ବିରାଟ କୋହଲି ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ପଞ୍ଚମ ସର୍ବାଧିକ ରନ୍ ସ୍କୋରର

Spread the love

ପୋର୍ଟ ଅଫ୍ ସ୍ପେନ୍ : ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାର ଜ୍ୟାକ କଲିସଙ୍କୁ ଅତିକ୍ରମ କରି ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପଞ୍ଚମ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି ।

ପୋର୍ଟ ଅଫ୍ ସ୍ପେନ୍ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ କୋହଲି ଏହି ସଫଳତା ହାସଲ କରିଛନ୍ତି ।

ଏହି ମ୍ୟାଚ ବିରାଟଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍, ବିରାଟ ପ୍ରଥମ ଦିନରେ ୧୬୧ଟି ବଲରେ ୮୭ ରନରେ ଅପରାଜିତ ରହିଛନ୍ତି । ତାଙ୍କ ଇନିଂସରେ ଆଠ ଚୌକା ଅନ୍ତର୍ଭୁକ୍ତ ହୋଇଛି ।

ବିରାଟ ବର୍ତ୍ତମାନ ୫୦୦ଟି ମ୍ୟାଚ୍ ରେ ହାରାହାରି ୫୩.୬୭ ସହ ୨୫, ୫୪୮ ରନ୍ ସଂଗ୍ରହ କରିଛନ୍ତି | ସେ ୫୫୯ଟି ଇନିଂସରେ ୭୫ଟି ଶତକ ଏବଂ୧୩୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୫୪ ତାଙ୍କର ଶ୍ରେଷ୍ଠ ସ୍କୋର । ଜେକ୍ କାଲିସଙ୍କ ୫୧୯ ମ୍ୟାଚରେ ୬୨ ଟି ଶତକ ଓ ୧୪୯ଟି ଅର୍ଦ୍ଧଶତକ ସହ ୨୫, ୫୩୪ ରନ୍ କୁ ବିରାଟ ଅତିକ୍ରମ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ମ୍ୟାଚର ଦ୍ୱିତୀୟ ଦିନରେ ସେ ଏହାକୁ ବୃଦ୍ଧି କରିପାରିବାର ଆଶା ରହିଛି ।

ବର୍ତ୍ତମାନ କୋହଲିଙ୍କଠାରୁ ଆଗରେ ଅଛନ୍ତି ଶ୍ରୀଲଙ୍କାର ମହେଲା ଜୟୱର୍ଦ୍ଧନେ (୬୫୨ ମ୍ୟାଚରେ ୨୫, ୯୫୭ ରନ୍), ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ୍ (୫୬୦ ମ୍ୟାଚରେ ୪୭, ୪୮୩), ଶ୍ରୀଲଙ୍କାର କୁମାର ସାଙ୍ଗକରା (୫୯୪ ମ୍ୟାଚରେ୨୮,୦୧୬) ଏବଂ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର (୩୪, ୩୫୭ ରନ୍) ।

ବିରାଟ ୧୧୧ଟି ଟେଷ୍ଟରେ ହାରାହାରି ୪୯. ୩୮ ହାରରେ୮୬୪୪ ରନ୍ ସଂଗ୍ରହ କରିଛନ୍ତି । ସେ ଟେଶ୍ଟ ଫର୍ମାଟରେ ଏପର୍ଯ୍ୟନ୍ତ ୨୮ ଶତକ ଏବଂ ୩୦ଟି ଅର୍ଦ୍ଧଶତକ ସ୍କୋର କରିଛନ୍ତି ଏବଂ ତାଙ୍କର ସର୍ବୋତ୍ତମ ସ୍କୋର ୨୫୪* ରହିଛି । ସେ ଟେଷ୍ଟରେ ଭାରତର ପଞ୍ଚମ ସର୍ବାଧିକ ରନ୍ ସ୍କୋରର ଅଟନ୍ତି ।

୨୭୪ଟି ଦିନିକିଆ (ODI) ମ୍ୟାଚରେ ବିରାଟ ହାରାହାରି ୫୭. ୩୨ ହାରରେ ୧୨, ୮୯୮ ରନ୍ ସ୍କୋର କରିଛନ୍ତି । ସେ ଦିନିକିଆ ମ୍ୟାଚରେ ୪୬ଟି ଶତକ ଏବଂ ୬୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଦିନିକିଆ (ODI) କ୍ରିକେଟ୍ ରେ ଭାରତର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଏବଂ ବିଶ୍ୱରେ ପଞ୍ଚମ ସର୍ବାଧିକ ରନ୍ ସ୍କୋରର ।

ବିରାଟ ଟି-୨୦ ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର ତାଲିକାରେ ଶୀର୍ଷରେ ଅଛନ୍ତି । ସେ ୫୨. ୭୩ ହାରରେ ୧୧୫ଟି ମ୍ୟାଚ୍ ରେ ୪,୦୦୮ ରନ୍ ସଂଗ୍ରହ କରିଛନ୍ତି । ସେ ଏହି ଫର୍ମାଟରେ ଏକ ଶତକ ଏବଂ ୩୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ୧୨୨* ତାଙ୍କ ସର୍ବୋତ୍ତମ ସ୍କୋର ।

Leave a Reply

Your email address will not be published. Required fields are marked *