PAKISTANI CRICKETER CONTROVERSY:NCCIAର ନଜର ଫୋନ୍ ରୁ ନେଇ ଆର୍ଥିକ ଲେନଦେନ ଉପରେ
NCCIA ତଦନ୍ତରେ ବିତ୍ତୀୟ ରେକର୍ଡରେ, ମୋବାଇଲ ଡାଟା ଓ ଡ୍ରେସିଙ୍ଗ ରୁମରେ ତଥ୍ୟ ଲିକ ହେବାର ସମସ୍ତ ପକ୍ଷକୁ ତଦନ୍ତ କରାଯାଉଛି | ଏବେ ଯାଏ ମୋହମ୍ମଦ ରିଜବାନ ଏବଂ ଇମାମ ଉଲ୍ଲ ଉପରେ କୌଣସି ଅଭିଯୋଗ ନାହିଁ | ପାକିସ୍ତାନୀ କ୍ରିକେଟ ଟିମର ଦୁଇ ମୁଖ୍ୟ ଖେଳାଳି ଇମାମ ଉଲ୍ଲ ହକ ଓ ମୋହମ୍ମଦ ରିଜବାନଙ୍କ ଅସୁବିଧା ବଢ଼ିବାରେ ଲାଗିଛି |

NCCIA ତଦନ୍ତରେ ବିତ୍ତୀୟ ରେକର୍ଡରେ, ମୋବାଇଲ ଡାଟା ଓ ଡ୍ରେସିଙ୍ଗ ରୁମରେ ତଥ୍ୟ ଲିକ ହେବାର ସମସ୍ତ ପକ୍ଷକୁ ତଦନ୍ତ କରାଯାଉଛି | ଏବେ ଯାଏ ମୋହମ୍ମଦ ରିଜବାନ ଏବଂ ଇମାମ ଉଲ୍ଲ ଉପରେ କୌଣସି ଅଭିଯୋଗ ନାହିଁ | ପାକିସ୍ତାନୀ କ୍ରିକେଟ ଟିମର ଦୁଇ ମୁଖ୍ୟ ଖେଳାଳି ଇମାମ ଉଲ୍ଲ ହକ ଓ ମୋହମ୍ମଦ ରିଜବାନଙ୍କ ଅସୁବିଧା ବଢ଼ିବାରେ ଲାଗିଛି | ନ୍ୟାସନାଲ ସାଇବର କ୍ରାଇମ ଯାଞ୍ଚ ଏଜେନ୍ସି (NCCIA) ଦୁଇ ଖେଳାଳିଙ୍କ ମୋବାଇଲ ଫୋନକୁ ଫରେନସିକ ଏବଂ ଟିକିନିଖି କରି ଯାଞ୍ଚ କରୁଛି | ରିପୋର୍ଟ ଅନୁଯାୟୀ ଖେଳାଳିଙ୍କ ଆର୍ଥିକ ଲେନଦେନ ସହିତ ପାକିସ୍ତାନୀ ଟିମର ଡ୍ରେସିଙ୍ଗ ରୁମରେ ତଥ୍ୟ ଲିକ ହେବାର କଥା କୁହାଯାଇଛି | ସୂଚନା ଅନୁସାରେ କୁହାଯାଉଛି NCCIA ତଦନ୍ତରେ ମୁଖ୍ୟ ମୋହମ୍ମଦ ରିଜବାନ ଏବଂ ଇମାମ ଉଲ୍ଲ ହକ ଏ ଆର୍ଥିକ ମାମଲାରେ ଜଡ଼ିତ । ଇଂଲଣ୍ଡ ବିରୁଦ୍ଧରେ ଖେଳୁଥିବା ଟେଷ୍ଟ ସିରିଜର ପୂର୍ବରୁ ଦୁଇ ଖେଳାଳିଙ୍କ ଆର୍ଥିକ ଗତିବିଧିର ତଦନ୍ତ କରାଯାଉଛି | ତଦନ୍ତ ଏଜେନ୍ସି ସେମାନଙ୍କର ବ୍ୟାଙ୍କଖାତାରେ ହୋଇଥିବା ଲେନଦେନର ସମୀକ୍ଷା କରିଛି। ଯଦି କୌଣସି ସନ୍ଦେହଜନକ ଟ୍ରାଞ୍ଜାକ୍ସନ ଜଣାପଡ଼େ, ତେବେ ଅର୍ଥର ଉତ୍ସ ଏବଂ ସ୍ଥାନାନ୍ତରର ଗନ୍ତବ୍ୟ ସ୍ଥଳ ସମ୍ପର୍କରେ ତଦନ୍ତ କରାଯିବ । ଏହା ବ୍ୟତୀତ, ବିଭିନ୍ନ କମ୍ପାନୀ, ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ଦ୍ୱାରା କରାଯାଇଥିବା କଥିତ ଦେୟ ପ୍ରଦାନକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ତଦନ୍ତ ସମୟରେ ଖେଳାଳିମାନଙ୍କ ମୋବାଇଲ୍ ଫୋନ୍ରୁ ମିଳିଥିବା ଡିଜିଟାଲ୍ ତଥ୍ୟର ମଧ୍ୟ ବିଶ୍ଳେଷଣ କରାଯାଉଛି । ଏଥିରେ ମେସେଜ୍, କଣ୍ଟାକ୍ଟ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସୂଚନା ସାମିଲ ରହିଛି । ସୂତ୍ରମାନଙ୍କ ଅନୁସାରେ, ଏହି ଡିଜିଟାଲ୍ ତଥ୍ୟକୁ ଉଭୟ ଖେଳାଳିଙ୍କ ଆର୍ଥିକ କାରବାର ସହ ଯୋଡ଼ି ଦେଖାଯାଉଛି । NCCIA ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଯେ, ମୋବାଇଲ୍ରେ ଥିବା କଥାବାର୍ତ୍ତା କିମ୍ବା କଣ୍ଟାକ୍ଟଗୁଡ଼ିକର ତଦନ୍ତରେ ସାମ୍ନାକୁ ଆସୁଥିବା ଆର୍ଥିକ ମାମଲା ସହ କୌଣସି ସମ୍ପର୍କ ରହିଛି କି ନାହିଁ । ରିପୋର୍ଟ ଅନୁସାରେ ,ଇଂଲଣ୍ଡ ଗସ୍ତ ସମୟରେ କିକ୍ରେଟରେ ଅନୁଶାସନ ଏବଂ ଖେଳାଳିଙ୍କ ଆଚରଣ କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା | ଏହି ଘଟଣାରେ କିଛି ଖେଳାଳିଙ୍କ ମୋବାଇଲ ଫୋନର ଡାଟା ନେଇଥିଲେ ଏବଂ ମୋହମ୍ମଦ ରିଜବାନ ଓ ଇମାମ ଉଲ୍ଲ ହକଙ୍କୁ National Cyber Crime Investigation Agency (NCCIA) ପଚରାଉଚରା ପାଇଁ ଡକାଯାଇଥିଲା |
