ପତ୍ନୀର ଅନୈତିକ ସମ୍ପର୍କର ସନ୍ଦେହ- ସିସିଟିଭିରେ କଏଦ ହେଲା ଲାଇଭ ମର୍ଡର
ଅଗଷ୍ଟ ୨୭ ରାତି ୯ଟାରେ ଅମର ସହ ନିଜ ପତ୍ନୀ ଓ ପିଲା ଏକାସାଙ୍ଗରେ ଚାଲିକି ଯାଉଥିବା ଦେଖିଥିଲା ଦୀପକ। ଦୀପକ ସେମାନଙ୍କ ପିଛା କରିଥିଲା। ଆଉ ଅଚାନକ ପଛପଟୁ ଅମର ଉପରେ ଆକ୍ରମଣ କଲା। ଅମରଙ୍କ ବେକ ଓ ଗଳାକୁ ଛୁରୀ ଭୁଷିଚାଲିଲା।

ପତ୍ନୀ ସହ ପରିକୀୟାପ୍ରିତୀ ସନ୍ଦେହରେ ଜଣେ ଯୁବକକୁ ଛୁରି ଭୂଷି ହତ୍ୟା। ତା ପୁଣି ପତ୍ନୀ ଓ ଝିଅ ସାମ୍ନାରେ। ପୁଣେର ଭୋର ତାଲୁକା ଏରିଆରେ ଅମର ପାଓ୍ୱାର ନାମକ ଯୁବକଙ୍କୁ ଏଭଳି ହତ୍ୟା କରିଛି। ସାରୋଲା ଗାଁ ପାଖରେ ଏହି କାଣ୍ଡ ଭିଆଇଥିଲା ଅଭିଯୁକ୍ତ ଦୀପକ ପାଲ୍। ଗୁରୁବାର ରାତି ପ୍ରାୟ ୯ଟାରେ ସୋରାଲା-ବୀର ରୋଡ ଉପରେ ମହେଶ ଧାଡ଼ଓ୍ୱଙ୍କ ଘର ଗେଟ୍ ଆଗରେ ଏ ଅଘଟଣ ଘଟିଛି। ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଲାଇଭ ମର୍ଡରର ଦୃଶ୍ୟ କଏଦ ହୋଇଛି। ନିଜ ପତ୍ନୀ ଓ ଅମରଙ୍କ ଭିତରେ ପ୍ରେମସମ୍ପର୍କ ଥିବାର ସନ୍ଦେହ କରୁଥିଲା ଦୀପକ। ଏହାକୁ ନେଇ ସେ ଅମର ଉପରେ ଖପ୍ପା ଥିଲା। ଅଗଷ୍ଟ ୨୭ ରାତି ୯ଟାରେ ଅମର ସହ ନିଜ ପତ୍ନୀ ଓ ପିଲା ଏକାସାଙ୍ଗରେ ଚାଲିକି ଯାଉଥିବା ଦେଖିଥିଲା ଦୀପକ। ଦୀପକ ସେମାନଙ୍କ ପିଛା କରିଥିଲା। ଆଉ ଅଚାନକ ପଛପଟୁ ଅମର ଉପରେ ଆକ୍ରମଣ କଲା। ଅମରଙ୍କ ବେକ ଓ ଗଳାକୁ ଛୁରୀ ଭୁଷିଚାଲିଲା। ଏଥିରେ ଅମର ଗୁରୁତର ହୋଇପଡ଼ିଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଭିଯୁକ୍ତର ପିଛା କରି ତାକୁ ଗିରଫ କରିଛି। ରାଜଗଡ଼ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଏହା ପଛରେ ଅନୈତିକ ସମ୍ପର୍କ, ସନ୍ଦେହ ନା ପାରିବାରିକ ବିବାଦ ଅଛି। ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ପୁଲିସ। ଏତଲା ମୁତାବକ, ୨୫ ବର୍ଷୀୟ ଅମର ପାଓ୍ୱାର ଅଭିଯୁକ୍ତ ଦୀପକ ପାଲର ପତ୍ନୀ ଓ ତାଙ୍କର ନାବାଳିକା ଝିଅ ସହ ରାତିରେ ଯାଉଥିଲା ବେଳେ ପଛପଟୁ ଆସି ମାରିଦେଲା ଅମର ପାଓ୍ୱାର।
