ଆଇପିଏଲ୍ : ଫାଇନାଲ୍ ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍ସ

Spread the love

ଚଳିତ ଆଇପିଏଲ୍ ରେ ଗୁଜୁରାଟ ଟାଇଟାନ୍ସ ରବିବାର ଦିନ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୁହାଁମୁହିଁ ହେବେ।

ଶୁକ୍ରବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 62 ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । 234 ରନ୍ ର ବିଶାଳ ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 18.2 ଓଭରରେ 171 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲ। ।

ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ନିର୍ଦ୍ଧାରିତ 20 ଓଭରରେ 233 ହାସଲ କରିଥିଲା । ଗୁଜୁରାଟ ଟାଇଟାନ୍ସ ପାଇଁ ମାତ୍ର 10 ରନ୍ ଦେଇ ମୋହିତ ଶର୍ମା 5ଟି ୱିକେଟ୍ ନେଇଥିଲେ । ଗୁଜୁରାଟ ପାଇଁ ଓପନର୍ ଶୁବମାନ ଗିଲ 60ଟି ବଲରେ 129 ରନ୍ ସଂଗ୍ରହ କରିଥିବାବେଳେ ସୁର୍ଯ୍ୟକୁମାର ଯାଦବ ମୁମ୍ବାଇ ପାଇଁ 38ଟି ବଲରେ 61 ରନ୍ କରିଥିଲେ ।

23 ବର୍ଷୀୟ ଶୁବମାନ ଗିଲ ଗୋଟିଏ ସିଜନରେ ତିନିଟି ସତକ ମାରିବା ପରେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ଶୁଭମ୍ୟାନ ଗିଲ ଏହି ମ୍ୟାଚ ରେ ମ୍ୟାନ ଅପ୍ ଦି ମ୍ୟାଚ୍ ପାଇଥିଲେ ।

Leave a Reply

Your email address will not be published. Required fields are marked *