲା କରିଥିଲେ। ଆଉ ସମୟକୁ ତାଳ ଦେଇ ଉଭୟଙ୍କ ଭିତରେ ଧୀରେ ଧୀରେ ମତଭେଦ ବଢ଼ିବାକୁ ଲାଗିଥିଲା। ଆଇନଗତ ଭାବେ ପରସ୍ପର ସହ ଜଡ଼ିତ ଥିଲେ ସୁଦ୍ଧା ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ କେବେ ବି ଛାଡ଼ପତ୍ର ନେବାକୁ ଆଗ୍ରହ ଦେଖାଇନାହାନ୍ତି। ଇଣ୍ଡଷ୍ଟ୍ରିରୁ ପ୍ରାୟ ଏକ ଦଶନ୍ଧି ଧରି ଦୂରେଇ ରହିବା ପରେ ନୀଳକାନ୍ତି ଭିକ୍କି କୌଶଲଙ୍କ ଐତିହାସିକ ଡ୍ରାମା ଫିଲ୍ମ ଛାଓ୍ୱାରେ ବଡ଼ ପରଦାରେ ଧମାକାଦାର ରିଟର୍ଣ୍ଣ କରିଥିଲେ। ନିଜର ସ୍କ୍ରିନ ପ୍ରେଜେନ୍ସ ଓ ଦମଦାର ଅଭିନୟ ଲାଗି ସେ ପୁଣି ଦର୍ଶକଙ୍କ ପ୍ରଂଶସା ସାଉଁଟିଥିଲେ।
