ଜୁନିଅର ଆସିଷ୍ଟାଂଟ ଗୋଲକ ବିହାରୀ ପୋଢ଼ ୧୫ ହଜାର ଲାଂଚ ନେଇ ଧରାପଡ଼ିଲେ

Spread the love

ସୁବର୍ଣ୍ଣପୁର : ଆଜି ଜଣେ ପଶୁଧନ ନିରୀକ୍ଷକଙ୍କ ବକେୟା ଦରମା ବିଲ୍ କରିଦେବାକୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ପଶୁଧନ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଂଟ ଗୋଲକ ବିହାରୀ ପୋଢ଼ ପନ୍ଦର ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି । ପୂର୍ବରୁ ସେ ଏହି ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିଲେ ସୁଦ୍ଧା କାମ ନକରି ଅଧିକ ଟଙ୍କା ମାଗିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଏଫଆଇଆର କରି ଆଜି ଭିଜିଲାନ୍ସ ଦଳ ଏହି ଟଙ୍କା ତାଙ୍କ ଠାରୁ ଜବତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ଅନ୍ୟ ଦୁଇଟି ସ୍ଥାନରେ ଖାନତଲାସ କରୁଛନ୍ତି ।

ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୧୨ ତାରିଖ ୨୦.୦୫.୨୦୨୩ ରେ ୭ ପିସି ଏକ୍ଟ ( ସଂଶୋଧିତ) ୨୦୧୮ରେ ରୁଜ୍ଜୁ କରି ତଦନ୍ତ ଚାଲିଛି । ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *