ପୋଲିସ କଲା ଶବ ଦାହ
s
By subhalaxmiPublished: May 27, 2026, 12:35 PM • 1 min read
ଭାଇ ଭାଇର ବିବାଦ ପାଇଁ ପଡିରହିଲା ୮୦ ବର୍ଷିୟ ବୃଦ୍ଧ ମା 'ର ଶବ । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଅମର୍ଦ୍ଦାରୋଡ୍ ଫାଣ୍ଡି ଅଧୀନ ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମର ସ୍ଵର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସ ଙ୍କ ତିନିଜଣ ପୁଆ ବଡ଼ପୁଅ ନିଖୋଜ ଥିବା ବେଳେ ତୁଳସୀ ସାନପୁଅ ନିକଟରେ ରହିଥିଲେ । ତେବେ ଗତକାଲି ସକାଳେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଶବ ସତ୍କାର ନେଇ ମଧ୍ୟମ ଓ ସାନ ପୁଅ ମଧ୍ୟରେ ବିବାଦ ଯୋଗୁ ରାତି ୯ ଟା ଯାଏ ଶବ ପଡ଼ିରହିଥିଲା। ଖବର ପାଇ ଅମଦ୍ଦାରୋଡ୍ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ କିଛି ଫଳ ମିଳି ନଥିଲା। ତେବେ ସୁବର୍ଣ୍ଣରେଖା ନଦୀଘାଟକୁ ନେଇଥିଲେ ଏବଂ ସେଠାରେ ସତ୍କାର କରିଥିବାର ଦେଖିବାକୁ ମିଳିଛି।
Comments0
Leave a Reply
Loading comments...
