Triple Murder:୭୦ ବର୍ଷୀୟା ବୃଦ୍ଧାଙ୍କ ହତ୍ୟାରୁ ଖୋଲିଲା ୩ ମହିଳାଙ୍କ ମୃତ୍ୟୁର ରହସ୍ୟ
୨୦୨୨ରେ ଗୁଜୁରାଟର କୋଂସବାରେ ୭୦ବର୍ଷୀୟ ସାନ୍ତାବେନ ବସାବାଙ୍କ ହତ୍ୟାର ୪ବର୍ଷ ପରେ ରହସ୍ୟ ଖୋଲିଛି | ପୋଲିସ ଅନୁସାରେ ଅଭିଯୁକ୍ତ ଦମ୍ପତି ନିଜ ଶାଶୂ , ଭଉଣୀ, ଓ ନାନୀଙ୍କୁ ହତ୍ୟା କରିଥିଲେ |

ଅହମଦାବାଦ କ୍ରାଇମ ବ୍ରାଞ୍ଚ ଓ ସୁରଟ କୋଂସବା ପୋଲିସ ୨୦୨୨ରେ କୋରୋନା ସମୟରେ କୋଂସବାରେ ୭୦ବର୍ଷୀୟ ବୃଦ୍ଧାଙ୍କ ହତ୍ୟା ସହ ଅନ୍ୟ ଦୁଇ ମହିଳାଙ୍କ ହତ୍ୟାର ରହସ୍ୟ ଖୋଲିଛି | ଏହି ତିନିଜଣ ମୃତକ ମହିଳା ପରସ୍ପର ସମ୍ପର୍କୀୟ ଥିଲେ ଏବଂ ଏହି ଘଟଣାର ଖୁଲାସା ହୋଇଛି ଯେ, ବୃଦ୍ଧାଙ୍କ ନାତୁଣୀ ଓ ତାଙ୍କ ସ୍ୱାମୀ ମିଶି ତିନିଜଣଙ୍କୁ ହତ୍ୟା କରିଥିଲେ | ହତ୍ୟାକାରୀ ଜ୍ୱାଇଁ ମାଧବଦାସ ତାଙ୍କ ସ୍ତ୍ରୀ ଉର୍ମିଳା ସହ ମିଶି ବୃଦ୍ଧାଙ୍କୁ ହତ୍ୟା କରିଥିଲା ଏବଂ ଶବକୁ ଘରର ବାଡ଼ିରେ ପୋତି ଦେଇଥିଲେ | ଏହି ମାମଲା ତେବେ ସାମ୍ନାକୁ ଆସିଲା, ଯେବେ ଅଭିଯୁକ୍ତ ମାଧବ ଦାସ ପୋଲିସକୁ ଜଣାଇବାକୁ ପହଞ୍ଚିଥିଲା ଯେ, ତାଙ୍କ ସ୍ତ୍ରୀ ନାନୀଙ୍କୁ ହତ୍ୟା କରିଥିଲେ | କୋଂସବା ପୋଲିସ ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ସହ ମିଶି ଅଭିଯୁକ୍ତମାନଙ୍କୁ ସାଙ୍ଗରେ ନେଇ ଗାତ ଖୋଳିଥିଲେ |ସେଠାରୁ ଏକ ପୁଟୁଳିରେ ବୃଦ୍ଧାଙ୍କ ଅବଶେଷ ଉଦ୍ଧାର କରାଯାଇଥିଲା | ଏହା ସହ ଅଭିଯୁକ୍ତ ଦମ୍ପତି ଆଉ ଦୁଇଜଣ ମହିଳାଙ୍କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କରିଥିଲେ | ଏହା ପରେ ଟ୍ରିପଲ୍ ମର୍ଡର ମାମଲାର ରହସ୍ୟର ଖୋଲିଛି | କ୍ରାଇମ୍ ବ୍ରାଞ୍ଚର SP ଭରତ ପଟେଲ କହିଛନ୍ତି ,୨୦୨୨ରେ କୋଂସବା ର ବଡ଼ଫଲିଆ ରେ ଘରେ ଏକୁଟିଆ ରହୁଥିବା ୭୦ବର୍ଷୀୟ ସାନ୍ତାବେନ ବସାବାଙ୍କ ହତ୍ୟା ତାଙ୍କର ଜ୍ୱାଇଁ ମାଧବଦାସ ତାଙ୍କ ସ୍ତ୍ରୀ ଉର୍ମିଳା ତକିଆରେ ମୁହଁକୁ ଦାବି କରିଥିଲେ | ଶବକୁ ଘର ପଛର ବାଡ଼ିରେ ଗାତଖୋଳି ପୋତି ଦେଇଥିଲେ | ହତ୍ୟା ପରେ ସ୍ୱାମୀ-ସ୍ତ୍ରୀ ଅହମଦାବାର ଧୋଲକା ତାଲୁକାର ଵାଲଥେର ଗାଁରେ ରହିବାକୁ ଲାଗିଲେ | କୌଣସି କଥାକୁ ନେଇ ଗତ ୯ ମାସ ଦୁହେଁ ଅଲଗା ଅଲଗା ହୋଇ ରହୁଥିଲେ | ଏହି ସମୟରେ ଶାନ୍ତାବେନଙ୍କ ହତ୍ୟା ମାମଲାରେ ମାଧବଦାସ ତାଙ୍କ ସ୍ତ୍ରୀ ଉର୍ମିଳା ଏବଂ ଅଫଜଲ ଓରଫ ଫଟୋ ଦିୱାନଙ୍କୁ ଫସାଇବା ପାଇଁ ଅହମଦାବାଦ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଉଭୟ ମିଶି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି | ତେବେ ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ଏହି ଅଭିଯୋଗ ସମ୍ପର୍କରେ ଗଭୀର ତଦନ୍ତ କରିବା ପରେ ପୂରା ଘଟଣା ସନ୍ଦେହଜନକ ଲାଗିଥିଲା | ତଦନ୍ତ ଆଗକୁ ବଢ଼ିବା ପରେ ହତ୍ୟାର ରହସ୍ୟ ଖୋଲିଥିଲା ଏବଂ ମାଧବଦାସ ତାଙ୍କ ସ୍ତ୍ରୀ ଉର୍ମିଳାଙ୍କ ସହ ମିଶି ଶାନ୍ତାବେନଙ୍କୁ ହତ୍ୟା କରିଥିବା ଅପରାଧ ସ୍ୱୀକାର କରିଥିଲେ | ଅହମଦାବାଦ କ୍ରାଇମ ବ୍ରାଞ୍ଚ ଓ ସୁରଟ କୋଂସବା ପୋଲିସ ଅଭିଯୁକ୍ତର ଦମ୍ପତିଙ୍କୁ ନେଇ ସଂଯୁକ୍ତ ରୂପରେ ଘଟଣାସ୍ଥଳରେ ସନ୍ଧାନ ଅଭିଯାନ ଆରମ୍ଭ କରାଜିଥିଲା ଏବଂ ସେହି ସ୍ଥାନରେ ପହଞ୍ଚି ଥିଲା ଯେଉଁଠି ବୃଦ୍ଧାଙ୍କ ଶବ ପୋତା ଯାଇଥିଲା | ଅଭିଯୁକ୍ତ ମାଧଵଦାସ ଓ ଉର୍ମିଳା ପଡ଼ୋଶୀ କିମ୍ବା ସମ୍ପର୍କୀୟମାନେ ଯେପରି ଜାଣିପାରିବେ ନାହିଁ, ସେଥିପାଇଁ ବୃଦ୍ଧାଙ୍କ ମୃତଦେହକୁ ଗୋପନରେ ନଷ୍ଟ କରିବା ସହ ପ୍ରମାଣ ମଧ୍ୟ ନଷ୍ଟ କରିଦେଇଥିଲେ | କୋରୋନା ସମୟରେ ଫାଇଦା ଉଠାଇ ଦମ୍ପତି ସମସ୍ତଙ୍କୁ କହିଥିଲେ,ବୃଦ୍ଧାଙ୍କୁ ହସ୍ପିଟାଲରୁ ସିଧା ମଶାଣିକୁ ନେଇ ଅନ୍ତିମ ସଂସ୍କାର କରାଯାଇଥିଲା | କିନ୍ତୁ ସେମାନେ ଶାନ୍ତାବେନଙ୍କ ଘରେ ହିଁ ମୃତଦେହକୁ ଏକ ଡ୍ରମ୍ରେ ରଖି ସେଥିରେ ତିନି ବସ୍ତା ସିମେଣ୍ଟ ଓ ପାଣି ମିଶାଇ ଡ୍ରମ୍ଟିକୁ ଭର୍ତ୍ତି କରିଥିଲେ | ତିନି ମାସ ପରେ ସୁଯୋଗ ମିଳିବାରୁ ମୃତଦେହ ଥିବା ଡ୍ରମ୍କୁ ଘର ଅଗଣାରେ ଗାତ ଖୋଳି ,ପୋତି ଦେଇଥିଲେ | ଏହାପରେ ସ୍ୱାମୀ-ସ୍ତ୍ରୀ ବୃଦ୍ଧାଙ୍କ ମୃତଦେହକୁ ଗାତରେ ପୋତି ତା’ ଉପରେ ସିମେଣ୍ଟର ଏକ ମୋଟା ପରସ୍ତ ତିଆରି କରିଥିଲେ, ଯାହା ସ୍ଲାବ୍ ଭଳି ଦେଖାଯାଉଥିଲା | ପୋଲିସ ଗଇଁତି ଓ କୋଦାଳ ସାହାଯ୍ୟରେ ସିମେଣ୍ଟର ଏହି ପରସ୍ତକୁ ଭାଙ୍ଗି ୪ରୁ ୫ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳିଥିଲା ଏବଂ ସେଠାରୁ ବୃଦ୍ଧାଙ୍କ ଅବଶେଷ ଉଦ୍ଧାର କରିଥିଲା | ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ଏହି ଅବଶେଷଗୁଡ଼ିକୁ ଏକ ପୁଟୁଳିରେ ଭର୍ତ୍ତି କରି FSLକୁ ନେଇଯାଇଛି ଏବଂ ପରବର୍ତ୍ତୀ ତଦନ୍ତ ଜାରି ରହିଛି। କ୍ରାଇମ୍ ବ୍ରାଞ୍ଚର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଉର୍ମିଳା ଓରଫ ଜୟା ଏବଂ ମାଧବଦାସ ପ୍ରାୟ ୮ ମାସ ଧରି ଅଲଗା ରହୁଥିଲେ | ଉର୍ମିଳା ଘରେ ଥିବା ଗହଣା, ନଗଦ ଟଙ୍କା ଏବଂ ତାଙ୍କ ପୁଅକୁ ସାଙ୍ଗରେ ନେଇ ଚାଲିଯାଇଥିବାରୁ ମାଧବଦାସ ତାଙ୍କ ସ୍ତ୍ରୀଙ୍କ ଉପରେ ରାଗିଥିଲେ | ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅସନ୍ତୋଷ ଏବଂ ସ୍ତ୍ରୀଙ୍କ ଉପରେ ସନ୍ଦେହ କାରଣରୁ ମାଧବଦାସ ନିଜ ସ୍ତ୍ରୀ ଓ ତାଙ୍କ ଭଉଣୀଙ୍କୁ ଅପରାଧରେ ଫସାଇବା ଉଦ୍ଦେଶ୍ୟରେ ଏକ ମିଥ୍ୟା କାହାଣୀ ଗଢ଼ିଥିବା ଜଣାପଡ଼ିଛି | ଭଗବତୀ ବସାୱା ଅଭିଯୁକ୍ତ ଉର୍ମିଳା ଓରଫ ଜୟାଙ୍କ ଭଉଣୀ ଥିଲେ ଏବଂ ସେ ଟିବି ରୋଗରେ ପୀଡ଼ିତ ଥିଲେ । ତଦନ୍ତ ଅନୁସାରେ, ମାଧବଦାସ ଓ ଉର୍ମିଳା ମିଶି ତକିଆରେ ଭଗବତୀଙ୍କ ମୁହଁ ଚାପି ତାଙ୍କୁ ହତ୍ୟା କରିଥିଲେ | ପରେ ତାଙ୍କ ମୃତଦେହକୁ ପୋତି ଦିଆଯାଇଥିଲା | ସେହିପରି ମଞ୍ଜୁଲାବେନ ସାଧୁ ଅଭିଯୁକ୍ତ ମାଧବଦାସଙ୍କ ମା’ ଏବଂ ଅଭିଯୁକ୍ତ ଉର୍ମିଳା ଓରଫ ଜୟାଙ୍କ ଶାଶୁ ଥିଲେ। ସେ ପାରାଲିସିସ୍ରେ ପୀଡ଼ିତ ଥିଲେ। ତଦନ୍ତ ଅନୁସାରେ, ମାଧବଦାସ ଓ ଉର୍ମିଳା ମିଶି ତକିଆରେ ମଞ୍ଜୁଲାବେନଙ୍କ ମୁହଁ ଚାପି ତାଙ୍କୁ ହତ୍ୟା କରିଥିଲେ | ପରେ ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା |
