ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବେ କ୍ୟାପ୍ଟେନ ରୋହିତ !

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ମାସରେ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିଲା। ୨୯ଜୁନରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୭ରନରେ ପରାସ୍ତ କରିଥିଲା | ଏହି ବିଜୟ ସହିତ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା। ଏହାପୂର୍ବରୁ, ଭାରତ ୨୦୦୭ରେ ମଧ୍ୟ ଏହି ଟାଇଟଲ୍ ଜିତିଥିଲେ |ତେବେ ଟି -୨୦ ବିଶ୍ୱକପ ଜିତିବା ପରେ ପରେ ଅଧିନାୟକ ରୋହିତ ଶର୍ମା ଟି -୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ଚର୍ଚ୍ଚା ହେଉଥିଲା ଯେ, ଟି-୨୦ ପରେ ରୋହିତ ଉଭୟ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବେ | ଏବେ ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରୋହିତ ।

ରବିବାର ଦିନ ଡଲାସରେ ଆୟୋଜିତ ଏକ ଇଭେଣ୍ଟ ସମୟରେ ରୋହିତଙ୍କୁ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ସେ କହିଥିଲେ, ମୁଁ ଏଭଳି ଜଣେ ବ୍ୟକ୍ତି ନୁହେଁ ଯିଏ ଭବିଷ୍ୟତ କଥା ବେଶୀ ଭାବେ | ମୋର ଏବେ ବହୁତ କିଛି କରିବାର ବାକି ଅଛି। ଆପଣମାନେ ମୋତେ ଆହୁରି କିଛି ଦିନ ଖେଳୁଥିବାର ଦେଖିବେ |

ରୋହିତଙ୍କ ଏଭଳି ବୟାନ ପରେ ସେ ଅବସର ନେବା ଚର୍ଚ୍ଚାର ଏବେ ଅବସାନ ଘଟିଛି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *