ଇସ୍ତଫା ଦେବେ ନଚେତ୍ ମହାଅଭିଯୋଗର ସାମ୍ନା କରିବେ ଜଷ୍ଟିସ ବର୍ମା

ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଉପରେ ଲାଗିଥିବା ଆରୋପ ସତ। ତାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ବେଳେ ବାସ୍ତବରେ ମିଳିଥିଲା ଅଧାଜଳା ବିପୁଳ ଟଙ୍କା। ଏହାର ତଦନ୍ତ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତିନି ଜଣିଆ କମିଟି ଏ କଥାର ପୁଷ୍ଟି କରିଛି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଦେଇଥିବା କମିଟି ରିପୋର୍ଟରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଆସିଥିବା ଆରୋପ ସତ ଜଣାପଡ଼ିବା ପରେ ଏହାର ଜବାବ ଦେବାକୁ ଦୁଇ ଦିନର ମହଲତ ଦିଆଯାଇଛି। ଇସ୍ତଫା ଦେବେ ନଚେତ୍ ମହାଅଭିଯୋଗର ସାମ୍ନା କରିବେ।ସେ ନେଇ ବିକଳ୍ପ ଦିଆଯାଇଛି। ସିଜେଆଇ ସଞ୍ଜୀବ ଖାନ୍ନା ଚାକିରୀରୁ ଅବସର ନେବା ପୂର୍ବରୁ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଆକ୍ସନ ସୁନିଶ୍ଚିତ କରିବେ। ମାର୍ଚ୍ଚ ୧୪ ରାତିରେ ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗିଥିଲା। ଆଉ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ବେଳେ ଘରେ ବିପୁଳ ଜଳାପୋଡ଼ା ଟଙ୍କା ଥିବା ଦେଖିଥିଲେ। ପୋଡ଼ାଜଳା ଟଙ୍କାର ଭିଡିଓ ଭାଇରାଲ ହୋଇଥିଲା। ବିଚାରପତି ବର୍ମାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାରର ଆରୋପ ଲାଗିଥିଲା। ବିବାଦ ଭିତରେ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଦିଆଯାଇଥିଲା।ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ବର୍ମା ଇସ୍ତଫା ନ ଦେଲେ ମହାଅଭିଯୋଗ ପ୍ରକ୍ରିୟା ତାଙ୍କ ବିରୁଦ୍ଧରେ ଆରମ୍ଭ ହେବ। ମାର୍ଚ୍ଚ ୨୨ରେ ସୁପ୍ରିମକୋର୍ଟ ଏ ମାମଲାର ଯାଞ୍ଚ ଲାଗି ଅନ୍ତରୀଣ କମିଟି ଗଠନ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *