କାଳୀ ଫିଲ୍ମ ପ୍ରଯୋଜିକା ଲୀନାଙ୍କୁ ସମନ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ବିବାଦିତ ଫିଲ୍ମ କାଳୀର ପ୍ରଯୋଜିକା ଲିନା ମନିମେକଲାଇ ଓ ଅନ୍ୟମାନଙ୍କୁ ସମନ ଜାରି କରିଛନ୍ତି। ଦେବୀ କାଳୀଙ୍କର ସିଗାରେଟ ଟାଣିବା ପରି ବିବାଦିତ କାର୍ଯ୍ୟରୁ କ୍ଷାନ୍ତ କରିବାକୁ ତାଙ୍କ ବିରୋଧରେ ହୋଇଥିବା ଯାଚିକାର ଶୁଣାଣି କରି କୋର୍ଟ ସମନ କରିଛନ୍ତି।

ମନିମେକଲାଇଙ୍କ ବିରୋଧରେ କୋର୍ଟରେ ଏକ ମାମଲା ଦାୟର ହୋଇଛି। ଏଥିରେ ସେ ତାଙ୍କ ଫିଲ୍ମ ପୋଷ୍ଟର ଓ ପ୍ରମୋସନ ଭିଡିଓରେ ହିନ୍ଦୁ ଦେବୀଙ୍କୁ ଅପମାନିତ କରିଥିବା ନେଇ ଅଭିଯୋଗ ହୋଇଛି। ମନିମେକଲାଇ ଓ ଅନ୍ୟମାନଙ୍କ ବିରୋଧରେ  ସ୍ଥିର ଓ ବାଧ୍ୟତାମୂଳକ ଆଦେଶ ଜାରି କରିବାକୁ ଆବେଦନକାରୀ କୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି। କାରଣ ଫିଲ୍ମ ପୋଷ୍ଟରରେ ଧର୍ମୀୟ ଭାବନା ଆଘାତ ପାଇଛି। କୋର୍ଟ ଅଭିଯୋଗକୁ ଶୁଣାଣି ପାଇଁ ଅଗଷ୍ଟ ୬କୁ ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *