ତାଜମହଲ ବୁଲିଲେ ଟ୍ରମ୍ପଙ୍କ ଝିଅ
ଦମ୍ପତ୍ତି ପ୍ରାୟ ଏକ ଘଣ୍ଟା ଧରି ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ଏବଂ ଐତିହାସିକ ସ୍ମାରକର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ
P
By Pradeep Kumar NayakPublished: May 30, 2026, 04:43 PM • 1 min read

ତାଜମହଲ ବୁଲିଲେ ଟ୍ରମ୍ପଙ୍କ ଝିଅ ଜ୍ୱାଇଁ
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ଟିଫା ନି ଆଜି ତାଜମହଲ ବୁଲିଛନ୍ତି। ସ୍ୱାମୀ Michael Boulosଙ୍କ ସହ ଭାରତ ଗସ୍ତ ସମୟରେ ଆଗ୍ରାର ତାଜମହଲ ପରିଦର୍ଶନ କରିଥିଲେ। ଏ ଦମ୍ପତ୍ତି ପ୍ରାୟ ଏକ ଘଣ୍ଟା ଧରି ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ଏବଂ ଐତିହାସିକ ସ୍ମାରକର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଏହା ପ୍ରଥମ ଥର ନୁହେଁ ଯେ ଟ୍ରମ୍ପ ପରିବାରର କେହି ତାଜମହଲ ଦେଖିବାକୁ ଆସିଛନ୍ତି। ୨୦୨୦ ମସିହାରେ ଇଭାଙ୍କା ଟ୍ରମ୍ପ ତାଙ୍କ ସ୍ୱାମୀ Jared Kushnerଙ୍କ ସହ ଭାରତ ଗସ୍ତ ସମୟରେ ତାଜମହଲ ପରିଦର୍ଶନ କରିଥିଲେ। ସେ ସେତେବେଳେ ତାଜମହଲକୁ “ଅତ୍ୟନ୍ତ ଚମତ୍କାର ଓ ମନୋମୁଗ୍ଧକର” ବୋଲି କହିଥିଲେ। ତାଜମହଲ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଐତିହାସିକ ସ୍ମାରକୀ ଭିତରୁ ଅନ୍ୟତମ ହୋଇଥିବାରୁ ବିଦେଶୀ ଅତିଥି ଏବଂ ବିଶ୍ୱ ନେତାମାନଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ରହିଛି।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
