ଓଡ଼ିଶା

ଏସ୍‌ଇବିସି ସର୍ଭେ – ୧୯ ରୁ ୨୭ ସ୍ପେଶାଲ ଡ୍ରାଇଭ, ଘର କୁ ଘର ବୁଲି ସର୍ଭେ ଆରମ୍ଭ

ଭଦ୍ରକ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ମତେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତ ୧ ତାରିଖ ଠାରୁ ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି । ପରିବର୍ତ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଏହି ସର୍ଭେ ପାଇଁ ହେବାକୁ ଥିବା ସ୍ପେଶାଲ ଡ଼୍ରାଇଭ କାର୍ଯ୍ୟକ୍ରମ ୨୧ ତାରିଖ ପରିବେ ର୍ ସମଗ୍ର ରାଜ୍ୟରେ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି କ୍ରମରେ ଭଦ୍ରକ ଜିଲ୍ଲାରେ ମଧ୍ୟ ଏନୁମରେଟର ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟମାନେ ଘର କୁ ଘର ବୁଲି ତାଲିକାଭୁକ୍ତ ଏସ୍‌ଇବିସି ଲୋକମାନଙ୍କର ସର୍ଭେ କାର୍ଯ୍ୟ ଆଜି ଠାରୁ ଆରମ୍ଭ କରିଛନ୍ତି । ଜିଲ୍ଲାର ୭ଟି ବ୍ଲକ ଓ ୪ଟି ପୌରା ଳରେ ଏହି ସର୍ଭେ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ତଦାରଖ ଓ କ୍ଷେତ୍ରସ୍ତରୀୟ ପର୍ଯ୍ୟବେଷଣ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ସର୍ଭେ କାର୍ଯ୍ୟ ଆଗେଇ ଚାଲିଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ସମାପ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରକାଶ ଥାଉକି ଘରକୁ ଘର ବୁଲି ସର୍ଭେ କରାଯାଉଥିବା ଏହି ସ୍ପେଶାଲ ଡ଼୍ରାଇଭ କାର୍ଯ୍ୟକ୍ରମ ଏହି ମାସର ଚତୁର୍ଥ ଶନିବାର, ରବିବାର କିମ୍ବା ଅନ୍ୟ କୌଣସି ସରକାରୀ ଛୁଟି ଦିବସରେ ବନ୍ଦ କରାଯିବ ନାହିଁ । ସୂଚନାଯୋଗ୍ୟକି ଜିଲ୍ଲାର ସମୁଦାୟ ୬୮୨ କେନ୍ଦ୍ର ଖୋଲାଯାଇ ଏହି ସର୍ଭେ କାର୍ଯ୍ୟ କରାଯାଉଛି । ସେଥିମଧ୍ୟରେ ବାସୁଦେବପୁର ବ୍ଲକରେ ୧୧୧, ବାସୁଦେବପୁର ମ୍ୟୁନିସିପାଲିଟିରେ ୨୩, ଭଦ୍ରକ ବ୍ଲକ୍‌ରେ ୯୯, ଭଦ୍ରକ ମ୍ୟୁନିସ୍‌ପାଲିଟରେ ୨୨, ଭଣ୍ଡାରିପୋଖରୀ ବ୍ଲକରେ ୭୨, ବନ୍ତ ବ୍ଲକରେ ୭୭, ଚାନ୍ଦବାଲି ବ୍ଲକରେ ୯୩,  ଚାନ୍ଦବାଲି ଏନ୍‌.ଏ.ସି.ରେ ୧୫, ଧାମନଗର ବ୍ଲକରେ ୯୬,  ଏନ୍‌.ଏ.ସି.ରେ ୬ ଓ ତିହିଡ଼ି ବ୍ଲକରେଯ ୬୮ଟି କେନ୍ଦ୍ର ଖୋଲାଯାଇଛି । ଆରମ୍ଭ ଦିନ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମୁଦାୟ ୧,୩୯,୫୪୯ ପରିବାର ର ୫,୫୩,୪୪୨ ଜଣ ସଦସ୍ୟଙ୍କୁ ସର୍ଭେ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.

Back to top button