LUMEX RESOURCES FRAUD SERIES (ଲୁମେକ୍ସ ଜାଲିଆତିର ବଡ ନେଟୱର୍କ)

Spread the love

05/04/2023

() କେବଳ ଫ୍ରଡ୍। ଫ୍ରଡ ଉପରେ ଛିଡ଼ାହୋଇଥିଲା ଲୁମେକ୍ସ ସଂସ୍ଥା ଆଉ ଫ୍ରଡ୍ କରି ଲୋକଙ୍କୁ ଚୂନ ଲଗାଇବା ଥିଲା ମୂଳ କାରସାଦି ଏହାର ନିର୍ଦେଶକମଣ୍ଡଳୀର। ରାଜୀବ ଦାସ ଓ ତାଙ୍କ ସହଯୋଗୀଙ୍କ କାରନାମା କେବେଠୁ ପଦାରେ ପଡ଼ିଲାଣି। କେବଳ ନିଶାରାଣୀ ଓ ପ୍ରଜ୍ଞାପ୍ରକାଶଙ୍କୁ ଠକି ନାହାନ୍ତି। ଜାଲି ଦସ୍ତାବିଜ ଦେଖାଇ ଜିଓଚେମ୍, ଜିନ୍ଦଲ ଭଳି ସଂସ୍ଥା ସହ କାରବାର କରୁଥିବା ଜାଲିଆତିର ଗୁମର ବି ଫିଟିସାରିଛି। ଅନେକ ବ୍ୟାଙ୍କକୁ ବି ଚୂନ ଲଗାଇଛନ୍ତି। ସେଥିଲାଗି ଏହି ମହାଠକେଇ ମାମଲା ଇଓଡବ୍ଲୁ ହାତକୁ ନେବା ପରେ ତ୍ୱରିତ ତଦନ୍ତ କରି ନିବେଶକଙ୍କୁ ନ୍ୟାୟ ଦେବା ଜରୁରୀ ହୋଇପଡ଼ିଛି।

ସବୁ ତଥ୍ୟ ସାମ୍ନାରେ ସବୁ ପ୍ରମାଣ ଆଗରେ ଲୁମେକ୍ସ ମହାଠକେଇ ମାମଲାର ମାଷ୍ଟରମାଇଣ୍ଡ ରାଜୀବ ଦାସ, ପତ୍ନୀ ସୋନିଆ ତ୍ରିପାଠୀ ଓ ତାଙ୍କ ସହଯୋଗୀଙ୍କ କାରନାମା ଏବେ ଖୋଲା ବହି ଭଳି। ଡିଏଲଏଫ ସାଇବର ସିଟିରେ ଲୁମେକ୍ସ ସଂସ୍ଥା ଖୋଲି ଜିନ୍ଦଲ, ଜିଓକେମ୍ ଭଳି ସଂସ୍ଥା ସହ କାରବାର, ଚାଇନାକୁ କ୍ରୋମ୍ ରପ୍ତାନୀ କରୁଥିବାର ଜାଲି ଦସ୍ତାବିଜ ଦେଖାଇ ନିଶାରାଣୀଙ୍କ ଭଳି ନିବେଶକଙ୍କୁ ଠକିଥିଲେ। ଆଉ ଏ ସବୁର ପ୍ରମାଣ ଦେଖନ୍ତୁ। ଜିନ୍ଦଲ ସ୍ପଷ୍ଟ କରିସାରିଛି, ଏଭଳି କୌଣସି ସଂସ୍ଥା ସହ ତାଙ୍କର କୌଣସି ବ୍ୟବସାୟିକ କାରବାର ହୋଇନି। ସବୁ ଫ୍ରଡ୍ ଆଇନଗତ ପଦକ୍ଷେପ ନେବାକୁ ଆଗଭର ହୋଇଛି। ଜିଓଚେମ ସହ ବି ଲୁମେକ୍ସ ସଂସ୍ଥାର କୌଣସି ବ୍ୟବସାୟିକ ଲେନଦେନ ନାହିଁ। ଏ କଥାକୁ କେବଳ ମାନିନି ଜିଓଚେମ୍। ଥାନାରେ ବି ଏ ନେଇ ବିଧିବଦ୍ଧ ଏତଲା ରୁଜୁ କରିସାରିଛି। ଆଉ ଏନେଇ ଥାନାରେ ପ୍ରମାଣ ମଧ୍ୟ ଦେଇଛି ଜିଓଚେମ୍ । ଏବେ ରାଜୀବ ସୋନିଆ ତ୍ରିପାଠୀ କେଉଁଠି, ତାକୁ ଖୋଜୁଛି ଇଓଡବ୍ଲୁ ଦକ୍ଷ ଅଫିସର ଅରୁଣ ବୋଥ୍ରା ମାମଲାକୁ ନିଜେ ଅନୁଧ୍ୟାନ କରୁଛନ୍ତି। ଲୁମେକ୍ସ ସଂସ୍ଥାର ଅନ୍ୟତମ ନିର୍ଦେଶକ ବିମଳ ପାଢ଼ୀ ବି କେଉଁଠି, ବ୍ୟାଙ୍କ ଖୋଜୁଛି କାରଣ ଆଇଡିଏଫସି ବ୍ୟାଙ୍କରୁ କ୍ରେଡିଟ କାର୍ଡ ଆଧାରରେ ଟଙ୍କା ନେଇ ଏବେ ଧରାଛୁଆଁ ଦେଉନାହାନ୍ତି ବିମଳ। ବ୍ୟାଙ୍କ ବି ଏବେ ବିମଳଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଲାଣି। କେବଳ ଆଇଏଫଡିସି ନୁହେଁ, ଅନ୍ୟ ବ୍ୟାଙ୍କଗୁଡ଼ିକରୁ ବି ଟଙ୍କା ନେଇ ନା ମୋବାଇଲ ଉଠାଉଛନ୍ତି ବିମଳ ନା ତାଙ୍କର ଖୋଜଖବର ଅଛି ଏନେଇ ଖବର ଦେଇଛନ୍ତି ଆଇଡିଓଫସି ବ୍ୟାଙ୍କ ଫିଲ୍ଡି ଅଫିସର ଜ୍ୟୋତିରଞ୍ଜନ ମହାନ୍ତି ।

