ଅପରାଧଜାତୀୟ

କାରରେ ଧକ୍କାମାରି ଘୋଷାଡି ନେବାର ଆଉଏକ ମାମଲା ।

କାରରେ ଧକ୍କାମାରି ଘୋଷାଡି ନେବାର ଆଉଏକ ମାମଲା ।

ନୂଆଦିଲ୍ଲୀ : ଗାଜିଆବାଦରେ ଦେଖିବାକୁ ମିଳିଛି ଆଉ ଏକ ହିଟ୍ ଆଣ୍ଡ ରନ୍ କେସ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସିସିଟିଭିରେ ରେକର୍ଡ ହୋଇଥିବା ଫୁଟେଜରୁ ଜଣା ପଡୁଛି ଯେ ଜଣେ ଯୁବକ ଚାଲି ଚାଲି କବି ନଗର ଅଞ୍ଚଳରେ ଯାଉଥିବା ବେଳେ ତାଙ୍କୁ ପଛରୁ ଏକ କାର ଆସି ଧକ୍କା ଦେଇଥିଲା ଏବଂ ଯୁବକ ଜଣକ ତଳେ ପଡିଯାଇଥିଲେ  । ପଡିଯିବା ପରେ ଡ୍ରାଇଭର କାରଟି ନରଖି ତାଙ୍କୁ ଘୋଷାଡି ନେଇଥିଲେ । ତେବେ ଘୋଷାଡି ନେବାର ଏହି 13 ସେକେଣ୍ଡର ଭିଡିଓଟି ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି 

ଘଟଣାଟି 10 ମାର୍ଚ୍ଚର ବୋଲି ଜଣାପଡିଛି ଏବଂ  ଘଟଣାକୁ 5 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାର ଡ୍ରାଇଭରକୁ ଧରିବାକୁ ଅସଫଳ ରହିଛି । ଘଟଣାରେ ପୀଡିତ ଥିବା 16 ବର୍ଷିଆ ଯୁବକ ଶକିଭ ଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି ଜଣାପଡିଛି । ଗାଜିଆବାଦର ପୋଲିସ କମିଶନରେଟ କବି ନଗର ଏସପି ଅବିଷେକ ଶ୍ରୀବାସ୍ତବ କହିଛନ୍ତି  କି ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ।

Related Articles

Leave a Reply

Your email address will not be published.

Back to top button