ବ୍ଲାକମେଲିଂ ଓ ଦାଦାବଟି ଅସୁଲିରେ ଦୁଇ ଆଙ୍କର ଗିରଫ

ବ୍ଲାକମେଲିଂ ଓ ଦାଦାବଟି ମାମଲାରେ ବନ୍ଧା ହେଲେ ଦୁଇ ଆଂକର। ଜଣେ ହେଲେ ଭାରତ ୨୪ ନ୍ୟୁଜ ଚାନେଲର ଆଙ୍କର ସାଜିଆ ନିସାର ଓ ଅମର ଉଜାଲା ଡିଜିଟାଲ ଟିମ୍ ଆଙ୍କର ଆଦର୍ଶ ଝା। ଏହି ଦୁଇ ଜଣଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ପ୍ରାୟ ୬୫ କୋଟି ଟଙ୍କାର ଦାଦାବଟି ମାମଲାର ଆରୋପ ଲାଗିଥିଲା। ନଭେମ୍ୱର ୨୦୨୨ରେ ସାଜିୟା ଭାରତ ୨୪ରେ ଆଙ୍କର ଭାବେ ଜଏନ କରିଥିଲେ। ସାଜିୟାଙ୍କ ବ୍ୟବହାର କୁଆଡ଼େ ଅନୁଶାସନହୀନତା ଥିଲା। ସେ ସଦା ବିବାଦରେ ଥିଲେ। ୨୦୨୩ରେ ପ୍ରାୟ ୭ ମାସ ଧରି ଅଫିସରେ କାହାକୁ କିଛି ନ କହି ଚାଲିଯାଇଥିଲେ। ଏହାର ୬ ମାସ ପରେ ପୁଣି ଚାନେଲକୁ ଫେରିଥିଲେ। ଦିନେ କଲ୍ କରି ତାଙ୍କୁ ୫ କୋଟି ଟଙ୍କା ଦେବାକୁ ଡିମାଣ୍ଡ କରିଥିଲେ। ନଚେତ ସେ ସିନିଅର ମ୍ୟାନେଜମେଣ୍ଟ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଓ ବଳାତ୍କାର ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ। ଆଉ ଧୀରେ ଧୀରେ ଏ ଡିମାଣ୍ଡ ୬୫ କୋଟି ଟଙ୍କାକୁ ଛୁଇଁଥିଲା। ଆଉ ଏ ସବୁ ପ୍ରକରଣରେ ସାଜିଆଙ୍କ ସାଥ୍ ଦେଇଥିଲେ ଆଦର୍ଶ ଝା। କାରଣ ଆଦର୍ଶ ହିଁ ସାଜିଆଙ୍କ ମାର୍ଫତରେ ନ୍ୟୁଜ୍ ଚାନେଲ ସହ ବୈଠକ କରିଥିଲେ। କିନ୍ତୁ ଆଦର୍ଶଙ୍କୁ ଜଣା ନଥିଲା ଯେ, ଏ ସବୁର ରେକର୍ଡିଂ ହେଉଥିଲା। ସାଜିୟା ନିସାରଙ୍କ ବିରୁଦ୍ଧରେ ଭାରତ ୨୪ ନ୍ୟୁଜ ଚାନେଲର ମୁଖ୍ୟ ଏତଲା ଦେଇଥିଲେ। ଚାନେଲକୁ ବ୍ଲାକମେଲିଂ କରି ୬୫ କୋଟି ଟଙ୍କା ମାଗୁଥିବାର ଆରୋପ ଲଦିଥିଲେ ଚାନେଲ ସମ୍ପାଦକ। ଆଉ ତଲାସି ଅଭିଯାନରେ ସାଜିଆଙ୍କ ଘରୁ କୁଆଡ଼େ ୩୪.୫୦ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ସାଜିୟାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *