Six sixes in an over by Yuvraj:ଲଣ୍ଡନରେ ୟୁବିଙ୍କର ୬ ବଲ୍ରେ ୬ ଛକ୍କା ! ୧୯ ବର୍ଷ ପରେ ବି କମୁନି କ୍ରେଜ
୧୯ ବର୍ଷ ତଳେ, ୧୯ ସେପ୍ଟେମ୍ବରରେ, ଡର୍ବନର ସେ ଅଭୁଲା ରାତି | ୟୁବରାଜଙ୍କ ଉକ୍ସେଇବା ପଢିଲା ଭାରି,୬ ବଲ୍ରେ ୬ ଛକ୍କା ! ଗ୍ୟାଲେରୀ ବାହାରକୁ ୬ଟି ବଲ୍ ମାରି ଇଂଲଣ୍ଡ ଉପରେ ରାଗ ସୁଝାଇଥିଲେ ୟୁବି |
୨୦୦୭ ସେପ୍ଟେମ୍ବର ୧୯, ଡର୍ବନର କିଙ୍ଗସମିଡ୍ ଷ୍ଟାଡିୟମ୍ ରାତିକୁ ଭୁଲିପାରିବେନି କ୍ରିକେଟ ପ୍ରେମୀ। କ୍ରିକେଟ୍ ଇତିହାସର ସେହି ଅଭୁଲା ରାତିକୁ ଆଜି ପୂରିଛି ୧୯ ବର୍ଷ।କିନ୍ତୁ ଯେବେ ୬ ବଲ୍ରେ ୬ ଛକ୍କା କଥା ଉଠେ, ଆଖି ସାମ୍ନାକୁ ଆଜିଯାଏ ୟୁବରାଜ ଓ ଡର୍ବନର ଷ୍ଟାଡିୟମ | ପ୍ରଥମ ଟି-୨୦ ବିଶ୍ୱକପ୍ ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭାରତ ପାଇଁ କେବଳ ଏକ ଖେଳ ନଥିଲା, ଭାରତୀୟ କ୍ରିକେଟ ପାଇଁ ନୂଆ ଭବିଷ୍ୟତର ଅରମ୍ଭଥିଲା | ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ମଝିରେ ୟୁବରାଜ ସିଂହଙ୍କୁ ଉକ୍ସେଇଥିଲେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍, ବାସ ତାପରେ ଯାହା ଘଟିଲା କ୍ରିକେଟର ଇତିହାସ ଵନିଯାଇଥିଲା | ରାଗ ଜରଜର ୟୁବରାଜ ସମ୍ପୂର୍ଣ୍ଣ ରାଗ ସେ ସୁଧାରିଥିଲେ ଯୁବ ବୋଲର ସ୍ଟୁଆର୍ଟ ବ୍ରୋଡ୍ଙ୍କ ଉପରେ। ବ୍ରୋଡ୍ଙ୍କ ଗୋଟିଏ ଓଭରର ୬ ବଲ୍ରେ ୬ ଛକ୍କା ମାରି ସମସ୍ତ ୬ଟି ବଲ୍କୁ ଗ୍ୟାଲେରୀ ବାହାରକୁ ପଠାଇ ୟୁବରାଜ ରଚିଥିଲେ ନୂଆ ବିଶ୍ୱକୀର୍ତ୍ତି। ମାତ୍ର ୧୨ଟି ବଲ୍ରେ ଟି-୨୦ ବିଶ୍ୱକପ୍ ର ସବୁଠୁ ଦ୍ରୁତ ଅର୍ଦ୍ଧଶତକ ପୂରଣ କରି ରେକର୍ଡ ନିଜ ନାଁ ରେ କରିଥିଲେ। ୟୁବିଙ୍କ ଏହି ବିସ୍ଫୋରକ 58 ରନ ର ଇନିଂସ ବଳରେ ଭାରତ 218 ରନ ର ବିଶାଳ ସ୍କୋର ଛିଡ଼ା କରିବା ସହ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ୍ରୁ ଭାରତୀୟ ଟିମ କୁ ଖାସ ପରିଚୟ ମିଳିଥିବାବେଳେ, ପ୍ରଥମ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେବେ ସମ୍ପୂର୍ଣ୍ଣ ମ୍ୟାଚ୍ଟି ରୋମାଞ୍ଚକର ଥିବାବେଳେ,୧୯ ବର୍ଷ ପରେ ବି କ୍ରିକେଟ ପ୍ରେମୀଙ୍କ ମନରୁ ଲିଭୁନି ୟୁବିଙ୍କର ୬ ବଲ୍ରେ ୬ ଛକ୍କା !
