ଅପରାଧଜାତୀୟ

ଅଙ୍କିତା ହତ୍ୟା ଉପରୁ ବନ୍ଧୁ ଉଠାଇଲେ ପରଦା

ଦେରାଡୁନ: ଉତ୍ତରାଖଣ୍ଡର ରିସପନ୍ସିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର ସୁରାକ୍ ମିଳିଥିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ ଫ୍ରେଣ୍ଡଙ୍କ ପାଖରୁ। ଯିଏ ରିସପନ୍ସିଷ୍ଟ ଚାକିରି ଦେଇଥିଲେ ଅଙ୍କିତାଙ୍କୁ। ଜମ୍ମୁରେ ରହୁଥିବା ଅଙ୍କିତାଙ୍କ ଜଣେ ବନ୍ଧୁ ହିଁ ଅଙ୍କିତା ହତ୍ୟାକାଣ୍ଡ ପଛର ରହସ୍ୟ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ପୁଲିସକୁ।

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର ରହସ୍ୟ କେମିତି ଫିଟାଇଲା ପୁଲିସ। ତିନି ଦିନ ଧରି ନିଖୋଜ ଥିବା ଅଙ୍କିତା ମୃତ୍ୟୁ ରହସ୍ୟ ଓ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସାହାଯ୍ୟ କରିଥିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ୍। କହିବାର ଅର୍ଥ ହେଉଛି କି, ପୁଲିସକୁ ଆରମ୍ଭରୁ ସହଯୋଗ କରିଥିଲେ ଅଙ୍କିତାଙ୍କର ଇନଷ୍ଟାଗ୍ରାମ ଓ ଫେସବୁକରେ ବନ୍ଧୁ ହୋଇଥିବା ଜମ୍ମୁର ଦୀପ୍‌ ପୁଷ୍ପମ ନାମକ ଯୁବକ।

ଦୀପ୍ ହିଁ ପୁଲିସକୁ ସୂଚନା ଦେଇଥିଲେ କି, ଓଏଲଏକ୍ସରେ ଏକ ବିଜ୍ଞାପନ ଭିତ୍ତିରେ ହିଁ ଅଙ୍କିତାଙ୍କୁ ସେହି ରିସୋର୍ଟରେ ରିସପନ୍ସିଷ୍ଟ ଚାକିରି ମିଳିଥିଲା।ଅଗଷ୍ଟ ୨୮ରେ ଅଙ୍କିତା ଚାକିରିରେ ଜଏନ କରିଥିଲେ। ସେପ୍ଟେମ୍ୱର ପହିଲାରେ ଅଙ୍କିତା ଦୀପଙ୍କୁ ମେସେଜ କରି କହିଥିଲେ କି, ଜଣେ ଯୁବକ ତାଙ୍କୁ ଜବରଦସ୍ତି ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲା। ଏପରିକି ଆରମ୍ଭରୁ ରିସୋର୍ଟ ସଞ୍ଚାଳକ ତଥା ମାଲିକ ପୁଲକିତ ଆର୍ଯ୍ୟର ଅଙ୍କିତାଙ୍କ ପ୍ରତି ବ୍ୟବହାର ବେଶ୍ ଭଲ ଥିଲା।

ସେ ଅଙ୍କିତାଙ୍କୁ ଯଥେଷ୍ଟ ସମ୍ମାନ ବି ଦେଉଥିଲେ। ଏପରିକି ନିଶାରେ ଥିବା ଜଣେ ଯୁବକ ଯେତେବେଳେ ରିସୋର୍ଟରେ ପହଞ୍ଚି ଅଙ୍କିତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା, ସେତେବଳେ ପୁଲକିତ ହିଁ ଅଙ୍କିତାଙ୍କୁ ରକ୍ଷା କରିଥିଲେ। ଦୀପ୍ ଅଙ୍କିତାଙ୍କ ସହ ବାର୍ତ୍ତାଳାପର ଏକ ଅଡ଼ିଓ ବି ପୁଲିସକୁ ହସ୍ତାନ୍ତର କରିଥିଲେ। ଯେଉଁଥିରେ ରିସୋର୍ଟର ଜଣେ ଷ୍ଟାଫ୍ କରଣଙ୍କୁ ନିଜ ବ୍ୟାଗ୍ ରାସ୍ତାକୁ ଆଣିବାକୁ କହୁଛନ୍ତି ଅଙ୍କିତା। ସେପ୍ଟେମ୍ୱର ୧୮ରେ ରିସୋର୍ଟରୁ ବାହାରୁଥିଲେ ଅଙ୍କିତା। ଆଉ ନିଜ ଘରକୁ ଯିବାକୁ ଚାହୁଁଥିଲେ। କିନ୍ତୁ କେଉଁ କାରଣ ଲାଗି ଅଚାନକ ପୁଲକିତଙ୍କ ସହ ଋିଷିକେଶ ଚାଲିଗଲେ, ଜଣାପଡ଼ିଲାନି।

ଅଙ୍କିତା ସେହି ଦିନ ସାଢେ ୮ଟା ବେଳେ ଫୋନ୍ କରି ଦୀପଙ୍କୁ ଜଣାଇଥିଲେ କି, ପୁଲକିତ ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ସେଥିଲାଗି ସେ ତାଙ୍କୁ ଋଷିକେଶ ନେବାକୁ ଚାହୁଁଛନ୍ତି। ଏ କଥାରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦୀପ୍। ପୁଲିସ ଏ ସବୁ ସୂଚନା ପାଇବା ପରେ ଫେସବୁକ୍ ପୋଷ୍ଟ ସୂଚନା ଦେଇଥିଲା କି, ପଶୁଲୋକ ବ୍ୟାରେଜକୁ ଆଉ ପାଣି ଛଡାଯିବନି। ଫଳରେ ମୃତ ଶରୀରକୁ ଖୋଜିବା ସହଜ ହୋଇଥିଲା।

ସକାଳ ୭ଟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ଚିଲା କେନାଲରେ। ଅଙ୍କିତାଙ୍କ ଶବକୁ ଚିହ୍ନଟ କରିଥିଲେ ତାଙ୍କ ସମ୍ପର୍କୀୟ। ଶବ ବ୍ୟବଛେଦ ଲାଗି ରିଷିକେଶ ଏମ୍ସକୁ ନିଆଯାଇଥିଲା। ଶବ ବ୍ୟବଛେଦର ପୁରା ଭିଡ଼ିଓଗ୍ରାଫି କରାଯାଇଛି।

ଅଙ୍କିତା ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ପୁଅର ସଂପୃକ୍ତି ଜଣାପଡିବା ପରେ ଏହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ଦଳ ଗୁଡ଼ିକ ବି ଏହାକୁ ନେଇ ଧାମି ସରକାରଙ୍କୁ ଘେରିଛନ୍ତି। ଅଙ୍କିତା ହତ୍ୟା ମାମଲାରେ ଫେସବୁକ ତଥା ଇନଷ୍ଟାଗ୍ରାମ ବନ୍ଧୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁରା ପ୍ରକରଣ ଉପରୁ ପରଦା ଉଠାଇବାରେ ସହାୟକ ସାଜିଲା ଯେମିତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button