ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନଡେ ମ୍ୟାଚ

Spread the love

କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ  ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ ।

ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହେବାକୁ ଥିବାବେଳେ, ଦ୍ୱିତୀୟ ଟି-୨୦ କୋଲକାତା, ତୃତୀୟ ଟି-୨୦ ମ୍ୟାଚ୍ ରାଜକୋଟ, ଚତୁର୍ଥ ଟି-୨୦ ମ୍ୟାଚ୍ ପୁଣେ ଏବଂ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ଏହାପରେ ଫେବ୍ରୁଆରୀ ୬ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀ ଏବଂ ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।

Leave a Reply

Your email address will not be published. Required fields are marked *