ଅପରାଧଓଡ଼ିଶାରାଜ୍ୟ

ରାତିରେ ଫୁଲ ତୋଳି ଲୁଟର ଶିକାର ହେଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ରାତି ଅଧିଆ ମାତିଛନ୍ତି ଲୁଟେରା । ଫୁଲ ତୋଳିବାକୁ ବାହାରୁଥିବା ବ୍ୟକ୍ତିଙ୍କୁ କରୁଛନ୍ତି ଲୁଟ । ଜଣେ ମହିଳାଙ୍କୁ ଲୁଟ ହୋଇଥିବା ପୂରା ଦୃଶ୍ୟ ସିସିଟିଭିରେ ହୋଇଛି କଏଦ । ତେବେ ଘଟଣାଟି ଦେଖିବାକୁ ମିଳିଛି  ଲକ୍ଷ୍ମୀ ସାଗର ଥାନା ଅଧୀନ ଓସ୍କାର ଅଞ୍ଚଳରେ । ପୋଲିସ ମାମଲା ରଜୁ କରି ଆରମ୍ଭ କରିଛି ତଦନ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ 3.20 ସମୟରେ ଜଣେ ମହିଳା ଫୁଲ ତୋଳିବା ପାଇଁ ନିଜ ଘରୁ ବାହାରକୁ ଯାଇଥିଲେ । ସେ ଫୁଲ ତୋଳିବାର ଦେଖି ଜଣେ ଦୁର୍ବୃତ୍ତ ତାଙ୍କୁ ହଠାତ୍ ଗୋଡାଇଥିଲା । ମହିଳା ଜଣକ ଦୌଡି ପଳାଉଥିଲେ । କିନ୍ତୁ ହଠାତ ସେ ପଡିଯାଇଥିଲେ । ମହିଳା ଜଣକ ପଡିଯିବା ପରେ ଦୁର୍ବୃତ୍ତ ତାଙ୍କ ଉପରେ ମାଡି ବସି ତାଙ୍କ ବେକରେ ଲାଗିଥିବା ସୁନା ଚେନକୁ ଟାଣି ନେଇଯାଇଥିଲା । ଏନେଇ ମହିଳା ଲକ୍ଷ୍ମୀ ସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ ପୋଲସ ଉକ୍ତ ଜାଗାରେ ଥିବା ସିସିଟିଭିକୁ ଫୁଟେଜକୁ  ଆଧାର କରି  ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button