ହୃଦଘାତରେ ଚାଲିଗଲେ କାଣ୍ଟେ ଲଗା ଗାର୍ଲ ଫେମ୍ ଶେଫାଳୀ

ହୃଦଘାତରେ ଚାଲିଗଲେ ମଡେଲ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ୱାଲା! ଶୁକ୍ରବାର ବିଳମ୍ୱିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। କାଣ୍ଟେ ଲଗା ଫେମ ଶେଫାଳୀଙ୍କ ପରଲୋକରେ ଟେଲିଭିଜନ ଜଗତର ଅନେକ ଶୋକବ୍ୟକ୍ତ କରିଛନ୍ତି। ମିକା ସିଂ, ରଶ୍ମୀ ଦେସାଇ, ଅଲି ଗୋନି, ଦିବ୍ୟାଙ୍କ ତ୍ରିପାଠୀଙ୍କ ସମେତ ଅନେକ ସେଲିବ୍ରିଟି ଗଭୀର ଶୋକପ୍ରକାଶ କରିଛନ୍ତି। ପୁଲିସ ଓ ଫରେନସିକ ଟିମ୍ ଶେଫାଳୀଙ୍କ ବିଲଡିଂରେ ପହଞ୍ଚି ତନାଘନା କରିଛି। ଶେଫାଳୀଙ୍କ ରୋଷେୟା ଓ ଚାକରାଣୀଙ୍କୁ ପଚରାଉଚୁରା କରିଛି। ବିଲଡିଂର ଏଣ୍ଟ୍ରି ରେଜିଷ୍ଟାରର ଫଟୋ ବି ପୁଲିସ ନେଇଛି। ଶେଫାଳୀଙ୍କ ଫ୍ଲାଟ୍ କୁ କେହି ଯାଇଥିଲେ କି ନାହିଁ ଯାଞ୍ଚ ଜାରି ରହିଛି। ଶେଫାଳୀଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀଙ୍କ ବୟାନ ରେକର୍ଡ କରିଛି ପୁଲିସ। ୪୨ ବର୍ଷୀୟା ଶେଫାଳୀ ମୁମ୍ୱାଇର ଅନ୍ଧେରୀ ଅଞ୍ଚଳରେ ରହୁଥିଲେ। ଶେଫାଳୀଙ୍କ ପରିବାର ବିଳମ୍ୱିତ ରାତିରେ ତାଙ୍କୁ ହସ୍ପିଟାଲ ନେଇକି ଯାଇଥିଲେ। ଆଉ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୁମ୍ୱାଇ ପୁଲିସକୁ ରାତି ପ୍ରାୟ ଗୋଟାଏରେ ସୂଚନା ମିଳିଥିଲା। କୁପର ହସ୍ପିଟାଲରେ ଶବବ୍ୟବଛେଦ ହୋଇଛି। ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ନାହିଁ। ଶେଫାଳୀଙ୍କ ପରଲୋକ ପରେ ତାଙ୍କ ସ୍ୱାମୀ ପରାଗ ଶନିବାର ସକାଳୁ ନିଜ ପୋଷା କୁକୁରକୁ ବୁଲାଉଥିବା ଦେଖାଯାଇଥିଲା। ଶେଫାଳୀ ୨୦୦୨ ମସିହାରେ କାଣ୍ଟେ ଲଗା ରିମିକ୍ସରୁ ଘରେ ଘରେ ଫେମସ୍ ହୋଇଯାଇଥିଲେ। ଏହା ଏମିତି ଏକ ମ୍ୟୁଜିକ ଭିଡ଼ିଓ ଯେଉଁଥିରେ ତାଙ୍କ ବୋଲ୍ଡ ଅନ୍ଦାଜ ପରେ ତାଙ୍କୁ କାଣ୍ଟେ ଲଗା ଗାର୍ଲ ନାଁରେ ଫ୍ୟାନ୍ସ ଡାକୁଥିଲେ। ଶେଫାଳୀ ଜରିଓ୍ୱାଲା ହିନ୍ଦୁସ୍ତାନୀ ଭାଉ ଓରଫ ବିକାଶ ଫାଟକଙ୍କ ସହ ଖାସ୍ ସମ୍ପର୍କରେ ଥିଲେ। ଦୁହେଁ ବିଗ ବସ-୧୩ରେ ଏକାଠି ନଜରକୁ ଆସିଥିଲେ। ପରସ୍ପରକୁ ଭାଇ ଭଉଣୀ ରୂପରେ ସ୍ୱୀକାର କରିଥିଲେ। ଶୋ ଖତମ ପରେ ବି ଉଭୟଙ୍କ ଭିତରେ ସମ୍ପର୍କ କାଏମ ରହିଥିଲା। ଶେଫାଳୀ ନିଜ ଶେଷ ପୋଷ୍ଟରେ ବିଗ୍ ବସ-୧୩ର କୋ-କଣ୍ଟେଷ୍ଟାଣ୍ଟ ଦିବଂଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଏକ ମାର୍ମିକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସିଦ୍ଧାର୍ଥ ତାଙ୍କୁ ଆଲିଙ୍ଗନ କରିଥିବାର ପୁରୁଣା ଫଟୋ ସେୟାର କରିଥିଲେ। ଯାହା ସେପ୍ଟେମ୍ୱର ୨, ୨୦୨୪ରେ କରିଥିଲେ ପୋଷ୍ଟ। ୨୦୨୪ରେ ଶେଷଥର ଟିଭି ସୋ ସୈତାନୀ ରସ୍ମେରେ ଦେଖିବାକୁ ମିଳିଥିଲା। ମିକା ସିଂ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶେଫାଳୀ ୧୫ ବର୍ଷ ହେଲା ଫିଡସ ବେମାରୀରେ ପିଡ଼ିତ ଥିଲେ। ୨୦୧୧ରେ ସାଉଥ ଫିଲ୍ମରେ ଡେବ୍ୟୁ କରିଥିଲେ। ହୁଡୁଗାରୁ ନାମକ କନ୍ନଡ଼ ଫିଲ୍ମରେ ଦେଖିବାକୁ ମିଳିଥିଲା। ଶେଫାଳୀ ଅନେକ ମ୍ୟୁଜିକ ଭିଡ଼ିଓ, ରିଅଲିଟି ସୋ ନଚ୍‌ ବଲିୟେ, ବୁଗିଉଗି ଓ ଓ୍ୱେବ ସିରିଜରେ ନଜରକୁ ଆସିଥିଲେ। ୨୦୧୮ରେ ବେବି କମ୍ ଅନ ଓ୍ୱେବ୍‌ ସିରିଜରେ ଲିଡ୍ ରୋଲରେ ନଜରକୁ ଆସିଥିଲେ। ଏଥିରେ ତାଙ୍କ ସହ ଶ୍ରେୟସ ତଲପଡ଼େ ଥିଲେ। ଶେଫାଳୀ ଦୁଇ ଥର ବିବାହ କରିଥିଲେ। ୨୦୦୪ରେ ପ୍ରଥମ ବିବାହ ମିତ ବ୍ରଦର୍ସର ମ୍ୟୁଜିସିଆନ ହରମିତ ସିଂଙ୍କ ସହ ହୋଇଥିଲା। କିନ୍ତୁ ୨୦୦୯ରେ ଦୁହିଁଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା। ଏହା ପରେ ୨୦୧୫ରେ ଅଭିନେତା ପରାଗ ତ୍ୟାଗୀଙ୍କ ସହ ଦ୍ୱିତୀୟ ବିବାହ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *