ଅଶ୍ୱିନଙ୍କ ସ୍ପିନ୍ ଆଗରେ ତିଷ୍ଠି ପାରିଲେନି ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍, ଭାରତର ୧୪୧ ରନ୍ ଏବଂ ଇନିଂସ ବିଜୟ

Spread the love

ଡୋମିନିକା : ୱିଣ୍ଡସର ପାର୍କରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୱେଷ୍ଟଇଣ୍ଡିଜକୁ ଏକ ଇନିଂସ ଏବଂ ୧୪୧ ରନରେ ପରାସ୍ତ କରିଛି । ତୃତୀୟ ଦିନରେ ଭାରତ ୫ ୱିକେଟ୍ ହରାଇ ୪୨୧ ରନ୍ ସ୍କୋର କରି ପ୍ରଥମ ଇନିଂସ ଘୋଷଣା କରି ପ୍ରଥମ ଇନିଂସ ଆଧାରରେ ୨୭୧ ରନ୍ ର ଲିଡ୍ ଲେଇଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୧୩୦ ରନ୍‌ ସଂଗ୍ରହ କରିଥିଲା ।  ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ୭ ଟି ୱିକେଟ୍ ନେଇଥିଲେ । ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ୧୫୦ ରନ୍ ସଂଗ୍ରହ କରିଥିଲା।

ୱେଷ୍ଟଇଣ୍ଡିଜ୍ ର ଦ୍ୱିତୀୟ ଇନିଂସ ପ୍ରଥମ ଇନିଂସ ଭଳି ଖରାପ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସାମ୍ନାରେ ସଂଘର୍ଷ କରିଥିଲେ । ୱେଷ୍ଟଇଣ୍ଡିଜ୍ ୫୮ ରନ ସ୍କୋର ରେ ପହଞ୍ଚିବାବେଳକୁ ୫ଟି ୱିକେଟ୍ ହରାଇସାରିଥିଲା । ସ୍କୋର ୧୦୦  ପହଞ୍ଚିବାବେଳକୁ ୱିକେଟ୍ ସଂଖ୍ୟା ୭ ରେ ରେ ପହଞ୍ଚିଥିଲା । ସମ୍ପୂର୍ଣ୍ଣ ୱେଷ୍ଟଇଣ୍ଡିଜ୍ ଦଳ୫୦.୩ ଓଭରରେ ମାତ୍ର୧୩୦ ରନ୍ ସଂଗ୍ରହ କରି ଅଲ ଆଉଟ  ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ କେବଳ ଆଲିକ୍ ଆଥାନାଜ୍ (୨୮), ଜେସନ୍ ହୋଲ୍ଡର୍ (୨୦ନଟ ଆଉଟ), ଜୋଶୁଆ ଡି ସିଲଭା (୧୩), ଜୋମିଲ୍ ୱାରିକାନ୍ (୧୩ ) ଏବଂ ରେମନ୍ ରିଫର୍ (୧୧) ଦୁଇ ଅଙ୍କରେ ପହଞ୍ଚି ପାରିଥିଲେ ।

ଭାରତ ପାଇଁ  ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ୭ ୱିକେଟ୍ ନେଇଛନ୍ତି, ରବିନ୍ଦ୍ର ଜାଡେଜା ୨ ଓ ମହମ୍ମଦ ସିରାଜ ୧ ୱିକେଟ୍ ନେଇଛନ୍ତି । ଅଶ୍ୱିନ ଏହି ମ୍ୟାଚରେ ସର୍ବମୋଟ ୧୨ ଟି ୱିକେଟ୍ ହାସଲ କରିଛନ୍ତି। ସେ ପ୍ରଥମ ଇନିଂସରେ ୫ଟି ୱିକେଟ୍ ନେଇଥିଲେ ।

ୟଶସ୍ୱୀ ଜୈସୱାଲ (୧୭୧), ଅଧିନାୟକ ରୋହିତ ଶର୍ମା (୧୦୩) ଏବଂ ବିରାଟ କୋହଲି (୭୬)ଙ୍କ ଅର୍ଦ୍ଧଶତକ ହାସଲ କରି ଭାରତ ୫ ୱିକେଟ୍ ହରାଇ ୪୨୧ ରନ୍ ସ୍କୋର କରି ପ୍ରଥମ ଇନିଂସ ଘୋଷଣା କରିଥିଲା।

ପ୍ରଥମ ୱିକେଟ୍ ପାଇଁ ଉଭୟ ଦ୍ୱିଶତକୀୟ ଭାଗିଦାରୀ କରି ଦଳର ସ୍କୋରକୁ ୨୨୯ ରେ ପହଞ୍ଚାଇଥିଲେ । । ୨୨୯ ସ୍କୋରରେ ଅଲିକ୍ ଅଥାନାଜେ ଅଧିନାୟକ ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝ ଟକା ଦେଇଥିଲେ । ରୋହିତ ୧୦୩ ରନର ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ । ରୋହିତଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମାନ ଗିଲ ଅଧିକ କିଛି କରିପାରିନଥିଲେ ଏବଂ ମାତ୍ର ୬ ରନ୍ ସ୍କୋର କରିବା ପରେ ଜୋମିଲ ୱାରିକନଙ୍କ ଶିକାର ହୋଇଥିଲେ । ଏହା ପରେ କୋହଲି ଏବଂ ୟଶସ୍ୱୀ ତୃତୀୟ ୱିକେଟ୍ ପାଇଁ୧୧୦ ରନ୍ ପାର୍ଟନରଶିପ କରି ଦଳର ସ୍କୋରକୁ ୩୫୦ କୁ ନେଇଥିଲେ । ୟଶସ୍ୱୀ ଦଳୀୟ ସ୍କୋର ୩୫୦ ରେ ୧୭୧ ରନ୍ କରି ଜୋସେଫଙ୍କ ଶିକାର ହୋଇଥିଲେ । ରାହାଣେ ମଧ୍ୟ ବିଶେଷ କିଛି କରିପାରିନଥିଲେ ଏବଂ ମାତ୍ର ୩ ରନ୍ ସ୍କୋର କରିବା ପରେ ଚାଲି ଯାଇଥିଲେ । କୋହଲି  ୭୬ ରନ ସ୍କୋର କରି ରକିମ କର୍ଣ୍ଣୱାଲର ଶିକାର ହୋଇଥିଲେ । ଏହା ପରେ ଯେତେବେଳେ ରବିନ୍ଦ୍ର ଜାଡେଜା(୩୭) ଏବଂ ଇଶାନ କିଶନ(୦୧) ଙ୍କ ଯୋଡି ପଡ଼ିଆରେ ଥିଲେ, ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ ।

ୱେଷ୍ଟଇଣ୍ଡିଜ୍ ପାଇଁ କେମାର ରୋଚ୍, ଅଲଜାରୀ ଜୋସେଫ, ରକିମ କର୍ଣ୍ଣୱାଲ, ଜୋମିଲ ୱାରିକାନ୍ ଏବଂ ଆଲିକ୍ ଆଥାନାଜେ ୧-୧ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଅଶ୍ୱିନ୍ ଏବଂ ଜାଡେଜାଙ୍କ ସ୍ପିନ୍ ବିପକ୍ଷରେ ସଂଘର୍ଷ କରିପାରିନଥିଲେ ଏବଂ ମୋଟ ୧୫୦ ରନ୍ କରି ଅଲ ଆଉଟ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଅଲିକ୍ ଆଥାନାଜେ ସର୍ବାଧିକ ୪୭ ରନ୍ ସ୍କୋର କରିଥିବାବେଳେ ଓପନର୍ କ୍ରାଇଗ୍ ବ୍ରାଥୱାଇଟ୍ ୨୦ , ଜେସନ୍ ହୋଲ୍ଡର୍ ୧୮ ଏବଂ ରକିମ୍ କର୍ଣ୍ଣୱାଲ୍ ୧୯ ରନ୍ କରି ଆଉଟ୍ ହୋଇଥିଲେ ।

ଭାରତରୁ ରବିଚନ୍ଦ୍ରନ ଅଶ୍ୱିନ ୫ଟି, ରବୀନ୍ଦ୍ର ଜାଡେଜା ୩ଟି, ଶାରଦୁଲ ଠାକୁର ଏବଂ ମହମ୍ମଦ ସିରାଜ ୧-୧ ୱିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *