ଲକ୍ଷାଧିକ ଟଙ୍କାର ମଙ୍ଗଳସୂତ୍ରକୁ ମାତ୍ର ୨୦ ଟଙ୍କାରେ ଦେଇଦେଲେ ଗହଣା ଦୋକାନୀ। ଇଣ୍ଟରନେଟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି। ମହାରାଷ୍ଟ୍ରରୁ ଆସିଥିବା ଏହି ଭିଡ଼ିଓ ଯେତିକି ଆଶ୍ଚର୍ଯ୍ୟଚକିତ କରୁଛି। ତାଠୁ ଅଧିକ ପ୍ରେମ ଓ ସମର୍ପଣର କଥାକୁ ବଖାଣିଛି। ଜଣେ ବୃଦ୍ଧି ଦମ୍ପତ୍ତି ଗହଣା ଦୋକାନକୁ ଆସିଥିଲେ। ୯୩ ବର୍ଷର ବୃଦ୍ଧ ନିଜ ପତ୍ନୀଙ୍କୁ ନେଇ ଗହଣା ଦୋକାନରେ ମଙ୍ଗଳସୂତ୍ର କିଣିବାକୁ ପହଞ୍ଚିଥିଲେ। ପତ୍ନୀ ହାର ବି ପସନ୍ଦ କରିଥିଲେ। କିନ୍ତୁ ଏହା ବେଶ୍ ମହଙ୍ଗା ଥିଲା। ଆଉ ଦମ୍ପତ୍ତି ନିଜ ମୁଣାରୁ ମାତ୍ର ୧୧ଶହ ଟଙ୍କା କାଢ଼ିଥିଲେ। ନିଜ ପତ୍ନୀର ଇଛାକୁ ପୂରଣ କରିବାକୁ ବି ସଂକଳ୍ପବଦ୍ଧ ଥିଲେ ବୃଦ୍ଧ। କାରଣ ୧୫ ବର୍ଷ ହେଲା ପତ୍ନୀଙ୍କ ଲାଗି ମଙ୍ଗଳସୂତ୍ର କିଣିବାକୁ କଥା ଦେଇଆସୁଥିଲେ। ପକେଟରୁ ଏ ଟଙ୍କା ବାହାର କରି ଦୋକାନୀକୁ ଦେଇଥିଲେ। କିନ୍ତୁ ଦୋକାନୀ ମାଲିକ ଏଇଠାରେ ନିଜର ନିଃସ୍ୱାର୍ଥପରତା ଓ ସମର୍ପଣ ଭାବ ଦେଖାଇ କେବଳ ଏହି ବୃଦ୍ଧ ଦମ୍ପତ୍ତିଙ୍କ ହୃଦୟ ଜିତିନଥିଲେ। ବରଂ ଆଜିକା ଦୁନିଆରେ ବି ସମ୍ୱେଦନଶୀଳତାର ଏହା ନିଛକ ନଜିର ରହିଗଲା। ଦୋକାନୀ ମାଲିକ ମାତ୍ର ୨୦ ଟଙ୍କା ରଖି ବାକି ଟଙ୍କା ଏହି ଦମ୍ପତ୍ତିକୁ ଫେରାଇ ଦେଇଥିଲେ। ଆଉ ମଙ୍ଗଳସୂତ୍ରକୁ ମାତ୍ର ୨୦ ଟଙ୍କାରେ ପାଇ ଆତ୍ମହରା ହୋଇପଡ଼ିଥିଲେ ଦମ୍ପତ୍ତି। ଉଭୟଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now