Breakup Prithvi and Akriti:ନିର୍ବନ୍ଧ ପରେ ଅଲଗା ହେଲେ ପୃଥବୀ ଶ' ଓ ଆକୃତି ଅଗ୍ରୱାଲ |
ପୃଥବୀ ଶ ଓ ତାଙ୍କର ମଙ୍ଗେତର ଆକୃତି ଅଗ୍ରୱାଲ ନିଜର ନିର୍ବନ୍ଧ ଘୋଷଣା କରିବାର ପ୍ରାୟ ଛଅ ମାସ ପରେ ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି | ଅଗ୍ରୱାଲ ଗୋପନୀୟତା ବଜାୟ ରଖିବାକୁ ଅନୁରୋଧ କରିବା ସହ ଲୋକମାନଙ୍କୁ ଏହି ବିଚ୍ଛେଦକୁ ନେଇ କୌଣସି ପ୍ରକାରର କଳ୍ପନା କିମ୍ବା ଅନୁମାନ ନକରିବାକୁ ଅପିଲ କରିଛନ୍ତି | ଭବିଷ୍ୟତରେ ଭିନ୍ନ ଲକ୍ଷ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି |

ନିଜର ମଙ୍ଗେତରଙ୍କ ଠାରୁ ଅଲଗା ହେବାପାଇଁ ନିଷ୍ପତି ନେଲେ ଭାରତୀୟ କ୍ରିକେଟର ପୃଥବୀ | ଭାରତୀୟ କ୍ରିକେଟର ପୃଥବୀ ଶ ଓ ତାଙ୍କର ମଙ୍ଗେତର ଆକୃତି ଅଗ୍ରୱାଲ ନିଜର ନିର୍ବନ୍ଧ ଘୋଷଣା କରିବାର ପ୍ରାୟ ଛଅ ମାସ ପରେ ଭିନ୍ନ ହେବାର ନିଷ୍ପତ୍ତି ନେଇଛନ୍ତି | ଅଗ୍ରୱାଲ ଗତକାଲି , ଏହାକୁ ନିଶ୍ଚିତ କରି କହିଛନ୍ତି ଏହି ନିଷ୍ପତି ପାରସ୍ପରିକ ସହମତିରେ ନିଆଯାଇଛି | ଏହି ବିଚ୍ଛେଦ ସହିତ ସେହି ସମ୍ପର୍କର ଅନ୍ତ ଘଟିଛି। ଯାହା ସେମାନଙ୍କ ନିର୍ବନ୍ଧ ଘୋଷଣା ପରଠାରୁ ସର୍ବସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥିଲା | ଶ ଓ ଅଗ୍ରୱାଲ ଦୁଇଜଣ ନିଜ ନିଷ୍ପତ୍ତି ବିଷୟରେ କୌଣସି ତଥ୍ୟ ଦେଇନାହାନ୍ତି ,ଅଗ୍ରୱାଲ ଲୋକମାନଙ୍କୁ ଅନୁମାନ ନକରିବାକୁ ବିଶେଷ ଅନୁରୋଧ କରିଛନ୍ତି | ଅଗ୍ରୱାଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟରେ ଲେଖିଛନ୍ତି ,"ଭାରି ମନରେ ମୁଁ ଏହା କହିବାକୁ ଚାହୁଁଛି ମୋର ମଙ୍ଗେତର ଓ ମୁଁ ନିଜର ଭଵିଷ୍ୟତରେ ଭିନ୍ନ ଲକ୍ଷ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଚ୍ଛେଦ ହେବାର ନିଷ୍ପତି ନେଇଛୁ | ଆମେ ପରସ୍ପରକୁ ବହୁତ ଭଲ ପାଉଛୁ ଏବଂ ପରସ୍ପରର ଯତ୍ନ ନେଉ କିନ୍ତୁ ଆମେ ସ୍ୱୀକାର କରିଛୁ ଯେ ଆମର ରାସ୍ତା ଏକାଠି ହୋଇପାରିବ ନାହିଁ | ନିଜର ଦାୟିତ୍ୱ ଏବଂ ବର୍ତ୍ତମାନ ପରିସ୍ଥତିକୁ ଦେଖି , ଆମେ ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ" | "ମୁଁ ଆମ ଦୁଇଜଣକ ପାଇଁ ଆଗକୁ ବଢିବା ସହ କେବଳ ଶୁଭକାମନା , ଶାନ୍ତି ଓ ଖୁସି କାମନା କରୁଛି | ମୁଁ ସମସ୍ତଙ୍କୁ ଦୟାକରି ଅନୁରୋଧ କରୁଛି କି ଏହି କଠିନ ସମୟରେ ଆମର ବ୍ୟକ୍ତିଗତ ଗୋପନୀୟତା ସମ୍ମାନ କରନ୍ତୁ ଏବଂ ଆମର ନିଷ୍ପତ୍ତିର ପଛରେ ଥିବା କାରଣ ବିଷୟରେ କୌଣସି ଅନୁମାନ ଲଗାନ୍ତୁ ନାହିଁ |" ଏହି ବିଷୟରେ ପୃଥବୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି | ଏହି ବର୍ଷ ପ୍ରାରମ୍ଭରୁ ମୁମ୍ବାଇରେ ଅର୍ଜୁନ ତେନ୍ଦୁଲକର ଓ ସୋନିଆ ଚଂଦୋକ ବିବାହରେ ଏହି ଯୋଡିଙ୍କୁ ଏକା ସାଥିରେ ଦେଖା ଯାଇଥିଲା |
