
ବାଲିଗୁଡ଼ା : ଭଉଣୀର ପ୍ରେମିକକୁ ହାଣିଦେଲା ଭାଇ। ଭଉଣୀର ପ୍ରେମ ବ୍ୟାପାରକୁ ସହ୍ୟ କରି ନ ପାରି ଭାଇ ହତ୍ୟା କଲା ପ୍ରେମିକକୁ। ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ପ୍ରେମିକାକୁ ମୋବାଇଲ୍ ଫେରାଇବାକୁ ଆସି ପ୍ରାଣ ହରାଇଲା ପ୍ରେମିକ। ଭାଇ ଭଉଣୀର ପ୍ରେମିକକୁ ଦେଖି ଟାଙ୍ଗିଆରେ ହାଣି ଜଙ୍ଗଲରେ ଫିଙ୍ଗି ଦେଲା। ହତ୍ୟା ପରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ।
କନ୍ଧମାଳ ଜିଲ୍ଲା କୂଳପଦର ଗାଁର ପ୍ରଦୀପ କୁମାର ମଲିକଙ୍କର ଗୁଞ୍ଜିବାଡି ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ। ଗତ ୯ ତାରିଖରେ ପ୍ରଦୀପ ଓ ତାଙ୍କ ପ୍ରେମିକା ରାଇକିଆ ବୁଲିକୁ ଯାଇଥିଲେ। ପ୍ରଦୀପ ଯୁବତୀଙ୍କ ମୋବାଇଲ ନେଇଯାଇଥିଲେ।
୧୦ ତାରିଖରେ ପ୍ରଦୀପ ମୋବାଇଲ ଫେରାଇବା ପାଇଁ ପ୍ରେମିକାଙ୍କ ଗାଁକୁ ଆସିଥିବା ବେଳେ ପ୍ରେମିକାଙ୍କ ଭାଇ ସହ ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରେମିକାଙ୍କ ଭାଇ ଉତ୍ତ୍ୟକ୍ତ ହୋଇ ପ୍ରଦୀପଙ୍କୁ ଗୋଡ଼ା ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା ପରେ ମୃତଦେହକୁ ଗୁଞ୍ଜିବାଡି ନିକଟ ବାଡୁବାଡ଼ି ଜଙ୍ଗଲରେ ଫିଙ୍ଗି ଦେଇଥିଲା।
ମଙ୍ଗଳବାର ସକାଳେ ହତ୍ୟାକାରୀ ଭାଇ ସାରଙ୍ଗଡ ଥାନାରେ ଆତ୍ମସମର୍ପଣ କରିଥିଲା। ଆଉ ହତ୍ୟା କରିଥିବା ସ୍ୱୀକାର କରିଥିଲା। ସାଇଣ୍ଟିଫିକ ଟିମ୍ ସହାୟତାରେ ସାରଙ୍ଗଡ ଥାନା ପୁଲିସ୍ ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ପ୍ରେମିକଙ୍କ ବାଇକ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ୍