ଏଣିକି ଶସ୍ତା ହେବ ମୋବାଇଲ ସେବା

Spread the love

ନୂଆଦିଲ୍ଲୀ: ଆସୁଛି ନୂଆ ଟେଲିକମ ବିଲ । ଏଣିକି ଶସ୍ତା ହେବ ମୋବାଇଲ ଓ ଇଣ୍ଟରନେଟ ସେବା । ଟେଲିକମ କ୍ଷେତ୍ରରେ ଅଧିକ ସୁଧାର ଆଣିବା ପାଇଁ ଭାରତୀୟ ଟେଲିକମ ବିଲ ୨୦୨୨ ଅନୁସାରେ ଏକ ଡ୍ରାପ୍ଟ ଜାରି ହୋଇଛି । ଏଥିରେ ଟେଲିକମ ସେବାକୁ ଅଧିକ ସୁଲଭ କରିବା ଓ କମ୍ପାନୀଗୁଡିକୁ ରିଲାକ୍ସ ଦେବା ପାଇଁ ଅନେକ ନୂଆ ନିୟମ ସାମିଲ କରାଯାଇଛି । ଏହି ନୂଆ ବିଲ ଅନୁଯାୟୀ ଟେଲିକମ ଓ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ଆଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଫି ଛାଡ କରାଯାଇ ପାରିବ ।

ଏଥିରେ ଏଣ୍ଟ୍ରି ଫି, ଲାଇସେନ୍ସ ଫି, ପଞ୍ଚିକରଣ ଫ ଓ ଅନ୍ୟାନ୍ୟ ଫି ଅନ୍ତର୍ଭୁକ୍ତ ହେବ । ଏନେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ଟେଲିକମ ବିଲ ଉପରେ ଲୋକଙ୍କ ମତାମତ ଆବଶ୍ୟକ ରହିଛି । ଅକ୍ଟୋବର ୨୦ ସୁଦ୍ଧା ଜନ ସାଧାରଣ ଏହି ବିଲ ଉପରେ ନିଜର ମତାମତ ଦେଇପାରିବେ । ଲୋକଙ୍କ ମତାମତ ଅନୁସାରେ ଏହି ବିଲ ଉପରେ ଚୂଡାନ୍ତ ନିଷ୍ପତି ନିଆଯିବ ।

ଏହା ସହ ଏହି ବିଲରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମ୍ବାଦଦାତାମାନଙ୍କ ଦ୍ୱାରା ପ୍ରକାଶିତ ଇଣ୍ଟରସେପ୍ଟ ପ୍ରେସ ମେସେଜକୁ ମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ସହ କୌଣସି ଜନସାଧାରଣ ଜରୁରୀକାଳୀନ ପରିସ୍ଥିତିରେ କିମ୍ବା ଜନସାଧାରଣଙ୍କ ସୁରକ୍ଷା, ସାର୍ବଭୌମତ୍ଵ, ଅଖଣ୍ଡତା କିମ୍ବା ଭାରତର ସୁରକ୍ଷା, ବିଦେଶୀ ରାଜ୍ୟମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ଜନସାଧାରଣଙ୍କ ଆଦେଶ କିମ୍ବା ଏକ ଅପରାଧ ପାଇଁ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହା ଛାଡ଼ କରାଯିବ ନାହିଁ ।

Leave a Reply

Your email address will not be published. Required fields are marked *