Nuapadaଅପରାଧଓଡ଼ିଶା

ନୂଆପଡାରେ ପୁଣି ମାତିଲେ ଲାଲବାହିନୀ

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ଅଘଟଣ। ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗୁଳିକରି ହତ୍ୟା କଲେ ମାଓବାଦୀ। ମୃତ ଯୁବକ ଅନନ୍ତ ରାମ ରାଉତ । ଅନନ୍ତ ଗତକାଲି ରାତିରେ ଶୋଇଥିବା ବେଳେ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ବେଳେ ଘଟଣାସ୍ଥଳରେ ମାଓ ପୋଷ୍ଟର ମଧ୍ୟ ପଡିରହିଛି । ଏହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି । ସେହିପରି ମୃତ ଯୁବକ ଜଣଙ୍କ ଛତିଶଗଡ ରାଜ୍ୟର ନାଗରା ଅଚଂଳର ବୋଲି ଜଣାପଡିଥିବା ବେଳେ କିଛି ବର୍ଷ ହେଲା ଡେକୁନପାଣି ଗାଁରେ ରହି ଆସୁ୍ଥିଲେ।

Related Articles

Leave a Reply

Your email address will not be published.

Back to top button