cuttack

  • କଟକ ସହରରେ ପୁଣି ଅଗ୍ନିକାଣ୍ଡ

    କଟକ: କିଛି ଦିନ ପରେ ପୁଣି କଟକରେ ଭୟାବହ ଅଗ୍ନିକାଣ୍ଡ । ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତିଯାଇଛି କଟକ ସହର । କଟକ ସବରେଜିଷ୍ଟ୍ରାର ଅଫିସ ନିକଟରେ ଅଗ୍ନିକାଣ୍ଡ। ଏକ ହୋଟେଲର ଗ୍ୟାସଟାଙ୍କି ଫାଟିବା ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।

    ପୁଣି କଟକ ସହରରେ ଅଗ୍ନିକାଣ୍ଡ । ହୋଟେଲରେ ରୋଷେଇ ଚାଲୁଥିବା ସମୟରେ ଫାଟିଲା ଗ୍ୟାସ ଟାଙ୍କି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଯାଇଥିଲା ନିଆଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ ଗାଡି ନିୟୋଜିତ ହୋଇଥିବା ବେଳେ ଅଗ୍ନିଶମ ଟିମ ନିଆଁକୁ ଆୟତ କରିଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ପରିଶ୍ରମ ପରେ ନିଆଁ କୁ ଆୟତ କରାଯାଇଥିଲା ।

    ହୋଟେଲ ନିକଟରେ ଅବକାରୀ ବିଭାଗ ର ମାଲଖାନା ରହିଥିବାରୁ ନିଆଁ ଖୁବ ଶୀଘ୍ର ବ୍ୟାପି ଯାଇଥିଲା । କାରଣ ଏହି ମାଲଖାନାରେ ଜବତ ଦେଶୀ ମଦ ଓ ସ୍ପିରିଟି ଜାତୀୟ ସାମଗ୍ରୀ ରହିଥିଲା। ନିଆଁବା ବେଳେ ତିନିଜଣ କର୍ମଚାରୀ ହୋଟେଲରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । । ଅଗ୍ନିକାଣ୍ଡ ଘଟଣାରେ ମାଲଖାନରେ ଥିବା ଜିନିଷ ପତ୍ର ସହ ଗୋଟିଏ ଗାଡି ସାଇକେଲ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅବକାରୀ ବିଭାଗର ମାଲଖାନା ପାଖରେ କିପରି ହୋଟେଲ କରିବାକୁ ଅନୁମତି ଦିଆଗଲା । ଜବତ ହୋଇଥିବା ମଦକୁ ନଷ୍ଟ ନକରି ଏତେଦିନ ପର୍ଯ୍ୟନ୍ତ କଣ ପାଇଁ ରଖାଯାଇଥିଲା ବୋଲି ଗଣମାଧ୍ୟମର ପ୍ରଶ୍ନର କୌଣସି ଉତ୍ତର ରଖିପାରିନଥିଲେ ଅବକାରୀ ଅଧିକ୍ଷକ । ସେପଟେ ଜିଲ୍ଲାପାଳ ଓ ସିଏମସି ମେୟର ଘଟଣା ସ୍ଥଳ ରେ ପହଂଚି  ଅନୁଧ୍ୟାନ କରିଛନ୍ତି । ଅଗ୍ନିକାଣ୍ଡ କିପରି ଏବଂ କେଉଁ ପରିସ୍ଥିତି ରେ ଘଟିଲା, କଣ କ୍ଷୟ କ୍ଷତି ହୋଇଛି ଏହାର ସବିଶେଷ ରିପୋର୍ଟ ଦେବାପାଇଁ ଅବକାରୀ ଅଧିକ୍ଷକଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

    କଟକରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ବେଳେ କୌଣସି ପ୍ରକାର ଠୋସ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ଅଧିକାରୀ । ଆଗାମୀ ଦିନରେ ଅଗ୍ନିଶମ ବିଭାଗ ଓ ଜିଲ୍ଲାପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

    ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

  • ନୂଆ ରୂପ ପାଇବ ଜେଲ

    କଟକ:  ସ୍ୱାଧୀନତା ସଂଗ୍ରାମର ସ୍ମାରକୀ ବହନ କରୁଥିବା ବ୍ରିଟିଶ ଅମଳର ପୁରାତନ ଜେଲ ର ବଦଳିବ ରୂପରେଖ। ଏହାସହ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ଗଙ୍ଗାମନ୍ଦିର ପୁଷ୍କରଣୀ ଓ ନେତାଜୀ ସେବା ସଦନର ଉନ୍ନତିକରଣ ପାଇଁ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଏଥି ପାଇଁ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ, ସିଡିଏ ଅଧ୍ୟକ୍ଷଙ୍କ ସହ ସିଏମସି କମିସନର ପୁରା ଅଂଚଳ ବୁଲି ସମୀକ୍ଷା କରିଛନ୍ତି ।

    ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ବ୍ରିଟିଶ ଅମଳର ପୁରୁଣା ଜେଲର ହେବ ଉନ୍ନତିକରଣ । ଏହାସହ ଗଙ୍ଗାମନ୍ଦିର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ  ଏବଂ ନେତାଜୀ ସେବା ସଦନ ର ଉନ୍ନତି ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଏକ ମାଷ୍ଟର ପ୍ଲାନ। ପୁଷ୍କରିଣୀର ପୁନରୁଦ୍ଧାର କରାଯାଇ ସେଠାରେ ବୋଟିଂର ବ୍ୟବସ୍ଥା କରାଯିବା ସହ ପୁଷ୍କରିଣୀ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ଏବଂ ପାର୍କ କରାଯିବ । ଏଥିପାଇଁ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ସିଏମସି କମିସନର  ନିଖିଳ ପବନ କଲ୍ୟାଣ, କଟକ ସାଂସଦ ଭର୍ତ୍ତୃହରି ମହତାବ ଅନ୍ୟ ଅଧିକାରୀ ଙ୍କ ସହ ପୁରା ଅଂଚଳ ବୁଲି ସମୀକ୍ଷା କରିଛନ୍ତି । ପୁରୁଣା ଜେଲ ପରିସରରେ ଏକ ଶିଶୁ ଉଦ୍ୟାନ କରିବାକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କଟକ ସାଂସଦ ।

    ପୁରୁଣା ଜେଲର ନବୀକରଣ ପାଇଁ ୨୦୧୦ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ସହ ଇନଟାକ କୁ କାର୍ଯ୍ୟଭାର ଦିଆଯାଇଥିଲା। କାମ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତଥାପି କାମ ସରିନଥିବାରୁ ଏବେ ଜବରଦଖଲକାରୀଙ୍କ କବ୍ଜା ରେ ଏହି ସ୍ଥାନ। ଏଥିସହ ବୁଲା ଗାଈଗୋରୁଙ୍କ ପାଇଁ ପାଲଟିଛି ଚାରଣ ଭୂଇଁ । ଖାଲି ସେତିକି ନୁହେଁ ବେଆଇନ ଭାବେ ଗାଡ଼ି ପାର୍କିଂ କରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳୀ ପାଲଟିଛି । ତେବେ ଖୁବଶୀଘ୍ର ଉଠାଦୋକାନ ଜବରଦଖଲ ଉଚ୍ଛେଦ କରାଯାଇ ପୁରୁଣା ଜେଲ ଏବଂ ନେତାଜୀ ସଂଗ୍ରହାଳୟର ପାର୍ଶ୍ୱବର୍ତୀ ଅଞ୍ଚଳକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳାଯିବ ବୋଲି କହିଛନ୍ତି ସିଡ଼ିଏ ଅଧ୍ୟକ୍ଷ ଏବଂ ସିଏମସି କମିଶନର ।

    ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

  • ସରକାରୀ ଡାକ୍ତର ଖାନାରେ ରୋଗୀ ସେବାର ବିକଳ ଚିତ୍ର

    କଟକ: ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ରୋଗୀଙ୍କୁ ଅଟୋ ଭିତରେ କରାଗଲା ଚିକିତ୍ସା । କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

    ନିଆଳି ପୂର୍ବଖଣ୍ଡ ବସ୍ତିର ଶେଖ ସାଜିଦ ତାଙ୍କ ବାପାଙ୍କ ଚିକିତ୍ସା ନିମନ୍ତେ ସୋମବାର ରାତିରେ ନିଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। କେନ୍ଦ୍ରରେ ମାତ୍ର  ଦୁଇଟି ବେଡ୍ ଥିବାରୁ ତାଙ୍କୁ ଅଟୋ ଭିତରେ ମୋବାଇଲ ଲାଇଟ୍ ରେ ଇଂଜେକ୍ସନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ବରେ ଥିବା ଡାକ୍ତର ଓ ନର୍ସ।

    ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆଗକୁ ଏପରି ନ କରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି ।

  • କଟକ ମେୟରଙ୍କୁ କବାଟ ଗିଫ୍ଟ

    କଟକ: କଟକ ମେୟରଙ୍କୁ କବାଟ ଗିଫ୍ଟ। ମେୟର ସୁବାସ ସିଂଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ କବାଟ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି। ତେବେ ଏହି ସମୟରେ ମେୟର ସେଠାରେ ଉପସ୍ଥିତ ନଥିଲେ। ତେବେ ଉପହାର ଦେବା ସହ ସେ କହିଛନ୍ତି ଯେ, କଟକ ମେୟରଙ୍କ ଶୌଚାଳୟ କବାଟ ଭାଙ୍ଗିଯାଇଛି। ତାଙ୍କ ଆତ୍ମସମ୍ମାନ ରକ୍ଷା ପାଇଁ ନୂଆ କବାଟ ଲଗାଯାଉ। ପୂର୍ବରୁ କାଉନସିଲ ବୈଠକରେ ମେୟର କହିଥିବା କଥାକୁ ଟାର୍ଗେଟ କରି ଏଭଳି କାର୍ଯ୍ୟ କରିଛି କଂଗ୍ରେସ। ବୈଠକରେ ତାଙ୍କ ନୂଆ କ୍ୱାଟର୍ସ ପ୍ରସ୍ତୁତ କରିବାକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗକୁ ଅମୂଳକ କହିବା ସହ ତାଙ୍କ ଅଫିସ ଶୌଚାଳୟ କବାଟ ଭାଙ୍ଗିଯାଇଯାଇଥିଲେ ମଧ୍ୟ ନୁଆ ଲଗାଇପାରୁନାହାନ୍ତି କହିଥିଲେ।

  • ୧୦ ଫୁଟରୁ ଉର୍ଦ୍ଧ୍ୱ ଅଜଗର ସାପ ଉଦ୍ଧାର

    କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଚିତ୍ରୋତ୍ପଳା ନଦୀର ଚାରିପୋଲିଆ ଛକ ନିକଟରୁ ୧୦ଫୁଟରୁ ଉର୍ଦ୍ଧ୍ୱ ଅଜଗର ସାପ ଉଦ୍ଧାର ହୋଇଛି। ମାଛ ଧରାଳିମାନେ ଅଜଗରଟିକୁ ଉଦ୍ଧାର କରିଛନ୍ତି। ତେବେ ମାଛ ଧରିବା ପାଇଁ ନଦୀରେ ଜାଲ ବିଛାଯାଇଥିଲା। ଏହି ଅଜରଗର ସାପଟି ଜାଲରେ ପଡିଥିଲା ମାଛଧରାଳିମାନେ ଜାଲଟିକୁ କାଟି ସାପଟିକୁ ଉଦ୍ଧାର କରି ବନବିଭାଗ ଖବର ଦେଇଥିବା ସୂଚନାମିଳିଛି।

  • ତଳିଆ ଅଞ୍ଚଳରେ ପାଣି: ଲୋକେ ଘର ଛାଡିବାକୁ ନାରାଜ

    କଟକ: ତଳିଆ ଅଞ୍ଚଳ ଛାଡି ପକ୍କା ଘରକୁ ଯିବାକୁ ମେୟର ସୁବାସ ସିଂଙ୍କନିବେଦନ। ସିଏମସି ସ୍ଥାନାନ୍ତର ପାଇଁ ଦେଉଛି ଏସି ଘର। ହେଲେ ତଳିଆ ଅଞ୍ଚଳ ବାସୀନ୍ଧା ଙ୍କର ମୋହ ଛାଡୁନି ନିଜ ଘରଉପରୁ। ଜରି ପକେଇ ରହିବୁ ପଛେ କିନ୍ତୁ ବସ୍ତି ଛାଡିକି ଯିବୁନି ବୋଲି ଉତ୍ତର ଦେଉଛନ୍ତି ବସ୍ତି ବାସିନ୍ଦା।

    ରାଜ୍ୟର ବହୁ ସ୍ଥାନରେ ଦେଖିବାକୁ ମିଳୁଛି ବନ୍ୟା ସ୍ଥିତି। ମହାନଦୀରେ ବନ୍ୟାଜଳ ଆସିବାରୁ କଟକ ସହରର ତଳିଆ ଅଞ୍ଚଳରେ ପାଣି ପସିବା ଆରମ୍ଭ କରିଛି। ଆଗକୁ ସ୍ଥିତି ଗମ୍ଭୀର ହେବାର ସମ୍ଭାବନା ଥିବାରୁ କଟକର  ତଳିଆ ଅଞ୍ଚଳରେ ରହୁଥିବା  ଲୋକେ କଚ୍ଚା ଘର ଛାଡି ପକ୍କା ଘରକୁ ଚାଲିଯିବାକୁ ମେୟର ସୁବାସ ସିଂ ନିବେଦନ କରିଛନ୍ତି। ସିଏମସି ଥଇଥାନ  ପାଇଁ ଦେଉଛି ଏସି ଘର। ହେଲେ ତଳିଆ ଅଞ୍ଚଳ ବାସିନ୍ଦା ଘର ଛାଡିବାକୁ ନାରାଜ। ଲୋକେ କହୁଛନ୍ତି, ଜରି ପକେଇ ରହିବୁ ପଛେ କିନ୍ତୁ ବସ୍ତି ଛାଡିକି ଯିବୁନି।  ଏପରି ସ୍ଥଳେ ଖାଦ୍ୟ ପାନୀୟ ଯୋଗାଣ ନିୟମିତ ଢ଼ଙ୍ଗରେ ଚାଲିଛି।

    ମୁଖ୍ୟତଃ କାଠଯୋଡ଼ି ବିହାର ବସ୍ତୀ, ଗତି ରାଉତ ପାଟଣା,ବାଲିସାହି, ଭଦିମୂଳ ଇତ୍ୟାଦି ସ୍ଥାନର ଅନେକ ଘର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛି। ହେଲେ ସେଠାରୁ ଅନ୍ୟତ୍ର ଯିବାକୁ  ଅରାଜି ତଳିଆ ବାସିନ୍ଦା। ଏହାକୁ ନେଇ ପ୍ରଶାସନକୁ ଶକ୍ତ ପଦକ୍ଷେପ ନେବାକୁ ହେଉଛି। ପୋଲିସ ଲଗାଇ ବସ୍ତୀ ଖାଲି କରିବାକୁ ପଡୁଛି ମହାନଗର ନିଗମକୁ।

    ବାତ୍ୟା ଆଶ୍ରୟସ୍ଥଳକୁ ଆସିଲେ ସମସ୍ତ ବ୍ୟବସ୍ଥା ସଠିକ ଢ଼ଙ୍ଗରେ କରାଯାଇପାରିବ ବୋଲି କହିଛନ୍ତି ମେୟର। ତେବେ ଘର ଘର ବୁଲି ସମସ୍ତଙ୍କୁ ସଚେତନ କରାଯାଉଛି ଓ ଶୀଘ୍ର ଆଶ୍ରୟ ସ୍ଥଳକୁ ଉଠି ଆସିବା ପାଇଁ ନିଵେଦନ କରିଛନ୍ତି କଟକ ମେୟର।

Back to top button