ରେଳ ଲାଇନରେ ପଡିଛି ଅଜଣା ମୃତଦେହ

Spread the love

ଖୋର୍ଦ୍ଧା: ରେଳ ଧାରଣାରେ ଅଜଣା ମୃତଦେହ । ଘଟଣାଟି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ରେଳବାଇ ଡିଭିଜନ ମୁକ୍ତେଶ୍ୱର ଷ୍ଟେସନଠାରେ । ତେବେ ମୃତ୍ୟୁ କପରି ହୋଇଛି ଏନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ପ୍ରଶ୍ନ ।  ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

ସୋମବାର ଦିନ ମୁକ୍ତେଶ୍ୱର ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଲୋକଙ୍କ ଗହଳି ଚହଳି ମଧ୍ୟ ବଢିଯାଇଥିଲା । ପାରିପାର୍ଶ୍ୱିକ ଘଟଣାକୁ ଦେଖିଲେ ରେଳ ଦୁର୍ଘଟଣା କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ଟ୍ରେନର ଧକ୍କାରେ ଏପରି ଦୁର୍ଘଟଣା ଘଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ରେଳବାଇ ପୋଲିସ ପକ୍ଷରୁ କୁହାଯାଇଛି । ବିଡମ୍ବନା ବିଷୟ ଏହିକି ଯେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *