ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ହେଲେ ଅକ୍ଷର ପଟେଲ୍। ଅନୁମାନ କରାଯାଉଥିଲା ଯେ, କେଏଲ ରାହୁଲଙ୍କୁ କ୍ୟାପଟେନ୍ କରାଯିବ। କାରଣ କେଏଲ ରାହୁଲଙ୍କୁ ଆଇପିଏଲ ୨୦୨୫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ନିଲାମୀରେ ୧୪ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଫ୍ରାଞ୍ଚାଇଜ୍ ଶେଷରେ ଅକ୍ଷର ପଟେଲଙ୍କ ନାଁରେ ଅଧିନାୟକତ୍ୱର ମୋହର ଲଗାଇଛି। ଅକ୍ଷର ପଟେଲ ଗଲା ଆଇପିଏଲ ସିଜିନରେ ଏମ. ଚେନ୍ନାସ୍ୱାମୀ ଷ୍ଟାଡିଅମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ବିରୁଦ୍ଧରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକ ଭାର ସମ୍ଭାଳିଥିଲେ। ସେତେବେଳେ ଦିଲ୍ଲୀ ୪୭ ରନରେ ହାରିଥିଲା। ଟ୍ୱେଣ୍ଟି- ଟ୍ୱେଣ୍ଟିରେ ଅକ୍ଷର ୩୬.୪୦ ହାରରେ ମୋଟ୍ ୩୬୪ ରନ୍ କରିଥିଲେ। ବେଷ୍ଟ ସ୍କୋର ଥିଲା ୫୭। ଆରସିବି ବିରୁଦ୍ଧରେ ଏହି ରନ୍ କରିଥିଲେ ଅକ୍ଷର। ଏହା ସହ ଟ୍ୱେଣ୍ଟି-ଟ୍ୱେଣ୍ଟିରେ ୨୯.୦୭ ହାରରେ ରନ୍ ଦେଇ ମୋଟ୍ ୧୩ଟି ଓ୍ୱିକେଟ୍ ନେଇଥିଲେ। ଗଲା ସିଜିନରେ ଅକ୍ଷର ୨୩୫ ରନ୍ କରିବା ସହ ୧୧ ଓ୍ୱିକେଟ୍ ନେଇ ନିଜର ଅଲରାଉଣ୍ଡର କ୍ଷମତାକୁ ପ୍ରଦର୍ଶିତ କରିଥିଲେ। ଅକ୍ଷରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଏକ ସ୍ଥିର, ଅନୁଭବୀ ନେତୃତ୍ୱ ମିଳିବ ବୋଲି କୁହାଯାଉଛି। ଅକ୍ଷର ଦୀର୍ଘସମୟ ଧରି ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍ ସହ ଜଡ଼ିତ ଅଛନ୍ତି। ଏ ଯାଏଁ ମୋଟ୍ ୧୫୦ ମ୍ୟାଚ୍ ଖେଳି ୨୧.୪୭ହାରରେ ୧୬୫୩ ରନ୍ ସଂଗ୍ରହ କରିବା ସହ ୭.୨୮ ଇକୋନୋମି ହାରରେ ମୋଟ୍ ୧୨୩ ଓ୍ୱିକେଟ୍ ନେଇପାରିଛନ୍ତି ଅକ୍ଷର।

Naxatra News is now on Whatsapp
Join and get latest news update delivered to you via whatsapp
Join Now