ଇଣ୍ଡେକ୍ସ ମ୍ୟାନିପୁଲେସନ କରି ବ୍ଯାନ୍ ହେଲା ଜେନ ଷ୍ଟ୍ରିଟ୍ କମ୍ପାନୀ। ଏକ୍ସପାଏରୀ-ଡେ ଇଣ୍ଡେକ୍ସ ହେରଫେର ମାମଲାରେ ସେବି ଏହି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ସହ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭୁଲ ଉପାୟରେ ଏହି କମ୍ପାନୀ ଲାଭ କରିଥିବା ୪୮୪୩.୫୭ କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଦେଇଛି ସେବି। କମ୍ପାନୀକୁ ନିବେଶ ବଜାରରେ ବ୍ୟାନ୍ ଲଗାଇଦିଆଯାଇଛି। ଭାରତୀୟ ବଜାରରେ ଏଣିକି କାରବାର କରିପାରିବନି ଜେନ୍ ଷ୍ଟ୍ରିଟ ଗୃପ୍। ମାର୍କେଟରେ ଟ୍ରେଣ୍ଡିଂ କରିପାରିବନି କମ୍ପାନୀ। ସେୟାର ବଜାରରେ ଏହି କମ୍ପାନୀ ସହ ଜଡ଼ିତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ନେଣଦେଣ ଉପରେ ରୋକ୍ ଲଗାଇଦିଆଯାଇଛି। ସମ୍ୱନ୍ଧିତ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି ଯେ, ଏ ସବୁ ସଂସ୍ଥା ଓ ବ୍ୟକ୍ତିଙ୍କ ଖାତାକୁ ଫ୍ରିଜ୍ କରିବାକୁ। କୌଁଣସି ପ୍ରକାର ଡେବିଟ୍ ଲେନଦେନକୁ ଅନୁମତି ନ ଦେବାକୁ ନିର୍ଦେଶ ଦିଆଯାଇଛି। ଇନସାଇଡର ଟ୍ରେଡିଂ ଓ ଅନ୍ୟ ଅନିୟମିତତାକୁ ନଜରରେ ରଖି ଏଭଳି ଆକ୍ସନ ନିଆଯାଇଛି। ନଗଦ ଓ ପ୍ରତିଶୃତି ମୁତାବକ ସଉଦାରେ ଗଡ଼ବଡ଼ି କରିଛି କମ୍ପାନୀ। ଏହି ଗୃପ ଭାରତୀୟ ସେୟାର ବଜାରରେ ଭୁଲ୍ ଉପାୟରେ ୪ହଜାର୮୪୩ କୋଟି ଟଙ୍କା ଆୟ କରିଥିବାର ଆରୋପ ଥିଲା। ତୁରନ୍ତ ଏହି ଟଙ୍କା ସିଜ୍ କରି ଏସକ୍ରୋ ଆକାଉଣ୍ଟରେ ରଖିବାକୁ ନିର୍ଦେଶ ଦିଆଯାଇଛି। ଜେନ ଷ୍ଟ୍ରିଟର ୨୧ଟି ଟ୍ରେଡର କଥା କୁହାଯାଇଛି। ଯେଉଁଥିରେ ୧୮ଥର ବ୍ୟାଙ୍କ ନିଫଟି ପୋଜିସନରେ ଅଛି। ଏହି ଗୃପ୍ ଇଣ୍ଡେକ୍ସ, ଡେରିବେଟିବ୍ସ ମାର୍କେଟରେ ବେନିୟମ ଭାବେ ପ୍ରବଳ ମୁନାଫା କରିଛି। ମାର୍କେଟକୁ ମାନିପୁଲେସନ ଜରିଆରେ ଏହା ହୋଇଛି। ଜେନ ଷ୍ଟ୍ରିଟ୍ ଗଲା ୨ ବର୍ଷ ଭିତରେ ଇଣ୍ଡେକ୍ସ ଟ୍ରେଡିଂ କରି ୩୬ହଜାର କୋଟି ଟଙ୍କା ଆୟ କରିଛି। ଭାରତୀୟ ବଜାରର ପାରଦର୍ଶିତା ଓ ନିରପେକ୍ଷତାକୁ କ୍ଷତି ପହଞ୍ଚାଇଛି। ଏନଏସଇ ଏହି କମ୍ପାନୀ ଲାଗି ହାଇଫ୍ରିକ୍ୟୁଏନ୍ସି ଟ୍ରେଡରଙ୍କ ଲାଗି ଖାସ୍ ସଉଦା ହୋଇଥିବା ତଥ୍ୟକୁ ଧରିଛି। ସେବି ଆକ୍ସନ ଉପରେ ଗୃପ କହିଛି ଯେ, ସେମାନେ ଏ ମାମଲା ଉପରେ ସେବି ସହ କଥାବାର୍ତ୍ତା କରିବେ। କମ୍ପାନୀ ଗ୍ଲୋବାଲ ରେଗୁଲେସନର ପାଳନ ଲାଗି ପ୍ରତିବଦ୍ଧ ଅଟେ। ଜେନ୍ ଷ୍ଟ୍ରିଟ୍ ଗୃପ ଆମେରିକାର ଏକ ଟ୍ରେଡିଂ ଫାର୍ମ ଅଟେ। ଯିଏ ଡାଇରେକ୍ସନାଲ ଟ୍ରେଡ୍ ଲାଗି ପରିଚିଚ। ଏହାର ଇଣ୍ଡିଆ ଶାଖାର ନାଁ ଜେଏସଆଇ ଇନଭେଷ୍ଟମେଣ୍ଟ ଅଟେ। କମ୍ପାନୀ ହଂଗକଂଗ, ଲଣ୍ଡନ, ସିଙ୍ଗାପୁରର ଅପରେସନ ଭାରତରେ ବିଦେଶୀ ପୋର୍ଟଫୋଲିଓ ଇନଭେଷ୍ଟର୍ସ ରେଜିଷ୍ଟ୍ରଡ୍ ଅଟେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now