ଅପରାଧ
ବାଲୁଗାଁ ଷ୍ଟେସନରୁ୧୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା : ସୋମବାର ପୁରୀ ଓଖା ଏକ୍ସପ୍ରେସରେ ସୁରାତକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲୁଗାଁ ରେଳ ଷ୍ଟେସନରୁ ଆରପିଏଫ ୧୩ କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି। ତେବେ ଏହି ଚୋରା ଚାଲାଣ ଘଟଣାରେ ଆରପିଏଫ ୨ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ପ୍ରଦୀପ ପାଳ (୨୯) ଓ ଲକ୍ଷ୍ମଣ କୁମାର ସ୍ଵାଇଁ (୨୨)।
ଉଭୟ ଅଭିଯୁକ୍ତ ବାଲୁଗାଁ ଷ୍ଟେସନରେ ଦୁଇଟି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଆରପିଏଫ ପୋଲିସ କର୍ମଚାରୀଙ୍କ ସନ୍ଧେହ ହେବାରୁ ସେମାନଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ପୋଲିସ ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କା ହେବ ବୋଲି ଆରପିଏଫ ଥାନା ଅଧିକାରୀ ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।