Angulଦୁର୍ଘଟଣା

ପାଲଲହଡା – 49 ନମ୍ବର ଜାତୀୟ ରାଜପଥରେ ପୁଣି ଗଡିଲା ମୁଣ୍ଡ, ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ପାଲଲହଡା :ଅନୁଗୋଳ ଜିଲ୍ଲାରେ ଥମୁନି ସଡ଼କ ଦୁର୍ଘଟଣା। ପାଲଲହଡା ମଧ୍ୟ ଭାଗ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟହ କଉଁଠି ନା କଉଁଠି ସଡ଼କ ଦୁର୍ଘଟଣାରେ ସାଧାରଣ ଲୋକଙ୍କ ବହୁ ମୁଲ୍ୟ ଜୀବନ ଯାଉଛି l ଗତ 12 ତାରିଖ ରାତି 9 ଘଟିକା ସମୟରେ ପାଲଲହଡା ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ କାନ୍ତଳା ଗାଁ ର ବିଦ୍ୟୁତ କାର୍ଯ୍ୟାଳୟକୁ ନୁଜ ଡ଼୍ୟୁଟି କୁ ଯାଉଥିବା ବେଳେ ବାଙ୍କଦର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଶୋଚନୀୟ ମୃତ୍ୟୁ ହୋଇଛି l


ସୂଚନା ଅନୁସାରେ ପାଲଲହଡା ଖମାର ଗେଗଂଟି ଆ ଅଞ୍ଚଳର 25 ବର୍ଷିୟ ଯୁବକ କ୍ଷୀରୋଦ କୁମାର ପ୍ରଧାନ ପାଲଲହଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଅଧୀନରେ କାନ୍ତଳା ଗାଁ ଇଲେକ୍ଟ୍ରି ଷ୍ଟ୍ରକଚର ର ଗ୍ରୀଡ଼ କଣ୍ଟ୍ରୋଲର ଭାବେ ଦୀର୍ଘ ଦୁଇ ବର୍ଷ ହେବ କାର୍ଯ୍ୟ ରତ ଥିଲେ l ସେ ସବୁ ଦିନ ପରି 12 ତାରିଖ ରାତି 9 ଟା ରୁ 9.30 ମିନଟ ସମୟରେ ପାଲଲହଡାରୁ କନ୍ତଳା କାର୍ଯ୍ୟାଳୟକୁ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କ ମୋଟର ବାଇକକୁ ବାଙ୍କଡର ନିକଟରେ ଧକ୍କା ଦେଇ ଥିଲା ଯାହା ଫଳରେ ଘଟଣା ସ୍ଥଳରେ ସେ ମୃତ୍ୟୁ ବରଣ କରିଥିଲେ l ଖବର ପାଇ ତାଙ୍କ ସହ କର୍ମଚାରୀ ମାନେ ତାଙ୍କୁ ପାଲଲହଡା ଡାକ୍ତର ଖାନା ଆଣି ଥିଲେ । ଡାକ୍ତରଫାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୁର୍ଘଟଣା ଘଟାଇ ଗାଡି ଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା l ପାଲଲହଡା ପୋଲିସ ଶବ କୁ ଜବତ କରି ଆଜି ଡାକ୍ତରଖାନାରେ ଶବ ବ୍ୟବଛେଦ କରାଇ ଘଟଣା ର ତଦନ୍ତ ଚଳାଇ ଥିବା ଜଣା ପଡିଛି l


କ୍ଷୀରୋଦ ପ୍ରଧାନ ଜଣେ ବିଦ୍ୟୁତ ବିଭାଗ ( ଇଂଫୋରିଆ ବିଜନେସ ଆସୋସିଏଟେଟ ଅଧୀନରେ ) ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ତାଙ୍କ ମୃତ୍ୟୁରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମହଲରେ ଶୋକ ର ଛାୟା ଖେଳି ଯାଇଛି l ବିଦ୍ୟୁତ କର୍ମଚାରୀ କ୍ଷୀରୋଦ ପ୍ରଧାନଙ୍କ କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୋଗୁଁ ବିଦ୍ୟୁତ ବିଭାଗ ଠାରୁ କ୍ଷୀରୋଦଙ୍କ ପରିବାର ଲୋକଙ୍କୁ ଉଚିତ କ୍ଷତି ପୂରଣ ପାଇଁ ଦାବୀ ଜଣାଇଛନ୍ତି l

Related Articles

Leave a Reply

Your email address will not be published.

Back to top button