ଭାରତର ଅବିଶ୍ବସନୀୟ ବିଜୟ , ବୁଲମରାହଙ୍କ ବୋଲିଂରେ ଘଇଲା ହେଲା ପାକିସ୍ତାନ

Spread the love

ନ୍ୟୁୟର୍କ ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଉଛି। ମ୍ୟାଟ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।ଅନ୍ୟପଟେ ଭାରତ ପ୍ରଥମେ ବ୍ୟାଟିଂ କରି ଅତି ଖରାପ ପ୍ରଦର୍ଶନ କରିଥିବା ବେଳେ ସମ୍ପୂର୍ଣ୍ଣ ୨୦ ଓଭର ସୁଦ୍ଧା ଖେଳିପାରି ନାହିଁ। ୧୯ ଓଭରରେ ଭାରତ ୧୧୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ସମସ୍ତେ ଭାବିଥିଲେ ପାକିସ୍ତାନ ଖୁବ ସହଜରେ ମ୍ୟାଚ ଜିତିଯିବ । କିନ୍ତୁ ଭାରତୀୟ ବୋଲରଙ୍କ ଶାମିତ ବୋଲିଂ ଏବଂ ଚମତ୍କାର ପ୍ରର୍ଦର୍ଶନ ବଳରେ ଭାରତ ଏହି ମ୍ୟାଚକୁ ୬ ରନରେ ଜିତି ନେଇଛି ।

ଭାରତ ପକ୍ଷରୁ ଋଷଭ ପନ୍ତ ୩୧ ବଲରେ ସର୍ବାଧିକ ୪୨ ରନ କରିଥିଲେ। ବିରାଟ କୋହଲି ୪, ରୋହିତ ଶର୍ମା ୧୩, ସୂର୍ଯ୍ୟକୁମାର ଯାଦବ ୭, ଶିବମ ଦୁବେ ୩ ଏବଂ ରବିନ୍ଦ୍ର ଜାଡେଜା ଖାତା ନ ଖୋଲି ଆଉଟ୍ ହୋଇଥିଲେ। ପାକିସ୍ତାନ ପାଇଁ ନାସିମ ଶାହା ଏବଂ ହରିସ ରାଉଫ ଉଭୟ ୩ ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ଆମିରଙ୍କୁ ଦୁଇଟି ସଫଳତା ମିଳିଥିଲା।

Leave a Reply

Your email address will not be published. Required fields are marked *