ଖୁବ ଶୀଘ୍ର ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆସିବ

Spread the love

ଭୁବନେଶ୍ବର:   ସରକାର ଖୁବ ଶୀଘ୍ର ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆଣିବେ। ରାଜସ୍ୱ ବିଭାଗ ସହ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆସୋସିଏସନ ଗଠନ ଉପରେ ନୂଆ ମଡେଲ ଆଣିବେ। ଏହି ଡ୍ରାଫ୍ଟକୁ ବିଭାଗ ରେରାକୁ ସେପ୍ଟେମ୍ୱର ୨୬ ସୁଦ୍ଧା ପଠାଇବ। ଏହାର ଆବଶ୍ୟକୀୟ ସଂଶୋଧନ ଓ ତର୍ଜମା କରିବ ଓରେରା।

ଆପାର୍ଟମେଣ୍ଟ ଓନରସିପ୍ ଆସୋସିଏସନ ଗଠନକୁ ନେଇ ଜାରି ଶୁଣାଣୀରେ ଏଭଳି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ନଭେମ୍ୱର ୨୪ରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ। ନିକଟରେ ସରକାର କରିଥିବା ସଂଶୋଧିତ ନିୟମ ଆଧାରରେ ରେରାର ପ୍ରେସକ୍ରାଇବ ଫର୍ମାଟରେ ହିଁ ଏଗ୍ରିମେଣ୍ଟ ଫର୍ ସେଲ୍‌ ହୋଇପାରିବ ବୋଲି ଅନୁମତି ଦେଇଛନ୍ତି ହାଇକୋର୍ଟ। ଫ୍ଲାଟ୍‌ ବୁକିଂ ବେଳେ ଉଭୟ କ୍ରେତା ଓ ବିଲଡର ଏଗ୍ରିମେଣ୍ଟ ଫର୍ ସେଲ୍ ଦସ୍ତାବିଜରେ ଦସ୍ତଖତ କରିବା ବାଧ୍ୟତାମୂଳକ।

ଏହା ସହ ଜେଡ୍ ଓ୍ୱାନ୍ ପ୍ରକଳ୍ପର ଆସୋସିଏସନ ଗଠନ ନେଇ ଅନୁମତି ଦେଇଥିବା ବିଡିଏ ସଚିବ ନିଃସର୍ତ୍ତମୂଳକ କ୍ଷମାପ୍ରାର୍ଥନା କରିଛନ୍ତି ହାଇକୋର୍ଟରେ। ଏହି ରେଜିଷ୍ଟ୍ରେସନ ପ୍ରମାଣପତ୍ରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଡିଏକୁ ଅନୁମତି ଦେଇଛନ୍ତି ଅଦାଲତ। ଏହା ସହ ଆଇଜିଆରଙ୍କୁ ବି ସମ୍ପୂର୍ଣ୍ଣ ପ୍ରକଳ୍ପର ସଂଜ୍ଞା କଅଣ ବୋଲି ପଚାରିଥିଲେ। ଏହା ସହ ଓରେରା ସହ ପରାମର୍ଶ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ।

Leave a Reply

Your email address will not be published. Required fields are marked *