ଛକା ବର୍ଷା। ଅରେଞ୍ଜ କ୍ୟାପ୍ ଲାଗି ସେ ହିଁ ଏକମାତ୍ର ଦାବିଦାର ବୋଲି ପୁଣି ପ୍ରମାଣିତ କରିଦେଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ଲେୟାର ନିକୋଲାସ ପୁରନଙ୍କ ଧୂଆଁଧାର ବ୍ୟାଟିଂ ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଚୌକା ଓ ଛକା ଛଡ଼ା ଯେମିତି ପୁରନଙ୍କ ବ୍ୟାଟ୍ସ ଆଜି କିଛି ଚାହୁଁନଥିଲା। ୟେ ଦିଲ୍ ମାଙ୍ଗେ ମୋର୍ ଭଳି ପୁରନଙ୍କ ବ୍ୟାଟିଂ କୋଲକାତା ନାଇଟ ରାଇଡର୍ସ ଟିମର ବୋଲରଙ୍କ ହୋସ୍ ଉଡ଼ାଇଦେଇଥିଲା। ଦର୍ଶକ ଗ୍ୟାଲେରୀ ତ ଉଛୁଳିଥିଲା ଯେମିତି। ମୋଟ୍ ୩୬ ବଲରେ ଅପରାଜୟେ ୮୭ ରନ୍ କରିଛନ୍ତି ନିକୋଲାସ। ଷ୍ଟ୍ରାଇକ୍ ରେଟ୍ ଥିଲା ୨୪୧.୬୭। ୭ଟି ଚୌକା ଓ ୮ଟି ଛକା ମାରି କୋଲକାତା ଇଡେନ ଗାର୍ଡେନ ପଡ଼ିଆରେ ଦର୍ଶକଙ୍କ ଭରପୁର ମନ ଜିଣିନେଇଥିଲେ ପୁରନ୍। ପୁରନଙ୍କ ୮୭ରନ୍ ବଳରେ ଏଲଏସଜି ୨୩୯ ରନର ଟାର୍ଗେଟ ଦେଇଛି କେକେଆରକୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now