ଜାତୀୟସ୍ୱାସ୍ଥ୍ୟ

ପେଟ ପୋଷିବା ପାଇଁ ଗୁପଚୁପ୍ ବିକିଲେ ମହିଳା ଡାକ୍ତର

ଜୟପୁର:- ରାଇଟ ଟୁ ହେଲଥ୍ ବିଲକୁ ବିରୋଧରେ ରାଜସ୍ଥାନ ଡାକ୍ତର ସଂଘ। ରାଜସ୍ଥାନରେ ସରକାର ଆଣିଥିବା ରାଇଟ ଟୁ ହେଲଥ ବିଲକୁ ଡାକ୍ତର ମାନେ ବିରୋଧ କରି ଆନ୍ଦୋଳନ କରୁଥିବାର ଦେଖାଯାଇଛି । ଆନ୍ଦୋଳନରେ 14 ହଜାରରୁ ଅଧିକ ସରକାରୀ ଓ ଘରୋଇ ଡାକ୍ତର ସାମିଲ ହୋଇଥିବା କଥା ଜଣାପଡିଛି । ତେବେ ଏହି ସମୟରେ ରାଜ୍ୟର ସମସ୍ତ ଡାକ୍ତରଖାନା ବନ୍ଦ ଥିବାବେଳେ ପେଟ ପୋଷିବା ସେମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଛି ।

 ଜଣେ ମହିଳା ଡାକ୍ତର ପେଟ ପୋଷବା ପାଇଁ ଆପଣେଇଛନ୍ତି ଅଭନବ ପ୍ରୟାସ । ସେ କାର୍ଯ୍ୟ କରୁଥିବା ହସ୍ପିଟାଲ ବନ୍ଦଥିବାରୁ ସେହି ହସ୍ପିଟାଲ ଆଗରେ ବିକୁଛନ୍ତି ଗୁପଚୁପ୍ । ଯାହା ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡାକ୍ତର ଅନିତା ଚୌଧୁରୀ। ସେ ଖଚିଡ୍ ହସ୍ପିଟାଲର ଡାକ୍ତର ଭାବେ କାର୍ଯ୍ୟରତ ଥିଲେ ।ଏବେ ଏହି ହସ୍ପିଟାଲ ଆଗରେ ବିକୁଛନ୍ତି ଗୁପଚୁପ୍ ।

ରାଇଟ ଟୁ ହେଲଥ ବିଲକୁ ବିରୋଧ କରିବାକୁ ଯାଇ ଆପଣେଇଛନ୍ତି ଏ ଉପାୟ । ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଏହିପରି ବିଲକୁ ଆଣି ରାଜ୍ୟ ସରକାର ଡାକ୍ତର ମାନଙ୍କ ପେଟକୁ ଲାତ ମାରିଛନ୍ତି । ତେଣୁ ପେଟ ପୋଷିବା ପାଇଁ କିଛି ପନ୍ଥା ତ ଆପଣେଇବାକୁ ପଡିବ ।

Related Articles

Leave a Reply

Your email address will not be published.

Back to top button