ବ୍ୟାଙ୍କରେ କମୁଛି ଜମା , ଚିନ୍ତାରେ ଅର୍ଥ ମନ୍ତ୍ରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରବିଆଇ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ସହ ବୈଠକ ପରେ ବ୍ୟାଙ୍କ ଗୁଡ଼ିକର ମନ୍ଥର ଜମା ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ କିଛି ଅଭିନବ ଏବଂ ଆକର୍ଷଣୀୟ କରିବା ପାଇଁ ଚିନ୍ତା କରିବା ଉଚିତ୍, ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ । ବର୍ତ୍ତମାନ ଲୋକମାନଙ୍କ ପାଖରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ବ୍ୟାଙ୍କ ଠାରୁ ଅନେକ ଭଲ ବିକଳ୍ପ ରହିଛି । ଷ୍ଟକ ମାର୍କେଟ ସେଥିମଧ୍ୟରୁ ଅନ୍ୟତମ । ଏହି କାରଣରୁ ଷ୍ଟକ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଖୁଚୁରା ନିବେଶ ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ବ୍ୟାଙ୍କ ଜମା ଉପରେ ପଡୁଛି । ତେଣୁ କିଛି ନୂଆ ଉପାୟ ଅବଲମ୍ବନ କରି ବ୍ୟାଙ୍କ ଜମା ପ୍ରତି ଗ୍ରାହକ ମାନଙ୍କର ଆଗ୍ରହ ବୃଦ୍ଧି କରିବାକୁ ସେ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *