୧୦ ଭୁବନେଶ୍ବର: ପାର୍ବଣ ପାଇଁ ନିଶା କାରବାର ଉପରେ ଅବକାରୀ ବିଭାଗର କଡା ନଜର। ବିଭାଗ ପକ୍ଷରୁ ଘନଘନ ଚଢାଉ ଚାଲିଛି। ଗତ ୧୦ ଦିନରେ ୮ କୋଟି ୨୭ ଲକ୍ଷ ଟଙ୍କାର ନିଶା ସାମଗ୍ରୀ ଜବତ ହେଲାଣି। ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କିଲୋ ଗଞ୍ଜେଇ, ୫୨ ଲିଟର କଫ ସିରଫ ଜବତ କଲାଣି ଅବକାରୀ ବିଭାଗ। ଅବକାରୀ ଚଢାଉରେ ୯୧ ଟି ମାମଲା ରୁଜୁ ହେଇଥିବା ବେଳେ ୯୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଡେପୁଟି କମିସନର ରାମଚନ୍ଦ୍ର ମିଶ୍ର।
ସେହିଭଳି ନକଲି ମଦ ବିକ୍ରିକୁ ନେଇ ୬୩ଟି ମାମଲା ରୁଜୁ ହେଇଥିବା ବେଳେ ୬୪ ଜଣ ଗିରଫ ହେଇଛନ୍ତି। ୧୪୧୮ ଲିଟର ବିଦେଶୀ ନକଲି ମଦ, ୯୦୫ ଲିଟର ସ୍ପିରିଟ , ୧୪୭ଟି ଗାଡି ଜବତ ହେଇଛି। ନିଶା ମାଫିଆଙ୍କ ପ୍ରତି ଜିରୋ ଟଲେରେନ୍ସ ନୀତି ନେଇ ଆକ୍ଟିଭ ରହିଛି ବିଭାଗ।

Naxatra News is now on Whatsapp
Join and get latest news update delivered to you via whatsapp
Join Now