ଲୁମେକ୍ସ ସଂସ୍ଥା କେମିତି ବଡ଼ ଜାଲିଆତିର ନେଟଓ୍ୱର୍କ ଥିଲା, ଏହା ତାହାର ପ୍ରମାଣ ଦେଉଛି। ସଂସ୍ଥାର ଗତିବିଧି ଉପରେ ତଦନ୍ତ ସହ ରିପୋର୍ଟ ଦାଖଲ କରିବାକୁ ନିଯୁକ୍ତ କୋର୍ଟ ଅଫିସରଙ୍କ ରିପୋର୍ଟ ହିଁ କହୁଛି, ଏହି କମ୍ପାନୀ ସମ୍ପୂର୍ଣ୍ଣ ଫେକ୍ ନିର୍ଦେଶକମଣ୍ଡଳୀ ଜାଲି ଦସ୍ତାବିଜ୍ ବଳରେ ସଂସ୍ଥାକୁ ଛିଡ଼ା କରିଥିଲେ। ଆଉ ନିବେଶକଙ୍କ ଟଙ୍କାକୁ  ରାଜୀବ ଓ ତାଙ୍କର ସହଯୋଗୀ ନିର୍ଦେଶକମାନେ ନିଜ ନିଜ ଭିତରେ ଭାଗ ବଣ୍ଟୁଆରା କରି ଖାଉଥିଲେ। ବ୍ୟବସାୟ ନାଁରେ ନିବେଶକ ନିଶାରାଣୀଙ୍କଠୁ ନେଉଥିବା ଟଙ୍କା କେମିତି ଚାଇନାକୁ କ୍ରୋମ ରପ୍ତାନୀ କାରବାରରେ ଲାଗିଛି, ସେ ସମ୍ପର୍କିତ ମିଛ ବିଲ୍ ଓ ଦସ୍ତାବିଜ୍ ଦେଖାଇ ଭୂଆଁ ବୁଲାଉଥିଲେ। ସେଥିଲାଗି ତ କୋର୍ଟ ଅଫିସର ଫରେନସିକ ଅଡିଟ ପରେ ମାନିଛନ୍ତି, ଲୁମେକ୍ସ ଏକ ଭୂତ କମ୍ପାନୀ ସେ ତଦନ୍ତ କଲା ବେଳେ ସଂସ୍ଥାରେ ତାଲା ଝୁଲୁଥିଲା। ଏପରିକି ଚେୟାର ଟେବୁଲ୍‌ ବି ନଥିଲା। ଏପରିକି ରାଜୀବ ଓ ତାଙ୍କ ସହଯୋଗୀ ଫେରାର୍ ବେଳେ ନିଜ ସାଙ୍ଗରେ କମ୍ପାନୀ ଡକ୍ୟୁମେଣ୍ଟ ଓ ହାର୍ଡଡିସ୍କ ବି ନେଇଯାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି କୋର୍ଟ ଅଫିସର ସୁରେଶ ପଟ୍ଟନାୟକ ।

ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କର ଡିଏଲଏଫ ସାଇବର ସିଟିରେ ଥିବା ଏକ ଘରେ ଲୁମେକ୍ସ ସଂସ୍ଥା ଖୋଲିଥିଲେ ରାଜୀବ ଓ ସୋନିଆ। ସେଠି ବି ଲୋପାମୁଦ୍ରାଙ୍କ ଦସ୍ତଖତକୁ ଜାଲି କରି ଆରଓସିରେ କମ୍ପାନୀ ପଞ୍ଜୀକୃତ କରିବାକୁ ପଛାଇନଥିଲେ ଏହି ଠକ ଦମ୍ପତ୍ତି। ଲୋପାମୁଦ୍ରା ବି ଅଭିଯୋଗ କରିଛନ୍ତି। ଏଭଳି ଠକେଇରେ ପୁରା ନିର୍ଦେଶକମଣ୍ଡଳୀ ସାମିଲ ଅଛନ୍ତି। କାରଣ ବୋର୍ଡ ରିଜ୍ୟୋଲୁସନରେ ସମସ୍ତ ୫ ନିର୍ଦେଶକଙ୍କ ଦସ୍ତଖତ ରହିଛି। ଏବେ ଦେଖିବାର କଥା, ସବୁ ଠକାମୀର ବଳିଷ୍ଠ ପ୍ରମାଣ ତଥ୍ୟ ସମସ୍ତଙ୍କ ଆଗରେ ଇଓଡବ୍ଲୁ ଏହାକୁ ହାତକୁ ନେବା ପରେ କେତେଶୀଘ୍ର ତଦନ୍ତ କରି ନିବେଶକଙ୍କୁ ନ୍ୟାୟ ଦେଉଛି ଦେଖିବାର କଥା।

ବ୍ୟୁରୋ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *