କଣ ହେବ ଏବେ ଟୁଇଟର ର ଭାଗ୍ୟ

ଚର୍ଚ୍ଚାରେ ଟୁଇଟର । ଏକ ପବ୍ଲିକ କମ୍ପାନୀରୁ ପ୍ରାଇଭେଟ ହେବାକୁ ଯାଉଛି ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟୁଇଟର । ଟୁଇଟରର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ବିଲିୟନେୟାର ଏଲନ୍ ମସ୍କ । ୪୪ ବିଲିୟନ ଡଲାରରେ ଟୁଇଟରକୁ କିଣିଛନ୍ତି ମସ୍କ । ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ୩୮ହଜାର କୋଟି ଟଙ୍କା ହେବ । ଯଦିଓ ଡିଲ୍‌ ପ୍ରୋସେସ୍‌ ହେବାକୁ କିଛି ମାସ ସମୟ ଲାଗିବ କିନ୍ତୁ ନୂଆ ମାଲିକାନା ନେଇ କିଛି ଦିନ ହେବ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ତାହା ଗତ ସୋମବାର ଦିନ ପୂର୍ଣ୍ଣଛେଦ ପଡିଛି । ଟୁଇଟର ମାଲିକ ହୋଇଛନ୍ତି ଏଲନ୍ ମସ୍କ । ସେପଟେ ପଲିସି ପରିବର୍ତ୍ତନ ଓ ପରିଚାଳନାକୁ ନେଇ ଉଠିଛି ନୁଆ ବିବାଦ ।

  ଆମେରିକୀୟ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର କେବଳ ସୋସିଆଲ ନେଟଓ୍ୱର୍କିଂ ପ୍ଲାଟଫର୍ମ ନୁହେଁ ବରଂ ସାରା ବିଶ୍ୱ ସହ ଯୋଡି ହେବାର ସର୍ବୋକୃଷ୍ଟ ମାଧ୍ୟମ ଅଟେ । ରାଜନେତା ଠାରୁ ଅଭିନେତା ପୁଣି ସାଧାରଣ ଜନତା ଅନେକ ଏହି ପ୍ଲାଟଫର୍ମ ସହ ଯୋଡି ହୋଇଥାନ୍ତି । ଟୁଇଟର ମାଧ୍ୟମରେ ନିଜର ଆଭିମୁଖ୍ୟ, ମତାମତ ଅତ୍ୟନ୍ତ ଗଣତାନ୍ତ୍ରିକ ଭାବେ ରଖିଥାନ୍ତି । ସ୍ୱାଧିନ ମତପୋଷଣର ପ୍ରଭାବୀ ମାଧ୍ୟମ ସାଜିଛି ଟୁଇଟର । ତେବେ ମାଲିକାନା ବିବାଦରେ ପୂର୍ଣ୍ଣଛେଦ ପଡିଛି ହେଲେ ମୁଣ୍ଡ ଟେକିଛି ଭିନ୍ନ ଏକ ବିବାଦ । ଟୁଇଟରର କାର୍ଯ୍ୟକାରିତା ଓ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ସ୍ୱାଧିନ ଅଭିବ୍ୟକ୍ତିକୁ ନେଇ ଏଲନ୍ ପୂର୍ବରୁ ଦେଇଥିବା ମତକୁ ନେଇ ଘନେଇଥିବା ବିବାଦର ନିଜେ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ଏଲନ। ସ୍ୱାଧିନ ଅଭିବ୍ୟକ୍ତି ମଧ୍ୟ ଆଇନ ସମ୍ମତ ହେବା ଉଚିତ ବୋଲି କହିଛନ୍ତି ଏଲନ । ମାଲିକାନା ପରିବର୍ତ୍ତନ ପରେ ସ୍ବାଧିନ ମତପୋଷଣକୁ ନେଇ ଚାରିଆଡ଼େ ଉଠିଛି ପ୍ରଶ୍ନ । ମସ୍କ ଲୋକଙ୍କ ଅଧିକାରକୁ ସମ୍ମାନ ଦେବେ କି ହିଂସାକୁ ପ୍ରବର୍ତ୍ତାଇବେ ସେ ନେଇ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏଲନ ମସ୍କଙ୍କ ହାତକୁ ଟୁଇଟର ମାଲିକାନା ଯିବା ପରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଅନେକ ମାନବାଧିକାରୀ ଗୋଷ୍ଠୀ । ଟୁଇଟରକୁ କିଣିବା ପରେ ମସ୍କ ନିଜ ଟ୍ୱିଟରରେ ଲେଖିଥିଲେ ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ୱାଧିନତା ଜରୁରୀ । ଟୁଇଟର ଏକ ଡିଜିଟାଲ ପ୍ଲାଟଫର୍ମ ଯେଉଁଠି ମନୁଷ୍ୟର ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ଟୁଇଟରକୁ ସ୍ୱାଧିନ ମତପୋଷଣ କରିବାର ବଡ ମଞ୍ଚ କହିବା ପରେ ଚିନ୍ତା ପୋଷଣ କରିଛନ୍ତି ମାନବାଧିକାରୀ ଗୋଷ୍ଠୀ । ଲୋକଙ୍କ ଅଧିକାରକୁ ସମ୍ମାନ ଦେବା ସବୁ କମ୍ପାନୀର ପ୍ରମୁଖ କର୍ତ୍ତବ୍ୟ ଅଟେ । ତେବେ ଏହି କର୍ତ୍ତବ୍ୟର ମଧ୍ୟ କୁପ୍ରଭାବ ପଡିପାରେ । ଅଧିକ ସ୍ୱାଧିନତା ହିଂସା ପ୍ରବର୍ତ୍ତାଇବା ସହ ସମାଜରେ ଏହାର କୁପ୍ରଭାବ ମଧ୍ୟ ପକାଇପାରେ । ଟୁଇଟରର ପଲିସି, ଫିଚର, ଆଲ୍‌ଗୋରିଦିମରେ ପରିବର୍ତ୍ତନ ସରକାତ୍ମକ ପ୍ରଭାବ ପରିବର୍ତ୍ତେ ନକରାତ୍ମକ ପ୍ରଭାବ ପକାଇପାରେ ବୋଲି କହିଛନ୍ତି ହ୍ୟୁମାନ ରାଇଟ୍ସ ଓ୍ୱାଚର ଆଡ୍‌ଭୋକେଟ୍‌ ଡେବୋରାହ୍‌ ବ୍ରାଉନ୍‌ । ସେପଟେ ଏସିଏଲୟୁର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆନ୍ଥୋନୀ ରୋମେରା ମଧ୍ୟ ଟୁଇଟର ମାଲିକାନା ପରିବର୍ତ୍ତନ ନେଇ ନିଜ ମତ ରଖିଛନ୍ତି । ଜଣକ ହାତରେ ଏତେଗୁଡିଏ କ୍ଷମତା ରହିବା ବିପଦଜ୍ଜନ ବୋଲି କହିଛନ୍ତି ଆନ୍ଥୋନୀ। ଟୁଇଟର ପଲିସି ଓ ପରିଚାଳନାରେ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଆମନେଷ୍ଟି ଇଣ୍ଟରନ୍ୟାସନାଲ । ଏସବୁ ମଧ୍ୟରେ ସୋସିଆଲ ମିଡିଆ ଜ୍ୟାଣ୍ଟ ର ଟପ୍‌ ଲୟର ବିଜୟ ଗାଡ୍ଡେ ମାଲିକାନା ପରିବର୍ତ୍ତନ ସମ୍ପର୍କିତ ବୈଠକରେ ଭାବବିହ୍ୱଳ ହୋଇପଡିବା ଖବର ସାମ୍ନାକୁ ଆସିଛି ।

ସେପଟେ ଟୁଇଟର ମାଲିକାନା ମସ୍କଙ୍କ ହାତକୁ ଗଲା ପରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହାକୁ ବିରୋଧ କରିଛନ୍ତି । ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲ ୪୪ ଆରବ ଡଲାରର ଏହି ବଡ ଡିଲକୁ ନେଇ କମ୍ପାନୀର ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି ବୋଲି କହିଛନ୍ତି ପରାଗ ଅଗ୍ରଓ୍ୱାଲ । ହଲିଉଡ୍‌ ଅଭିନେତ୍ରୀ ଜାମିଲା ଜାମିଲ ମସ୍କଙ୍କ ଟୁଇଟରକୁ ବିରୋଧ କରିଛନ୍ତି ଓ ଟୁଇଟରର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏପରିକି ଟୁଇଟରକୁ ମଧ୍ୟ ଅଲବିଦା କହିଛନ୍ତି ଜାମିଲା । ଏହା ମୋର ଶେଷ ଟୁଇଟ୍‌ ହେଉ ବୋଲି ଲେଖିଛନ୍ତି ଜାମିଲା । ସ୍ୱାଧିନ ଅଭିବ୍ୟକ୍ତି ଏହି ପ୍ଲାଟଫର୍ମକୁ ନର୍କ କରିଦେଇପାରେ ବୋଲି ଭୟ ରହିଛି ଏହା ଟୁଇଟରକୁ ଘୃଣା, କୁସଂସ୍କାର ଓ ମହିଳା ବିରୋଧି କରିଦେବ ବୋଲି କହିଛନ୍ତି ଜାମିଲା । ଅବଶ୍ୟ ଏହି ମାଲିକାନା ପରିବର୍ତ୍ତନର ବିପକ୍ଷ ସ୍ବର ଥିଲେ ମଧ୍ୟ ସମର୍ଥନ ମଧ୍ୟ ଢେର ମିଳିଛି । ଟ୍ୱିଟରର ପୂର୍ବ ସିଇଓ ଜ୍ୟାକ, ମସ୍କଙ୍କୁ ଏନେଇ ଅଭିନନ୍ଦନ ଜଣାଇଛନ୍ତି ।

ଜ୍ୟାକ ଡୋର୍ସି, ନୋହ୍‌ ଗ୍ଲାସ୍, ବିଜ୍ ଷ୍ଟୋନ ଏବଂ ଇଭାନ ୱିଲିୟମ୍ସ ୨୦୦୬ ମାର୍ଚ୍ଚରେ ଟ୍ୱିଟର ପ୍ରତିଷ୍ଠା କରିଥିଲେ । ସାରା ବିଶ୍ୱର ଘଟଣାବଳୀକୁ ମାତ୍ର କିଛି ସମୟ ମଧ୍ୟରେ ଜଣାଉଥିବା ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟୁଇଟରର ପଲିସି ପରିଚାଳନାରେ କଣ ପରିବର୍ତ୍ତନ ହେବ ଓ ଏହାର ପ୍ରଭାବ ସରକାତ୍ମକ କି ନରକାତ୍ମକ ରହିବ ତାହା ଆଗାମୀ ସମୟରେ ଜଣାପଡ଼ିବ । କିନ୍ତୁ ମାଲିକାନା ପରିବର୍ତ୍ତନ ଯେଉଁ ସମ୍ଭାବନା ଆଣିବ ବୋଲି ଆକଳନ କରାଯାଉଛି ତାଠାରୁ ଆଶଙ୍କା ଗୁଡ଼ିକ ସତ ହୋଇପାରେ ବୋଲି ଆହ୍ୱାନ ବେଶୀ ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *