ହ୍ୱାଟ୍ସଆପ ଆଣିଲା ନୂଆ ଫିଚର

Spread the love

ହ୍ବାଟସ୍ ଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଆଜିକାଲି ପ୍ରାୟ ସମସ୍ତେ  ଆଣ୍ଡରଏଡ ବା ବଡ ଫୋନ ବ୍ୟବହାର କରୁଛନ୍ତି ।  ହ୍ବାଟସ୍ ଆପ କମନ୍ ହୋଇଗଲାଣି ଯୋଗାଯୋଗ ମାଧ୍ୟମ ଭାବେ। ବୟସ୍କ ଲୋକମାନେ ମଧ୍ୟ ସ୍ମାର୍ଟ ଫୋନ୍ ବ୍ୟବହାର କରିବା ସହିତ ହ୍ବାଟସ୍ ଆପ୍ ସହତି ନିଜକୁ ଖାପ୍ ଖୁଆଇ ନେଲେଣି । ସେଥିପାଇଁ କମ୍ପାନୀ ନୂଆ ନୂଆ ଫିଚର ଲାଗୁ କରୁଛି । ଦୁଇ ଦିନ ପୁରୁଣା ମେସଜକୁ ମଧ୍ୟ୍ୟ କରିପାରିବେ ଡିଲଟ୍ ।

ହ୍ବାଟସ୍ ଅପ୍ରେ ପଠାଯାଉଥିବା ମେସଜ୍ ଡିଲଟ୍ କରିବା ଫିଚର (DELETE MESSEGE FOR EVERYONE)  ରେ ପାଇପାରିବେ ଏକ ନୂଆ ସୁବିଧା । ପୂର୍ବରୁ ଏକ ଘଣ୍ଟା ପୁରୁଣା ମେସେଜ୍ ଡିଲଟ୍ କରାଯାଇପାରୁନଥିଲା । ପ୍ରଥମେ ୟୁଜର୍ସ ମାନଙ୍କୁ ମେସେଜ୍ ଡିଲଟ୍ କରିବା ପଇଁ ୮ ମିନଟ୍ ସମୟ ଦିଆଯାଉଥିଲା । ପରେ ଏହାକୁ ବଢାଇ ୧ ଘଣ୍ଟା କରିଦିଆଯାଇଥିଲା । ବର୍ତ୍ତମାନ ହ୍ବାଟସ୍ ଅପ୍ ମେସେଜ୍ ଡିଲିଟ  ଲିମିଟି ଫିଚର ବଢାଇ ଦେଇଛି ।

ସୂଚନା ଅନୁଯାୟୀ ହ୍ବାଟସ୍ ଆପ ୟୁଜର୍ସମାନେ ଦୁଇ ଦିନ ପୁରୁଣା ମେସେଜ୍  ଡିଲିଟ କରିପାରିବେ । WABETAINFO  ରିପୋର୍ଟ ଅନୁଯାୟୀ ହ୍ବାଟସ୍ ଆପରେ ଲାଟେଷ୍ଟ ବିଟା ୨.୨୨.୧୫.୮ ର କିଛି ୟୁଜର୍ସ ମାନଙ୍କ ପାଇଁ ମେସେଜ୍ ଡିଲିଟ୍ କରାଯିବାର ଲିମିଟ୍ ୨ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ସମୟ ପରେ ମେସେଜକୁ  DELETE MESSEGE FOR EVERYONE  କରାଯାଇପାରିବ ନାହିଁ ।

ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *