RAJPAL YADAV CHECKBOUNCE CASE: ଚେକବାଉନ୍ସ ମାମଲା- ଆଜି ୫ କୋଟି ନଦେଲେ ଜେଲ୍ ଯିବେ ରାଜପାଲ!
ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସଜ୍ଜା କାଟିବାକୁ ସରେଣ୍ଡର କରିବାକୁ କହିଥିଲେ। ଯାହାର ଅନ୍ତିମ ତାରିଖ ଆଜି ଅର୍ଥାତ୍ ସେପ୍ଟେମ୍ୱର ୧୦ ଥିଲା। ଏ ମାମଲା ମୁରଲୀ ପ୍ରୋଜେକ୍ଟସ ପକ୍ଷରୁ ରାଜପାଲ ଯାଦବ, ତାଙ୍କ ପତ୍ନୀ ରାଧା ଯାଦବ ଓ ତାଙ୍କ ଫିଲ୍ମ ପ୍ରଡ଼କ୍ସନ କମ୍ପାନୀ ବିରୁଦ୍ଧରେ ଦାଏର ହୋଇଥିବା ୭ଟି ଅଭିଯୋଗ ଉପରେ ଆଧାରିତ।

ଚେକ୍ ବାଉନ୍ସ ମାମଲାରେ ସରେଣ୍ଡରରୁ ତ୍ରାହି ପାଇବାକୁ ହେଲେ ବୁଧବାର ସୁଦ୍ଧା ୫ କୋଟି ଟଙ୍କା କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଅଭିନେତା ତଥା କମେଡିଆନ ରାଜପାଲ ଯାଦବଙ୍କୁ ଗଲା ମଙ୍ଗଳବାର ଏହି ମହଲତ ଦେଇଥିଲେ ସୁପ୍ରିମକୋର୍ଟ। ଏ ମାମଲା ଫିଲ୍ମ ପ୍ରଡ୍ୟୁସର ତଥା ଫାଇନାନ୍ସର ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍ ସହ ଜଡ଼ିତ। ଜୁଲାଇ ୧୦ରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପଡ଼ିଥିବା ରାଜପାଲଙ୍କ ପିଟିସନ ଉପରେ ସସର୍ତ୍ତ ନୋଟିସ ଜାରି କରିଥିଲେ। ହାଇକୋର୍ଟ ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟର ଧାରା ୧୩୮ ଆଧାରରେ ୭ଟି ମାମଲାରେ ରାଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ମାସର ସଜ୍ଜାକୁ କାଏମ ରଖିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ୱର ୧୫ରେ ହେବ। ବିଚାରପତି ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ବି.ମୋହନାଙ୍କ ଖଣ୍ଡପୀଠ ଯାଦବଙ୍କ ପିଟିସନ ଉପରେ ମୌଖିକ ଶୁଣାଣୀ ପରେ ଏହି ଆଦେଶ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସଜ୍ଜା କାଟିବାକୁ ସରେଣ୍ଡର କରିବାକୁ କହିଥିଲେ। ଯାହାର ଅନ୍ତିମ ତାରିଖ ଆଜି ଅର୍ଥାତ୍ ସେପ୍ଟେମ୍ୱର ୧୦ ଥିଲା। ଏ ମାମଲା ମୁରଲୀ ପ୍ରୋଜେକ୍ଟସ ପକ୍ଷରୁ ରାଜପାଲ ଯାଦବ, ତାଙ୍କ ପତ୍ନୀ ରାଧା ଯାଦବ ଓ ତାଙ୍କ ଫିଲ୍ମ ପ୍ରଡ଼କ୍ସନ କମ୍ପାନୀ ବିରୁଦ୍ଧରେ ଦାଏର ହୋଇଥିବା ୭ଟି ଅଭିଯୋଗ ଉପରେ ଆଧାରିତ। ଫିଲ୍ମ ଅତା ପତା ଲାପତା ପାଇଁ ଜାରି ହୋଇଥିବା ୭ଟି ଚେକ୍ ବାଉନ୍ସ ପରେ ଏ ଅଭିଯୋଗ ରୁଜୁ ହୋଇଥିଲା। ମାମଲାର ରେକର୍ଡ ଅନୁସାରେ, ମୁରଲୀ ପ୍ରୋଜେକ୍ଟସ ୨୦୧୦ରେ ଫିଲ୍ମ ପୁରା କରିବାକୁ ୫ କୋଟି ଟଙ୍କା ଦେଇଥିଲା। ଫିଲ୍ମ ରିଲିଜର ବିଳମ୍ୱରୁ ଦୁଇ ପକ୍ଷଙ୍କ ଭିତରେ ଅନେକ ବୁଝାମଣା ହୋଇଥିଲା ଓ ଅଲଗା ଅଲଗା ପର୍ଯ୍ୟାୟରେ ଟଙ୍କା ଫେରସ୍ତ ରାଶିରେ ପରିବର୍ତ୍ତନ କରାଯାଇଥିଲା। ରାଜପାଲ କହିଥିଲେ, ମୂଳ ନେଣଦେଣ ଫିଲ୍ମରେ ନିବେଶ ଥିଲା। ଏହା କୌଣସି କରଜ ନଥିଲା। ସିକ୍ୟୁରିଟି ଉଦ୍ଦେଶ୍ୟରେ ଚେକ୍ ଦିଆଯାଇଥିଲା। ଅଗଷ୍ଟ ୨୦୧୨ରେ ହୋଇଥିବା ତୃତୀୟ ସପ୍ଲିମେଣ୍ଟାରି ଏଗ୍ରିମେଣ୍ଟ ଆଧାରରେ ୮ଟି ପୋଷ୍ଟ ଡେଟେଡ୍ ଚେକ୍ ଜାରି ହୋଇଥିଲା। ବିବାଦ ବଢ଼ିବା ପରେ ୨୦୧୨ରେ ମୁରଲୀ ପ୍ରୋଜେକ୍ଟସ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ୨୦୧୮ରେ ଟ୍ରାଏଲ କୋର୍ଟ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରତି ମାମଲାରେ ୬ ମାସ ଯାଏଁ ଜେଲ୍ ଓ ୧.୬୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଥିଲେ। ପରେ ସଜ୍ଜା କମ୍ କରାଯାଇଥିଲା। ମେ ୨୨, ୨୦୧୯ରେ ତାଙ୍କୁ ୭ଟି ମାମଲାରେ ୩ ମାସର ସାଧାରଣ କଏଦ ଓ ପ୍ରତି ମାମଲାରେ ୧.୩୫ କୋଟି ଜରିମାନା ଦଣ୍ଡ ଦିଆଯାଇଥିଲା। ସେସନ କୋର୍ଟ ୨୦୨୪ରେ ଏହି ସଜ୍ଜାକୁ କାଏମ ରଖିଥିଲେ। ଏହା ପରେ ଦିଲ୍ଲୀ ହାଇକୋର୍ଟ ଜୁଲାଇ ୧୦, ୨୦୨୬ରେ ଏହି ରାୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ, ଟଙ୍କା ସୁଝିବାକୁ ଅନେକ ଥର ଆଶ୍ୱାସନା ଦେବା ସତ୍ତ୍ୱେ ତାକୁ ପୁରା କଲେନି ରାଜପାଲ। କାର୍ଯ୍ୟାନୁଷ୍ଠାନ ଅବସରରେ ସେ ୨.୨୫ କୋଟି ସୁଝିଦେଇଥିଲେ। କିନ୍ତୁ ପରେ ଧରାଛୁଆଁ ଦେଲେନି। ୫କୋଟି ଜମା କର, ନଚେତ ଜେଲ ଯାଅ। ଚେକବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ। ଗୋଟିଏ ତାରିଖ ଓ ଏତେ ବଡ଼ ପରିମାଣର ଅର୍ଥ। ସୁପ୍ରିମକୋର୍ଟ ଦେଇଥିବା ଏହି ଗୋଟିଏ ମଉକା ରାଜପାଲଙ୍କୁ ଆଶ୍ୱସ୍ତ କରିବ ନା ସେ ସରେଣ୍ଡର କରି ଜେଲ୍ ଯିବେ। ଆଜି ଏ ଘଡ଼ିସନ୍ଧି ମୂହୂର୍ତ୍ତରେ ରାଜପାଲଙ୍କ ଭୂମିକାକୁ ନେଇ ସମସ୍ତଙ୍କର ନଜର ରହିଛି। କାରଣ ସେପ୍ଟେମ୍ୱର ୧୦ ଅର୍ଥାତ ଆଜିକା ଦିନ ତାଙ୍କ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନ ଲାଗି ବଡ଼ ନିର୍ଣ୍ଣାୟକ ମୋଡ଼ ନେଇପାରେ। ସରଳ ଭାଷାରେ କହିଲେ, ୫ କୋଟି ଟଙ୍କାର ଡ୍ରାଫ୍ଟ ହିଁ ତାଙ୍କ ଲାଗି ଜେଲର ଦ୍ୱାରକୁ ବନ୍ଦ ରଖିବାରେ ବଡ଼ ଚାବି ସାଜିବ।
