student union election:ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ
ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା ପରେ ବେଶ ଉତ୍ସାହିତ ଛାତ୍ରଛାତ୍ରୀ | କଲେଜ ଗେଟ ଆଗରେ ବାଣ ଫୁଟାଇ କରିଛନ୍ତି ସେଲିବ୍ରେସନ | ନିର୍ବାଚନ ଦ୍ଵାରା ଛାତ୍ର ନେତୃତ୍ୱ ମିଳିବା ସହ କଲେଜ ସମସ୍ୟାର ସମାଧାନ କରିପାରିବେ ଛାତ୍ରଛାତ୍ରୀ | ତେବେ, ଅଣଛାତ୍ରଙ୍କ କଲେଜ ପ୍ରଵେଶ ଉପରେ କଟକଣା ରଖିବା ପାଇଁ ଦାବି |

ନୟାଗଡ଼:ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା ପରେ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବା ପାଇଁ ମିଳିଛି। AVBPର ଛାତ୍ରଛାତ୍ରୀ ମାନେ କଲେଜ ଗେଟ ଆଗରେ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି। ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପଦବୀ ପାଇଁ AVBP ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି କୁହାଯାଇଛି। ଛାତ୍ର ସଂସଦ ନିର୍ବାଚନ ଦ୍ଵାରା ଛାତ୍ର ନେତୃତ୍ୱ ମିଳିବା ସହ କଲେଜର କିଛି ସମସ୍ୟାର ସମାଧାନ ହୋଇ ପାରିବ । ସରକାର ଚଳିତ ବର୍ଷ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା କରିଥିବାରୁ ନିର୍ବାଚନ ଲଢ଼ିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବା ପାଇଁ ମିଳିଛି। ଆଗକୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ତାରିଖ ରହିଥିବାରୁ କଲେଜ କ୍ୟାମ୍ପସ ବେଶ ସରଗରମ ହେବ। ଅଣଛାତ୍ରଙ୍କ କଲେଜ ପ୍ରଵେଶ ଉପରେ କଟକଣା ରଖିବା ପାଇଁ ପୋଲିସ ଏବଂ କଲେଜ କତ୍ତୃପକ୍ଷ ପଦକ୍ଷେପ ନେବା ପାଇଁ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି | ଏବିଭିପି ର ପାୟଲ କହିଥିଲେକି ଯେବେ ବିଜେଡି ସରକାର ଥିଲା ଏବଂ ନୟାଗଡ଼ ବିଧାୟକ ଅରୁଣ ସାହୁ ନିଜେ ଶିକ୍ଷମନ୍ତ୍ରୀ ଥିଲେ ସେମିତି ସେହି ସମୟରେ ଛାତ୍ର ରାଜନୀତି ର ଭୃଣହତ୍ୟା କରୁଥିଲେ, କାହିଁକି ନା ସେମିତି ଜାଣିବାକୁ ପାଇଥିଲେ କି ପ୍ରତେକ କଲେଜ ରେ ବିଜେଡି ଦୁର୍ବଳ ହେବାକୁ ଲାଗୁଛି ଏବଂ ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ଜିତୁଛି ତେଣୁ ଅରୁଣ ସାହୁ ଡ଼ରିଥିଲେ ଏବଂ ସମସ୍ତ କଲେଜ ରେ ଇଲେକ୍ସନ କୁ ବନ୍ଦ କରିଦେଇଥିଲେ l ଅନ୍ୟପଟେ ଛାତ୍ର ବିଜେଡି ପକ୍ଷରୁ ଛାତ୍ରଛାତ୍ରୀ ମାନେ ବେଶ ଖୁସିଥିବା ଦେଖିବାକୁ ମିଳିଥିଲା ବିଜେଡି ଝିନ୍ଦାବାଦ ନାରା ଦେଇ କଲେଜ ଗେଟ ସମ୍ମୁଖରେ ସେଲିବ୍ରେସନ କରିଛନ୍ତି l ବିଜେଡି ସରକାର ଥିବସମୟରେ କଲେଜ ରେ କଣ କଣ ସବୁ ଉର୍ନତିମୂଳକ କାଯ୍ୟ ହୋଇଛଜ ସେମିତି ବିଷୟରେ ଉର୍ଲେଖ କରିଥିଲେ l ବିଧାୟକ ଅରୁଣ ସାହୁ ନୟାଗଡ଼ ଉର୍ନତି କରିବା ସହିତ କଲେଜ ର ରୁପାରେଖା ବଦଳେଇଥିବା ନେଇ ମନ୍ତବ୍ୟ ଦେଇଥିଲେ ଛାତ୍ରଛାତ୍ରୀ l ଏବିଭିପି ର ଛାତ୍ରୀ ଜଣେ କାଲି ଅରୁଣ ସାହୁଙ୍କୁ କଡା ସମାଲୋଚନା କରି କହିଥିଲେ ଅରୁଣ ସାହୁ ଛାତ୍ର ରାଜନୀତିର ଭୃଣହତ୍ୟା କରିଥିଲେ ଏହି କଥାକୁ ବିଜେଡି ଛାତ୍ର ମାନେ ସମ୍ପୂଣ ଭାବରେ କାଟିଥିଲେ ଏବଂ କହିଥିଲେ ବାତ୍ୟା ଏବଂ କୋଭିଡ ପାଇଁ କଲେଜ ରେ ଇଲେକ୍ସନ ଅରୁଣ ସାହୁ ବନ୍ଦ କରିଥିଲେ l ଏବଂ ଆମେ ବର୍ତମାନ ବହୁତ ଖୁସି | ପୁଣି କଲେଜ ରେ ଇଲେକ୍ସନ ହବ ଏବଂ ଆମେ ଲଢ଼ିବୁ ଜିତିବୁ l ପୂର୍ବରୁ ଏହି ଏବିଭିପି ହିଁ ରାଜ୍ୟରେ କଲେଜ ରେ ଇଲେକ୍ସନ ବନ୍ଦ କରିଥିଲେ ବୋଲି ବିଜେଡି ସମର୍ଥିତ ଛାତ୍ର ମାନେ ନିଜର କଥା ରଖିଥିଲେ lସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧକ୍ଷଙ୍କ ସହ ଆଲୋଚନା ପରେ ସେମିତି କହିଥିଲେ l ସରକାରଙ୍କ ପକ୍ଷରାଉ ନିର୍ଦ୍ଧେଶନାମା ଆସିବା ପରେ ଆମେ କଲେଜ ରେ ସିନିୟର ଷ୍ଟାଫ ଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠିତ କରିଛୁ ସେମାନେ ମିଟିଙ୍ଗ ଜାରିରଖିଛନ୍ତି ଏବଂ ଇଲେକ୍ସନ ବିଷୟରେ ଆମେ କଲେକ୍ଟର, ଏସପି ଙ୍କୁ ଚିଠି କରିବୁ ଯେପରି ଶାନ୍ତିଶୃଙ୍ଖଳା ରେ ଇଲେକ୍ସନ ହେବ l 8ବର୍ଷ ପରେ ଯେହେତୁ ଇଲେକ୍ସନ ହେବ ଆମେବି ଚାଁହୁଛୁ ପିଲାମାନେ ଏଥିରେ ସାମିଲ ହୁଅନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ l ପିଲାମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରନ୍ତୁ l ନାମାଙ୍କନ 9ତାରିଖରୁ 10ରେ ନାମାଙ୍କନ ପ୍ରତ୍ୟାହାର 14 ରେ ମିଟିଙ୍ଗ 15 ରେ ଭୋଟ ଏବଂ 16ରେ ଶପଥ ଗ୍ରହଣ l କଲେଜ ର ସମସ୍ତ ଅଞ୍ଚଳରେ ସିସିଟିଭି ଲାଗିଛି l କଲେଜ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯଇଛି l
