ପୁଣି ରୂପ ବଦଳାଇଲା କରୋନା, ରାଜ୍ୟରେ ବଢ଼ିପାରେ କଟକଣା ।

Spread the love

ପୁଣି ରୂପ ବଦଳାଇଲା କରୋନା । ଦେଶରେ ଚିହ୍ନଟ ହେଲା କରୋନାର ଆଉ ଏକ ଭାରିଏଣ୍ଟ। ଆଗକୁ କରୋନା ବଦଳାଇ ପାରେ ଆହୁରି ରୂପ। ଏପଟେ  ଦରକାର ପଡିଲେ ରାଜ୍ୟରେ ବଢ଼ିପାରେ କଟକଣା । ଦେଶର ୧୨ ରାଜ୍ୟରେ ବଢିଚାଲିଛି ସଂକ୍ରମଣ । ହେଲେ ଏବେ ଚୀନରେ ଚିନ୍ତା ବଢ଼ାଇ ଥିବା ଏକ୍ସଇ ଭାରିଏଣ୍ଟ  ଭାରତରେ ଚିହ୍ନଟ ହୋଇଛି। 

ଯଦିଓ ଓମିକ୍ରନ ଠାରୁ ଅଧିକ ସଂକ୍ରମଣ କ୍ଷମ ଏହି ଏକ୍ସଇ ଭାରିଏଣ୍ଟ। ହେଲେ ବୈଜ୍ଞାନିକଙ୍କ ମତରେ ଏକ୍ସଇ ପ୍ରଜାତି ଓମିକ୍ରନ ଭାରିଏଣ୍ଟର ସମାନ ଲକ୍ଷଣ। ଏପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଅଧିକ ପରୀକ୍ଷା ହେଉଛି ବୋଲି ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି। ଆଗକୁ ଆଉ ନୂଆ ଭାରିଏଣ୍ଟ ମଧ୍ୟ ଚିହ୍ନଟ ହୋଇପାରେ । ଏହାସହ ଏକ୍ସଇ ଭାରିଏଣ୍ଟର ଓମିକ୍ରନ ସହ ସମନ ଲକ୍ଷଣ ଥିବାରୁ ଆତଙ୍କିତ ନ ହେବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସେପଟେ ଏକ୍ସଇ ଭାରିଏଣ୍ଟ ହେଉଛି ଓମିକ୍ରନର ସବ ଭାରିଏଣ୍ଟ ବିଏ ୧ ଓ ବିଏ ୨ର ମିଳିତରେ ସୃଷ୍ଟି ହୋଇଥିବା ପ୍ରଜାତି। ଯାହା କି ବର୍ତ୍ତମାନ ଚାଇନାରେ ଆତଙ୍କ ସୃଷ୍ଟି କରୁଛି। ତେବେ ଏହା ଏତେ ଘାତକ ହୋଇ ନପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏହାସହ ସମସ୍ତେ ବୁଷ୍ଟର ଡୋଜ ନେବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଏପଟେ ସମ୍ଭାବ୍ୟ ଚତୁର୍ଥ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ସାବଧାନତା ଅବଲମ୍ୱନ କରିବା ନିହାତି ଜରୁରୀ ହୋଇପାଡିଛି ।

Leave a Reply

Your email address will not be published. Required fields are marked *