ବିଶ୍ବ ଅର୍ଥବ୍ୟବସ୍ଥା ବିପଦପୂର୍ଣ୍ଣ ମାନ୍ଦାବସ୍ଥା ଆଡକୁ ବଢୁଛି: ବିଶ୍ବବ୍ୟାଙ୍କ

Spread the love

ନୂଆଦିଲ୍ଲୀ: ବୃଦ୍ଧିପାଉଥିବା ଋଣ କାରଣରୁ ବୈଶ୍ବିକ ଅର୍ଥବ୍ୟବସ୍ଥା ବିପଦପୂର୍ଣ୍ଣ ମାନ୍ଦାବସ୍ଥା ଆଡକୁ ବଢୁଛି। ଗୁରୁବାର ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମଲପାସ ଗୁରୁବାର ଦିନ ଆଇଏମଏଫ ଓ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ଆମେ ବିଶ୍ବର ବିକାଶ ପାଇଁ ନିଜର ୨୦୨୩ର ବିକାଶ ଅନୁପାତକୁ ତିନି ପ୍ରତିଶତ ହ୍ରାସ କରି ୧.୯ ପ୍ରତିଶତ କରିଛୁ। କାରଣ ବିଶ୍ବ ଅର୍ଥ ବ୍ୟବସ୍ଥା ଖରାପ ମାନ୍ଦାବସ୍ଥା ଆଡକୁ ଗତି କରୁଛି।

ମଲପାସ କହିଛନ୍ତି, ଆମେ ବିକାଶାଳ ଦେଶଗୁଡିକର ଲୋକଙ୍କୁ ଆଗକୁ ବଢାଇବା ଦିଗରେ ଧ୍ୟାନ କେନ୍ଦ୍ରିତ କରୁଛୁ। ଏହି ସବୁ ଦେଶଗୁଡିକରେ ଋଣ ବୃଦ୍ଧି କାରଣରୁ ସୁଧ ଦର ବୃଦ୍ଧି ପାଇଛି। ଗୋଟିଏ ପଟେ ସୁଧ ବଢୁଛି ଓ ଅନ୍ୟପଟେ ସେମାନଙ୍କ ମୁଦ୍ରା ଦୁର୍ବଳ ହୋଉଛି। ମୁଦ୍ରାର ମୂଲ୍ୟାୟନରେ ହ୍ରାସ ଋଣ ହାରକୁ ବଢାଉଛି। ବିକାଶଶୀଳ ଦେଶଗୁଡିକ ସମ୍ମୁଖରେ ଋଣ ସଂକଟ ସମସ୍ୟା ହୋଇଛି।

ସେ କହିଛନ୍ତି, ମୁଦ୍ରାସ୍ଫିତିର ସମସ୍ୟା ରହିଛି, ସୁଧ ଦର ବଢୁଛି ଓ ବିକାଶଶୀଳ ଦେଶସମୂହର ଯେଉଁ ପୁଞ୍ଜି ପ୍ରବାହ ଥିଲା ତାହା ଅଟକି ଯାଇଛି। ଫଳରେ ଗରିବ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ସେପ୍ଟେମ୍ବରର ମଧ୍ୟଭାଗରେ ପ୍ରକାଶିତ ଏକ ଅଧ୍ୟୟନରେ ବିଶ୍ବ ବ୍ୟାଙ୍କ ସତର୍କ କରି ଦେଇଥିଲା କି, ଯେମିତି ଯେମିତି ସାରା ଦୁନିଆରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ପିତିର ଜବାବରେ ସୁଧ ଦର ବୃଦ୍ଧି କରିବେ, ଦୁନିଆ ୨୦୨୩ରେ ବୈଶ୍ବିକ ମାନ୍ଦା ଆଡକୁ ଗତି କରିବ। ସେ ୦.୫ ପ୍ରତିଶତ ବୃଦ୍ଧିର ଅନୁମାନ କରିଛନ୍ତି।

ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟର ଦ୍ବାହି ଦେଇ ସେ କହିଛନ୍ତି କି, କୋଭିଡ-୧୯ ମହାମାରୀରେ ୧୯୯୦ ପରେ ବୈଶ୍ବିକ ଦାରିଦ୍ର୍ୟ ହ୍ରାସ ପ୍ରଚେଷ୍ଟା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କୋଭିଡ କାରଣରୁ ୨୦୨୦ରେ ସାତ କୋଟି ଲୋକ ଅତ୍ୟଧିକ ଗରିବ ହୋଇଛନ୍ତି, ସେହିପରି ୟୁକ୍ରେନ ଯୁଦ୍ଧ ମଧ୍ୟ ବିଶ୍ବ ମାନ୍ଦା ଅବସ୍ଥାର ଆଉ ଏକ କାରଣ ଭାବେ ସେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *