ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ପ୍ରଶାସନ ତରଫରୁ ଆଜି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ବନ ବିଭାଗ, ଅଗ୍ନିଶମ ବିଭାଗର ଉପସ୍ଥିତିରେ ବେଆଇନ ଇଟାଭାଟି ଭାଙ୍ଗା ଯାଇଛି । ଅସ୍ତିଆ ଠାରେ ଏକ ଇଟାଭାଟି ଭାଙ୍ଗିଥିବା ବେଳେ ବାରାକୋଇଲି ସିକିଡ଼ିଆ ଛକରେ ଆଉ ଏକ ଇଟାଭାଟି ଭାଙ୍ଗିଛନ୍ତି। ପରେ ପଞ୍ଚଲିଙ୍ଗେଶ୍ୱର କଲେଜ ସାମ୍ନାରେ କାନପୁର ଛକରେ ଆଉ ଏକ ଇଟାଭାଟି ଭଙ୍ଗାଯାଇଥିବା ଜଣାପଡିଛି।
ସୂଚନାନୁଯାୟୀ କୁଳଡିହା ଇକୋ ସେନସିଟିଭ ଯୋନରେ ୧୬ ଇଟାଭାଟି ସମେତ ମୋଟ ୨୨ ଟି ଇଟାଭାଟି ସନ୍ତରାଗଡ଼ିଆ ଅଞ୍ଚଳରେ ଗଢ଼ି ଉଠିଛି। ବେଆଇନ କାର୍ଯ୍ୟକଳାପ ଯୋଗୁଁ ଚଳିତ ବର୍ଷ ରାଜସ୍ୱ ବିଭାଗ ପକ୍ଷରୁ ଜୋରିମାନା କରାଯାଇଥିଲା। ତିନୋଟି ଇଟାଭାଟି ଜୋରିମାନା ଦେଇନଥିବା ବେଳେ ସେମାନଙ୍କୁ ବେଆଇନ ଦର୍ଶାଇ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଆଜି ସକାଳୁ ଅସ୍ତିଆ ଠାରେ ଏକ ଇଟାଭାଟି ଭାଙ୍ଗିଥିବା ବେଳେ ବାରାକୋଇଲି ସିକିଡ଼ିଆ ଛକରେ ଆଉ ଏକ ଇଟାଭାଟି ଭାଙ୍ଗିଛନ୍ତି। ପରେ ପଞ୍ଚଲିଙ୍ଗେଶ୍ୱର କଲେଜ ସାମ୍ନାରେ କାନପୁର ଛକରେ ଆଉ ଏକ ଇଟାଭାଟି ଭଙ୍ଗାଯାଇଥିବା ଜଣାପଡିଛି। ତେବେ ଏଭଳି ବେଆଇନ ଇଟାଭାଟି ଭାଙ୍ଗିବା ଦେଖି ଇଟା ଭାଟି ମାଲିକଙ୍କ ମନରେ ଛନକା ପଶିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now