BHAKTILATA BARAL
Content WriterLatest from BHAKTILATA
ମୁଖ୍ୟମନ୍ତ୍ରୀଙ୍କ ଢ଼ିଙ୍କିଆ ଗ୍ରସ୍ତକୁ ବିରୋଧ କଲା ଜିଲ୍ଲାକଂଗ୍ରେସ
ଏରସମା ଢ଼ିଙ୍କିଆ ଜିନ୍ଦାଲ ପ୍ରକଳ୍ପ ଶିଳାନ୍ୟାସ ଗ୍ରସ୍ତକୁ ବିରୋଧ କଲା ଜଗତସିଂହପୁର କଂଗ୍ରେସ । ଆଜି ଢ଼ିଙ୍କିଆରେ ହେଉଥିବା ଜିନ୍ଦାଲ ଷ୍ଟିଲ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗଦାନକୁ ତୀବ୍ର ବିରୋଧ କରି ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଜଙ୍ଗଲ ଜମି ହଡପ ,ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ଅବହେଳା ଓ ବିନା ଗ୍ରାମସଭାରେ ସମସ୍ତ ପ୍ରକାର ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଆସିଛି । ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରି ନିକଟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ ଏରସମା ଢ଼ିଙ୍କିଆରୁ ଏକ ପଦଯାତ୍ରା ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ଏସବୁକୁ ନଜର ନ ଦେଇ ରାଜ୍ୟ ସରକାର ଜିନ୍ଦଲ ପ୍ରକଳ୍ପକୁ ପ୍ରତିଷ୍ଠା କରିବାରେ ଆଗ୍ରହୀ ଅଛନ୍ତି ଓ ଏହାର ଶିଳାନ୍ୟାସ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଢ଼ିଙ୍କିଆ ଗ୍ରସ୍ତରେ ଅଛନ୍ତି । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ତୀବ୍ର ବିରୋଧ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି
ପିକଅପ ଗାଡ଼ି ରାସ୍ତା ତଳକୁ ଓଲଟି, ଦୁଇ ଶ୍ରମିକ ମୃତ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ରାସ୍ତା ଢ଼ଳେଇ କାମ ସାରି ଏକ ପିକଅପ ଗାଡ଼ିରେ ଯାଉଥିବା ସମୟରେ ଗାଡିଟି ଭାରଶ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଗୋଖନୀ ଗାଁ ର ସୁମନ୍ତ ମହାନ୍ତି, ଚିଂଚିରି ଗାଁର କୁମର ବାରିକ ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନିଜଣ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଡହଡହ ଖରାରେ ପେଟ ପାଟଣା ପାଇଁ ଶ୍ରମିକମାନେ କାମ କରୁଛନ୍ତି। ଦୃଘଟଣା ରେ ଏଭଳି ଶ୍ରମିକ ଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳ ରେ ଶୋକର ଛାୟା କହେଇଯାଇଛି।
ମ୍ୟାନେଜରଙ୍କୁ ଅସ୍ତ୍ର ଦେଖାଇ ଲୁଟ୍
ଅନୁଗୁଳ ଜିଲ୍ଲା ନିଶା ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳରେ ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ଅସ୍ତ୍ର ଦେଖାଇ ଲୁଟ୍ କରିଥିବା ଅଭିଯୋଗରେ ୫ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା, ମୋବାଇଲ, ଟ୍ୟାବ୍ ଓ ତରୱାଲ ଜବତ ହୋଇଛି। ଘଟଣାରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ। ଗତ ୧୭ ମାର୍ଚ୍ଚ ସନ୍ଧ୍ୟାରେ ଭାରତ ଫାଇନାନ୍ସ ଇନକ୍ଲୁଜନ୍ ଲିମିଟେଡର ବ୍ରାଞ୍ଚ ମ୍ୟାନେଜର ଜ୍ୟୋତିର୍ମୟ ସ୍ୱାଇଁ ନିଶା ଇଣ୍ଡଷ୍ଟ୍ରିଆଲ ଥାନା କାଳିଆକଟା ଓ କଙ୍କରେଇରୁ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ କାଳିଆକଟା ଜଙ୍ଗଲ ନିକଟରେ ୬ ଜଣ ଦୁର୍ବୃତ୍ତ ଖଡ୍ଗ ଦେଖାଇ ତାଙ୍କଠାରୁ ୫୫ ହଜାରରୁ ଅଧିକ ଟଙ୍କା, ତିନୋଟି ଟ୍ୟାବ୍, ଦୁଇଟି ମୋବାଇଲ ଓ ବାୟୋମେଟ୍ରିକ୍ ଡିଭାଇସ୍ ଲୁଟି ନେଇଥିଲେ। ନିଶା ଇଣ୍ଡଷ୍ଟ୍ରିଆଲ ଥାନାରେ କେସ୍ ନଂ ୯୭/୨୬ ରୁଜୁ ପରେ ଏସ୍.ଆଇ. ବିକାଶ ରଞ୍ଜନ ଗିରିଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ରାମଡିହ ଗ୍ରାମର ସତ୍ୟାନନ୍ଦ ନାୟକ, କେତନ ନାୟକ, ଦୁଷ୍ମନ୍ତ ନାୟକ, ରାହୁଲ ନାୟକ ଏବଂ ଢେଙ୍କାନାଳ ବାଲିମି ଥାନା ଝାରବନ୍ଧ ଗାଁର ନରେନ୍ଦ୍ର ନାୟକଙ୍କୁ ଗିରଫ କରିଛି। ଜଣେ ୧୬ ବର୍ଷୀୟ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋବାଇଲ୍, ଦୁଇଟି ଟ୍ୟାବ୍ଲେଟ , ତରୱାଲ , କଟୁରୀ ଓ ୩୦ ହଜାର ଟଙ୍କା ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରାଯାଇଛି।
ବାଇକ ଚୋରି ରାକେଟ୍ ଠାବ, 2 ଲୁଟେରା ଗିରଫ
ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ପୁଲିସ ଏକ ବାଇକ ଚୋରି ରାକେଟ୍ ଠାବ କରିବାରେ ସଫଳ ହୋଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଦୁଇଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି ଅଭିଯୁକ୍ତଦ୍ଵୟ ହେଲେ ଛତିଶଗଡ଼ ଯଶପୁର ଜିଲ୍ଲାର ମନ କୁମାର (୩୫) ଏବଂ ମନ୍ଦଲିଆ ଅଞ୍ଚଳର ଜଜବୀର ସିଂହ (୩୦) | ଗିରଫ ସମୟରେ ଅଭିଯୁକ୍ତ ଜଜବୀରଙ୍କ ନିକଟରୁ ପୁଲିସ ଏକ ନକଲି ପିସ୍ତଲ ଉଦ୍ଧାର କରିଛି | ଏଥିସହ ସେମାନଙ୍କ ପାଖରୁ ୪ଟି ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି। ଅନ୍ୟପଟେ ଏହି ଗ୍ୟାଙ୍ଗ୍ ସହ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ଏହି ଗାଡ଼ିଗୁଡ଼ିକ କେଉଁ ସ୍ଥାନରୁ ଚୋରି ହୋଇଛି, ସେ ନେଇ ପୁଲିସ ପକ୍ଷରୁ ଅଧିକ ଛାନ୍ଭିନ୍ ଜାରି ରହିଛି ବୋଲି ଝାରସୁଗୁଡା ଏସ.ପି. ଜି.ଆର. ରେଡ୍ଡୀ କହିଛନ୍ତି।

ଢିଙ୍କିଆରେ ପହଁଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଉ କିଛି ସମୟ ପରେ ବହୁ ଚର୍ଚିତ ଢିଙ୍କିଆରେ ପହଁଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଢିଙ୍କିଆ ନିକଟରେ ନିର୍ମାଣାଧୀନ ଜେଏସଡବ୍ଲ୍ଯୁ କମ୍ପାଉଣ୍ଡ ଭିତରେ 13.2 mmpt କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଳାଣ୍ଟ ଶୁଭ ଦେବେ | ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସମ୍ପଦ୍ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଧାୟକ ସାରଦା ପ୍ରସାଦ ଜେନା, ରମାକାନ୍ତ ଭୋଇ, ଅମରେନ୍ଦ୍ର ଦାସ ଓ ସାଂସଦ ଡଃ ବିଭୁ ପ୍ରସାଦ ତରାଇ ପ୍ରମୂଖ ଯୋଗଦେବେ | ଏଥିପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି |
