ଟ୍ରକରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

Spread the love

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିନିକା ରାସ୍ତା ପାଣିସିଆଲି ଛକରେ ଦୁଘଟଣା। ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟିଲା ବାଇକ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ।  ଉଭୟ ଅଏଁଲାପାଲି ଓ ବାବୁପାଲି ଗାଁର ବାସିନ୍ଦା  ହୋଇଥିବା ବେଳେ ସେମାନେ ସରୋଜ ଭୋଇ ଟୁନା ଷାଣ୍ଡ ଭାବେ ଚିହ୍ନଟ ହୋଇଛନ୍ତି ।

ଅଏଁଲାପାଲି ଓ ବାବୁପାଲି ଗାଁର ସରୋଜ ଭୋଇ ଓ ଟୁନା ଷାଣ୍ଡ ଶ୍ରମିକ ଭାବେ କାମ କରନ୍ତି। ଦୁହେଁ କାମ ସାରି ଏକ ବାଇକ ଯୋଗେ  ନିଜ ନିଜ ଘରକୁ ଫେରୁଥିବାବେଳେ ପାଣିସିଆଲି ଗାଁ ଛକ ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ପରେ ଦମକଳ ବାହିନୀ ଖବରପାଇ ଘଟଣାସ୍ଥଳକୁ ପହଞ୍ଚି ତାଙ୍କୁ ସୋନପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲା ।

Leave a Reply

Your email address will not be published. Required fields are marked *